କଟକ: କଟକର ସଦର ଥାନା ପ୍ରତାପ ନଗରୀ ନିକଟରେ ବିଚ୍ ରାସ୍ତାରେ ଇଂଜିନିୟରିଂ ଛାତ୍ରୀଙ୍କୁ ଛୁରା ମାଡ଼। ଏକ ତରଫା ପ୍ରେମ ବ୍ୟାପାରରୁ ଜଣେ ଯୁବକ ଛାତ୍ରୀଙ୍କୁ ଛୁରା ମାଡ଼ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ସୂଚନା ମିଳିଛି। ଛାତ୍ରୀ ଜଣକ କଲେଜରୁ ଫେରି ବସ୍ରୁ ଓଲ୍ଲାଇ ଚାଲି ଚାଲି ଯାଉଥିବା ବେଳେ ଛାତ୍ରୀଙ୍କ ଉପରେ ଯୁବକ ଜଣକ ଛୁରୀରେ ଆକ୍ରମଣ କରିଥିଲେ । ଫଳରେ ଛାତ୍ରୀଙ୍କ ହାତ ଓ ଜଂଘରେ ଗୁରୁତର ଆଘାତ ହୋଇଥିବାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରୀ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
powered by social2s

