ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବରୁଣେଇ ଅଞ୍ଚଳରୁ କୋଟିଏ ଟଙ୍କା ମୂଲ୍ୟର ବ୍ରାଉନ ସୁଗର ଜବତ କରିଛି ସ୍ୱତନ୍ତ୍ର ଟାସ୍କ ଫୋର୍ସ।ଏହି ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ରାକେଶ କୁମାର ବାରିକ, ବିରଞ୍ଚି ନାରାୟଣ ସାହୁ, ଜଗବନ୍ଧୁ ବିଶ୍ୱାଳ ଓ ସନ୍ତୋଷ ରାଉତରାୟ।ଧଳା ଜହର ବିକ୍ରି ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଥିବା ସମୟରେ ଗୁଇନ୍ଦା ସୂଚନା ଆଧାରରେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହେଲା ସ୍ୱତନ୍ତ୍ର ଟାସ୍କ ଫୋର୍ସ।ସୂଚନା ଅନୁଯାୟୀ, ୨୦୨୦ ପରଠାରୁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଦ୍ୱାରା ୫୫ କେଜି ରୁ ଅଧିକ ବ୍ରାଉନ ସୁଗର ଜବତ କରାଯାଇଛି ଓ ୧୫୬ ଜଣ ନିଶା ଦ୍ରବ୍ୟ ବ୍ୟବସାୟୀ ଗିରଫ ହୋଇଛନ୍ତି।
powered by social2s

