ଭୁବନେଶ୍ୱରରେ ଖୋଲିଲା ରାସ୍ତା ଓ ୟେତିର ନୂଆ ଆଉଟଲେଟ୍

ବାଣିଜ୍ୟ /ବ୍ୟବସାୟ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଲୋକପ୍ରିୟ ରାସ୍ତା ଓ ହିମାଳୟାନ୍ କିଚେନ ୟେତି ଭୁବନେଶ୍ୱରରେ ନିଜର ଗ୍ରାଣ୍ଡ୍ ଓପ୍ନିଙ୍ଗ ସମ୍ପର୍କରେ ଘୋଷଣା କରିଛି । ‘ରାସ୍ତା’ର ଏହି ୯ମ ଆଉଟଲେଟର ଶୁଭାରମ୍ଭ ଏହାର ବଢ଼ୁଥିବା ଲୋକପ୍ରିୟତାକୁ ଦର୍ଶାଉଛି । ଭୁବନେଶ୍ୱରର ପଣ୍ଡା ଆଣ୍ଡ କୋ, ୫ମ ମହଲା, ପ୍ଲଟ୍-୭ ଓ ୮, ଝାରପଡା, ୨, ପୁରୀ-କଟକ ରୋଡ, ଲକ୍ଷ୍ମୀସାଗର, ବ୍ରାଇଟ୍ ଷ୍ଟିଲ୍ ନିକଟରେ ଅବସ୍ଥାପିତ ରାସ୍ତା ୧୦୮୦୦ ବର୍ଗଫୁଟ୍ ଅଂଚଳରେ ପରିବ୍ୟାପ୍ତ ରହିଛି ଯେଉଁଥିରେ ଏକ ଟେରସ୍ ଓ ତଳ ଫ୍ଲୋର୍ ରହିଛି ଯାହ ଏକ ଅତୁଳନୀୟ ଲାଇଫ୍ଷ୍ଟାଇଲ ଅନୁଭୂତି ପାଇଁ ଚମତ୍କାର ପରିବେଶ ପ୍ରଦାନ କରୁଛି । ଭୁବନେଶ୍ୱର ଆଉଟଲେଟ୍ ଉତ୍କର୍ଷତା ପ୍ରତି ରାସ୍ତାର ପ୍ରତିବଦ୍ଧତା ପ୍ରତି ଏକ ପ୍ରମାଣ ଅଟେ । ଏକ ବୋହେମିଆନ ଭାଇବ୍ ସହ ମିଶ୍ରଣ ହୋଇଥିବା ଭିଂଟେଜ ରେଗା ଆଏସ୍ଥେଟିକ ସହିତ ଏହି ସ୍ଥାନଟି ଲାଲ, ସବୁଜ, ହଳଦିଆ ଆଦି ରଙ୍ଗରେ ସୁସଜ୍ଜିତ ହୋଇଛି, ଯାହା ବୋହୋ-ଚିକ୍ ଓ ରାସ୍ତା ସୌନ୍ଦର୍ଯ୍ୟତାକୁ ଧାରଣ କରିଛି । ଏହି ଜୀବନ୍ତ ଓ ଆକର୍ଷଣୀୟ ପରିବେଶ ବବ୍ ମାର୍ଲି ଓ ତାଙ୍କ ପତ୍ନୀ ରୀଟା ମାର୍ଲିଙ୍କ ବୃହତ୍ ପ୍ରତିମୂର୍ତି ଦ୍ୱାରା ପରିପୂର୍ଣ୍ଣ ହୋଇଛି ଯାହା ଏହାକୁ ଏକ ସ୍ୱତନ୍ତ୍ର ଗନ୍ତବ୍ୟସ୍ଥଳୀରେ ପରିଣତ କରୁଛି ଏବଂ ଏହା ସଙ୍ଗୀତର କିମ୍ବନ୍ଦନ୍ତୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ରାସ୍ତାର ପ୍ରତିଷ୍ଠାତା ଜୟ ସିଂହ ଏହି ନୂଆ ସ୍ଥାନ ସମ୍ପର୍କରେ ନିଜର ମତାମତ ବ୍ୟକ୍ତ କରି କହିଛନ୍ତି, “ ଭୁବନେଶ୍ୱରରେ ଆମର ନୂଆ ରାସ୍ତା ଆଉଟ୍ଲେଟ ପୂର୍ବ ଉପକୂଳର ଉତ୍ସାହକୁ କାରିବିଆନର ଲେଡ୍-ବ୍ୟାକ୍, ଫ୍ରି-ସ୍ପିରିଟେଡ ଭାଇବ୍ ସହ ଏକତ୍ରିତ କରିଛି । ଦୁଇଟି ମହଲାରେ ପରିବ୍ୟାପ୍ତ ଆମର ଡିଜାଇନ ଅତିଥିମାନଙ୍କୁ ସଙ୍ଗୀତ, ସ୍ୱାଧୀନତା ଓ ସଂସ୍କୃତିର ଏକ ଦୁନିଆକୁ ନେଇଯାଉଛି । ଆମର ଟେରାସ୍ ଓ ତଳ ମହଲାରେ ୨୮୧ ଜଣ ଅତିଥିଙ୍କ ବସିବା ପାଇଁ କ୍ଷମତା ରହିଥିବା ବେଳେ, ଆମେ ଏଭଳି ଏକ ସ୍ଥାନ ପ୍ରଦାନ କରିବା ପାଇଁ ଉତ୍ସାହିତ ରହିଛୁ ଯେଉଁଠାରେ ଲୋକମାନେ ବାସ୍ତବରେ ରାସ୍ତାର ଜୀବନଶୈଳୀ ଆପଣାଇପାରିବେ ।” ରାସ୍ତା ନିକଟରେ ୟେତି ରେଷ୍ଟୁରାଂଟ୍ ଏହାର ୧୧୩୦ ବର୍ଗଫୁଟ ସ୍ଥାନରେ ହିମାଳୟର ଲୋକପ୍ରିୟ ଖାଦ୍ୟଗୁଡିକ ସହିତ ଏକ ଆରାମଦାୟକ ସ୍ଥାନ ପ୍ରଦାନ କରୁଛି । ୪୮ ଜଣ ଅତିଥିଙ୍କ ବସିବା ବ୍ୟବସ୍ଥା ସହିତ ୟେତି ଅଥେଂଟିକ ଫ୍ଲେଭର ଓ ପାରମ୍ପରିକ ଆତିଥ୍ୟରେ ପରିପୂର୍ଣ୍ଣ ଏକ ଅନ୍ତରଙ୍ଗ ଡାଇନିଂ ଅନୁଭୂତିର ପ୍ରତିଶ୍ରୁତି ଦେଉଛି । ୟେତିର ସ୍ଥାନୀୟ ଫ୍ରାଂଚାଇଜି ପାର୍ଟନର ରାହୁଲ ସ୍ୱାଇଁ ନିଜର ଉତ୍ସାହ ବ୍ୟକ୍ତ କରି କହିଛନ୍ତି, “ରାସ୍ତା ସହିତ ଭୁବନେଶ୍ୱରକୁ ୟେତି ରେଷ୍ଟୁରାଂଟକୁ ଆଣିବା ଏକ ସ୍ୱପ୍ନ ପୂରଣ ହେବା ଭଳି ଅଟେ । ମୁଁ ସହର ସହିତ ହିମାଳୟର ଖାଦ୍ୟଗୁଡିକର ସ୍ୱତନ୍ତ୍ର ସ୍ୱାଦକୁ ବାଂଟିବା ପାଇଁ ଉତ୍ସାହିତ ରହିଛି ଯାହା ନିଜର ସମୃଦ୍ଧ ସ୍ୱାଦ ଓ ରୋଷେଇ ପରମ୍ପରା ମାଧ୍ୟମରେ ଏକ ଯାତ୍ରା ପ୍ରଦାନ କରୁଛି ।” ରାସ୍ତା ଓ ୟେତିର ଶୁଭାରମ୍ଭ ଭୁବନେଶ୍ୱର ସାଂସ୍କୃତିକ ଓ ଖାଦ୍ୟ ପରିଦୃଶ୍ୟ ପାଇଁ ଏକ ସଫଳ ଇଭେଂଟ୍ରେ ପରିଣତ ହେବା ପାଇଁ ପ୍ରସ୍ତୁତ ରହିଛି । ଲାଇଭ ମ୍ୟୁଜିକ ଓ ଥିମ୍ଡ ନାଇଟ୍ ପାଇଁ ନିଜର ପ୍ରତିଶ୍ରୁତି ସହିତ ରାସ୍ତା ସଙ୍ଗୀତପ୍ରେମୀଙ୍କ ପାଇଁ ଏକ ଲୋକପ୍ରିୟ ଗନ୍ତବ୍ୟସ୍ଥଳୀରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି । ଅନ୍ୟପକ୍ଷଷର ୟେତି ଖାଦ୍ୟ ପ୍ରେମୀଙ୍କୁ ହିମାଳୟ ଅଂଚଳର ସ୍ୱାଦିଷ୍ଟ ଖାଦ୍ୟଗୁଡିକୁ ଆବିଷ୍କାର କରିବା ପାଇଁ ଆମନ୍ତ୍ରିତ କରୁଛି । ଜୟ ସିଂହ ଆହୁରି ମଧ୍ୟ କହିଛନ୍ତି, “ଭୁବନେଶ୍ୱରକୁ ଚୟନ କରିବା ଏକ ରଣନୈତିକ ଓ ହୃଦୟସ୍ପର୍ଶୀ ନିଷ୍ପତି ଥିଲା । ରାହୁଲଙ୍କ ସହ ଆମର ସହଭାଗିତା ତତ୍କାଳ ସଠିକ୍ ଅନୁଭବ ହୋଇଥିଲା, ଯାହା ଉତମ ସଙ୍ଗୀତ, ସମ୍ପ୍ରଦାୟର ଭାବନା ଓ ସ୍ୱତନ୍ତ୍ର ଖାଦ୍ୟକୁ ପାଳନ କରୁଥିବା ଏକ ସ୍ୱତନ୍ତ୍ର ଅଫରିଂ ପାଇଁ ମଂଚ ପ୍ରସ୍ତୁତ କରିଥିଲା । ଆମେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ରାସ୍ତା ଓ ୟେତିରେ ଏହି ମ୍ୟାଜିକାଲ ବ୍ଲେଣ୍ଡ୍ର ଅନୁଭୂତି ପାଇବା ପାଇଁ ସ୍ୱାଗତ କରୁଛୁ ।” ରାସ୍ତା ଓ ୟେତି ଏବେ ଭୁବନେଶ୍ୱରରେ ଦିନ ୧୨ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ, ଯାହା ସମସ୍ତଙ୍କୁ ଏହାର ସଙ୍ଗୀତ, ସଂସ୍କୃତି ଓ ଖାଦ୍ୟ ଉତ୍କର୍ଷତାର ଜୀବନ୍ତ ଦୁନିଆକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ରହିଛି ।

powered by social2s