ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ଭୁବନେଶ୍ବରରେ ଏନକାଉଣ୍ଟର ହୋଇଛି। ପୋଲିସ୍ ଗୁଳିରେ ଦୁର୍ଦ୍ଧାନ୍ତ ଅପରାଧୀ ରଘୁ ବିଶ୍ଵାଳ ଆହତ ହୋଇଥିବା ଜଣାପଡ଼ିଛି। ରଘୁ ବାମ ଗୋଡ଼ରେ ଗୁଳି ବାଜିବା ପରେ ତାକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ରଘୁର ସହଯୋଗୀ ପୁନିଆ ନାୟକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱର ବାଲି ଯାତ୍ରା ପଡ଼ିଆ ନିକଟରେ ମଞ୍ଚେଶ୍ୱର୍ ପୋଲିସ୍ ଓ ସ୍ପେଶାଲ୍ ସ୍କ୍ୱାର୍ଡ ଏହି ଏନକାଉଣ୍ଟର କରିଛନ୍ତି।
powered by social2s

