ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋରରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍ମର୍ମ ଅଭିଯୋଗ ହୋଇଛି। ଦଶମ ଶ୍ରେଣୀର ଦୁଇ ନାବାଳିକା ସ୍କୁଲ ଯିବା ବାଟରେ ଉଠାଇ ନେଇ ଏକ ଲଜରେ ଦୁଇ ଜଣ ଯୁବକ ଦୁଷ୍କର୍ମ କରିଥିବା ଥାନାରେ ଏତଲା ଦେଲେ ପରିବାର ଲୋକ। ସୋରରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ଦର୍ଶାଯାଇଛି ଯେ, ଦୁଇ ନାବାଳିକା ମଙ୍ଗଳବାର ସ୍କୁଲ ଯାଉଥିବା ବେଳେ ହଠାତ୍ ଦୁଇ ଯୁବକ ପହଞ୍ଚି ସେମାନଙ୍କୁ ରାସ୍ତାରେ ଅଟକାଇଥିଲେ, ଆଉ ଜୋରଜବରଦସ୍ତ ବୋଲେରୋ ଗାଡ଼ିରେ ଉଠାଇ ନେଇଯାଇଥିଲେ । ଏହାପରେ ଦୁଇ ନାବଳିକାଙ୍କୁ ଏକ ଲଜକୁ ନେଇ ଦୁଇ ଦିନ ଧରି ଦୁଷ୍କର୍ମ କରିଥିଲେ । ଦୁଇ ନାବାଳିକାଙ୍କୁ ଅଭିଯୁକ୍ତ ନିଶା ଦେଇ ଦୁଷ୍କର୍ମ କରୁଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଏତଲା ଆଧାରରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି। ତେବେ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି ।
powered by social2s