ଜୁଲାଇ ୩ରୁ ଲାଗୁ ହେବ ଟେଲିକମ କମ୍ପାନୀଙ୍କ ନୂଆ ରିଚାର୍ଜ ପ୍ଲାନ, ବର୍ଦ୍ଧିତ ଦରରେ ମଧ୍ୟ ସବୁଠାରୁ ଶସ୍ତା ରହିଛି ରିଲାଏନ୍ସ ଜିଓ

ବାଣିଜ୍ୟ /ବ୍ୟବସାୟ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ନିକଟରେ ଭାରତର ତିନି ପ୍ରମୁଖ ଘରୋଇ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆ ପକ୍ଷରୁ ନୂଆ ବର୍ଦ୍ଧିତ ରିଚାର୍ଜ ପ୍ଲାନ ଘୋଷଣା କରାଯାଇଛି। ଏହିସବୁ ନୂଆ ବର୍ଦ୍ଧିତ ରିଚାର୍ଜ ପ୍ଲାନ ଜୁଲାଇ ୩ରୁ ଲାଗୁ ହେବାକୁ ଯାଉଛି। ତେବେ ତିନି ଅପରେଟରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂଆ ବର୍ଦ୍ଧିତ ରିଚାର୍ଜ ପ୍ଲାନଗୁଡିକର ତୁଳନାତ୍ମକ ଅନୁଶୀଳନରେ ନୂଆ ପ୍ଲାନରେ ମଧ୍ୟ ରିଲାଏନ୍ସ ଜିଓ ଅନ୍ୟ ଦୁଇ ଅପରେଟରଙ୍କ ତୁଳନାରେ ସବୁଠାରୁ ଶସ୍ତା ରହିଥିବା ଜଣାପଡିଛି। ଉଦାହରଣ ସ୍ୱରୂପ ରିଲାଏନ୍ସ ଜିଓର ଦୈନିକ ୧ ଜିବି ଡାଟା ମିଳୁଥିବା ମାସିକ ପ୍ଲାନ ମୂଲ୍ୟ ୨୪୯ ଟଙ୍କା ରହିଥିବା ବେଳେ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆର ସମାନ ସୁବିଧା ରହିଥିବା ପ୍ଲାନ ମୂଲ୍ୟ ୨୯୯ ଟଙ୍କା ରହିଛି ଯାହା ଜିଓ ଠାରୁ ୨୦ ପ୍ରତିଶତ ବା ୫୦ ଟଙ୍କା ଅଧିକ। ସେହିଭଳି ରିଲାଏନ୍ସ ଜିଓର ଦୈନିକ ୧.୫ ଜିବି ଡାଟା ମିଳୁଥିବା ମାସିକ ପ୍ଲାନ ମୂଲ୍ୟ ୨୯୯ ଟଙ୍କା ରହିଥିବା ବେଳେ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆର ସମାନ ସୁବିଧା ରହିଥିବା ପ୍ଲାନ ମୂଲ୍ୟ ୩୪୯ ଟଙ୍କା ରହିଛି। ଦୈନିକ ୨ ଜିବି ଡାଟା ମିଳୁଥିବା ମାସିକ ପ୍ଲାନରେ ରିଲାଏନ୍ସ ଜିଓର ପ୍ଲାନ ମୂଲ୍ୟ ୩୪୯ ଟଙ୍କା ରହିଥିବା ବେଳେ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆର ସମାନ ପ୍ଲାନ ମୂଲ୍ୟ ୩୭୯ ଟଙ୍କା ରହିଛି। ଦୈନିକ ୧.୫ ଜିବି ଡାଟା ମିଳୁଥିବା ଦୁଇ ମାସିଆ ପ୍ଲାନରେ ତିନି କମ୍ପାନୀଙ୍କ ପ୍ଲାନ ମୂଲ୍ୟ ୫୭୯ ଟଙ୍କା ରହିଥିବା ବେଳେ ଦୈନିକ ୨ ଜିବି ଡାଟା ମିଳୁଥିବା ଦୁଇ ମାସିଆ ପ୍ଲାନ ପାଇଁ ରିଲାଏନ୍ସ ଜିଓର ପ୍ଲାନ ମୂଲ୍ୟ ୬୨୯ ଟଙ୍କା ଓ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆର ପ୍ଲାନ ମୂଲ୍ୟ ୬୪୯ ଟଙ୍କା ରହିଛି। ସେହିଭଳି ଲୋକପ୍ରିୟ ତିନିମାସ ବା ୮୪ ଦିନ ଅବଧିର ରିଚାର୍ଜ ପ୍ଲାନ କ୍ଷେତ୍ରରେ ମଧ୍ୟ ରିଲାଏନ୍ସ ଜିଓର ନୂଆ ପ୍ଲାନ ସବୁଠାରୁ ଶସ୍ତା ରହିଛି। ରିଲାଏନ୍ସ ଜିଓର ଦୈନିକ ୨ ଜିବି ଡାଟା ମିଳୁଥିବା ତିନିମାସିଆ ପ୍ଲାନ ମୂଲ୍ୟ ୮୫୯ ଟଙ୍କା ରହିଥିବା ବେଳେ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆର ସମାନ ପ୍ଲାନ ମୂଲ୍ୟ ୯୭୯ ଟଙ୍କା ରହିଛି। ଦୈନିକ ୧.୫ ଜିବି ଡାଟା ମିଳୁଥିବା ତିନିମାସିଆ ପ୍ଳାନରେ ରିଲାଏନ୍ସ ଜିଓର ପ୍ଲାନ ମୂଲ୍ୟ ୭୯୯ ଟଙ୍କା ରହିଥିବା ବେଳେ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆର ସମାନ ପ୍ଲାନ ମୂଲ୍ୟ ୮୫୯ ଟଙ୍କା ରହିଛି। ୩୬୫ ଦିନ ଅବଧି ବିଶିଷ୍ଟ ବାର୍ଷିକ ପ୍ଲାନ କ୍ଷେତ୍ରରେ ସମସ୍ତ ତିନି ଅପରେଟରଙ୍କ ପ୍ଲାନ ମୂଲ୍ୟ ୩୫୯୯ ଟଙ୍କା ରହିଥିବା ବେଳେ ରିଲାଏନ୍ସ ଜିଓ ୨୦ ପ୍ରତିଶତ ଅଧିକ ଡାଟା ପ୍ରଦାନ କରୁଛି। ଏହି ପ୍ଳାନରେ ରିଲାଏନ୍ସ ଜିଓ ଦୈନିକ ୨.୫ ଜିବି ପ୍ରଦାନ କରୁଥିବା ବେଳେ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆ ଦୈନିକ ୨ ଜିବି ଡାଟା ପ୍ରଦାନ କରୁଛନ୍ତି। ଅତିରିକ୍ତ ଡାଟା ପ୍ୟାକ କ୍ଷେତ୍ରରେ ରିଲାଏନ୍ସ ଜିଓର ୧ ଜିବି, ୨ ଜିବି, ୬ ଜିବି ଅତିରିକ୍ତ ଡାଟା ପ୍ୟାକ ମୂଲ୍ୟ ଯଥାକ୍ରମେ ୧୯ ଟଙ୍କା, ୨୯ ଟଙ୍କା ଓ ୬୯ ଟଙ୍କା ରହିଛି। ଅନ୍ୟପକ୍ଷରେ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆର ୧ ଜିବି, ୨ ଜିବି, ୬ ଜିବି ଅତିରିକ୍ତ ଡାଟା ପ୍ୟାକ ମୂଲ୍ୟ ଯଥାକ୍ରମେ ୨୨ ଟଙ୍କା, ୩୩ ଟଙ୍କା ଓ ୭୭ ଟଙ୍କା ରହିଛି। ରିଲାଏନ୍ସ ଜିଓର ନୂଆ ପୋଷ୍ଟପେଡ଼ ପ୍ଲାନ ମୂଲ୍ୟ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆର ସମାନ ପୋଷ୍ଟପେଡ଼ ପ୍ଲାନ ତୁଳନାରେ ୧୦୦ ଟଙ୍କା କମ ରହିଛି। ମାସିକ ୩୦ ଜିବି ଡାଟା ଉପଲବ୍ଧ ହେଉଥିବା ଜିଓର ନୂଆ ପୋଷ୍ଟପେଡ଼ ପ୍ଲାନ ମୂଲ୍ୟ ୩୪୯ ଟଙ୍କା ରହିଥିବା ବେଳେ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆର ସମାନ ପୋଷ୍ଟପେଡ଼ ପ୍ଲାନର ମୂଲ୍ୟ ୪୪୯ ଟଙ୍କା ରହିଛି। ସେହିଭଳି ମାସିକ ୭୫ ଜିବି ଡାଟା ଉପଲବ୍ଧ ହେଉଥିବା ଜିଓର ନୂଆ ପୋଷ୍ଟପେଡ଼ ପ୍ଲାନ ମୂଲ୍ୟ ୪୪୯ ଟଙ୍କା ରହିଥିବା ବେଳେ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆର ସମାନ ପୋଷ୍ଟପେଡ଼ ପ୍ଲାନର ମୂଲ୍ୟ ୫୪୯ ଟଙ୍କା ରହିଛି।

powered by social2s