ଆଦର୍ଶ ଛାତ୍ରଙ୍କ ଠାରୁ ମୋବାଇଲ ଚୋରି ଅଭିଯୋଗରେ ଦୁଇ ଗିରଫ; ଚୋରିରେ ବ୍ୟବହୃତ ବାଇକ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ବେଗୁନିଆପଡା,୧୦/୦୨(ଦେବାଶିଷ ମହାରଣା): ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଵାଣିଆବାଡି ମୋବାଇଲ ଚୋରି ଘଟଣା ରେ ପୋଲିସ କୁ ମିଳିଛି ସଫଳତା । 
 
ସୂଚନା ଅନୁଯାୟୀ ଗତ ଜାନୁଆରୀ ସାତ ତାରିଖ ଅପରାହ୍ନ ସମୟରେ ସୁମଣ୍ଡଳ ନିକଟସ୍ଥ ଵାଣିଆବାଡି ଛକ ଠାରେ ଆଦର୍ଶ ବିଦ୍ୟାଳୟ ର ଜଣେ ଛାତ୍ର ନିଗମ ଜେନା ମୋବାଇଲ ଧରି ଛିଡା ହୋଇଥିବା ସମୟରେ ଏକ ବାଇକ ରେ ତିନି ଜଣ ଦୁର୍ବୁତ୍ତ ଆସି ନିଗମଙ୍କ ଠାରୁ ମୋବାଇଲ ଛଡାଇ ନେଇଥିଲେ ।
 
ଏ ନେଇ ପୋଲିସ ରେ ନିଗମ ର ମା'ସନ୍ଧ୍ୟାରାଣୀ ଜେନା ଙ୍କ ଲିଖିତ ଏତଲା ପରେ ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା କେଶ ନମ୍ବର ୦୭/୨୧ ରେ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଂଚି ନିକଟସ୍ଥ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଥିଲେ ।  ଆଜି ଅର୍ଥାତ ଦଶ ତାରିଖ ଦିନ ଏହି ଚୋରି କେଶ ରେ ସଫଳତା ପୂର୍ବକ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତି ମାନଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିବାରୁ ତାକୁ ଜୁଭେନାଇଲ କୋର୍ଟ କୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ଶ୍ରୀ ବେହେରା । 
 
ଅନ୍ୟ ଜଣେ ଅଭିଯୁକ୍ତ ଧରାକୋଟ ଅନ୍ତର୍ଗତ ଦାମୋଦର ପଲ୍ଲୀ ର ଏସ. ବୁଲୁ ରେଡି ଙ୍କ ପୁଅ ଏସ.ବଳରାମ ରେଡି (୨୩) କୁ ଗିରଫ କରି ଦଫା ୩୯୪ ଆଧାରରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଫାଣ୍ଡି ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ଚୋରିରେ ବ୍ୟବହୃତ ବାଇକ ଓଡି୦୭ଏସ୦୧୯୯ କୁ ମଧ୍ୟ ଜବତ କରିଛି ପୋଲିସ ।
 
ଆଉ ଜଣେ ଅଭିଯୁକ୍ତକୁ ଖୁବ ଶୀଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି ଫାଣ୍ଡି ଅଧିକାରୀ ।
 
 
 
powered by social2s