ଭୁବନେଶ୍ୱରରେ ଲଞ୍ଚ ହେଲା ହ୍ୟୁଣ୍ଡାଇ ଆଲକାଜାର

ବାଣିଜ୍ୟ /ବ୍ୟବସାୟ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର:ଭୁବନେଶ୍ୱର ବଜାରକୁ ଆସିଗଲା ହ୍ୟୁଣ୍ଡାଇର ବହୁ ପ୍ରତୀକ୍ଷିତ ୪ ଚକିଆ କାର ଆଲକାଜାର। ଯାହାର ଶୁଭ ଉନ୍ମୋଚନ ଆଜି କମ୍ପାନୀର ଜେନେରାଲ ମ୍ୟାନେଜର ଅଜିତ କୁମାର ଆଚାର୍ଯ୍ୟଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ଏହି ସମୟରେ କୋଭିଡ ଗାଇଡ଼ ଲାଇନ ସଠିକ ଭାବେ ପାଳନ କରାଯାଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।   

ଏସୟୁଭି ବର୍ଗର ଉନ୍ମୋଚିତ ଏହି ଗାଡି ଉଭୟ ପେଟ୍ରୋଲ ଓ ଡିଜେଲ ଇଞ୍ଜିନରେ ଉପଲବ୍ଧ  ହୋଇଛି, ଯାହାକି ଉଭୟ ୬ ଓ ୭ ସିଟ ବିଶିଷ୍ଟ ଅଟେ।ଏହା ସହିତ ଏହି ଗାଡି ତିନୋଟି ବର୍ଗରେ ଯଥା ସିଗନେଚର,ପ୍ଲାଟିନମ ଓ ପ୍ରେଷ୍ଟିଜ ଭାରିଏଣ୍ଟ। 

ଭୁବନେଶ୍ୱରର ତମାଣ୍ଡୋ,ୟୁନିଟ ୪, ଲୁଇସ ରୋଡ଼ ଓ ଉତ୍ତର ଛକରେ ଥିବା କମ୍ପାନୀର ଶୋରୁମରେ ଉପଲବ୍ଧ ଅଛି।

 

powered by social2s