ଭୁବନେଶ୍ବରରେ 'ଇକୋ ବେଲେଜା' ର ଅଷ୍ଟମ ଆଉଟଲେଟ୍ ଉଦଘାଟିତ

ବାଣିଜ୍ୟ /ବ୍ୟବସାୟ
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ଭୁବନେଶ୍ବର: ଓଡ଼ିଶାର ବ୍ରାଣ୍ଡ୍ ହୋଇ ଏବେ ସାରା ଦେଶରେ ପରିଚିତ 'ଇକୋ ବେଲେଜା' । ଏହି ଅତ୍ୟାଧୁନିକ ସାଲୁନ ଗ୍ରୁପର ଅଷ୍ଟମ ଆଉଟଲେଟ ଆଜି ଭୁବନେଶ୍ୱର ସ୍ଥିତ ସାମନ୍ତରାପୁର ଠାରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଇକୋ ବେଲେଜା ର ପରିଚାଳନା ନିର୍ଦ୍ଦେଶିକା ସ୍ମୃତି ଶ୍ଵେତା ଦାସ ଙ୍କ ପିତା ତଥା ଉତ୍କଳ ଷ୍ଟିଲ ଆଣ୍ଡ ପାୱାର ର ନିର୍ଦ୍ଦେଶକ ଡଃ ଶୁଭାଶିଷ ଦାସ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ନୂଆ ଆଉଟଲେଟ କୁ ଉଦଘାଟନ କରିଥିଲେ । 'ଇକୋ ବେଲେଜା' ସବୁବେଳେ ଗ୍ରାହକ ଙ୍କ ସ୍ୱାସ୍ଥ୍ୟ କୁ ଗୁରୁତ୍ୱ ଦେଇ କୋଭିଡ ଗାଇଡଲାଇନ କୁ ଦୃଷ୍ଟିରେ ରଖି ଆଗାମୀ ଦିନ lରେ ସେବା ପ୍ରଦାନ କରିବ ବୋଲି ଡଃ ଦାସ ମତ ବ୍ୟକ୍ତ କରିଛନ୍ତି  ।  ଏବେ ରାଜ୍ୟରେ ପାର୍ବଣ ସମୟକୁ ଆଖି ଆଗରେ ରଖି ଉତ୍କୃଷ୍ଟ ସେବା ଓ ନୂଆ ନୂଆ ଅଫର ଯୋଗାଇଦେବା କୁ ସ୍ଥିର କରାଯାଇଛି ବୋଲି  'ଇକୋ ବେଲେଜା' ର ପରିଚାଳନା ନିର୍ଦ୍ଦେଶିକା ସ୍ମୃତି ଶ୍ଵେତା ଦାସ ଗଣମାଧ୍ୟମକୁ ଜଣାଇଥିଲେ ।   'ଇକୋ ବେଲେଜା' ର ପରିଚାଳନା ନିର୍ଦ୍ଦେଶିକା ସ୍ମୃତି ଶ୍ଵେତା ଦାସ ଜଣେ ସଫଳ ମହିଳା ଉଦ୍ୟୋଗୀ ଭାବରେ ସାରା ଓଡିଶାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।  ଭୁବନେଶ୍ୱର ରେ 'ଇକୋ ବେଲେଜା' ର ଏହା ହେଉଛି ତୃତୀୟ ଆଉଟଲେଟ। ଏହା  ପୂର୍ବରୁ ହାଇଦ୍ରାବାଦ, ନୂଆଦିଲ୍ଲୀ , ମୁମ୍ବାଇ ଓ ପୁନେ ରେ ମଧ୍ୟ  ଏହାର ଆଉଟଲେଟ ଗୁଡିକ ଗ୍ରହକୁ ଙ୍କୁ ଉତ୍ତମ ସେବା ଯୋଗାଇ ଦେଇ ସମସ୍ତଙ୍କର ବିଶ୍ୱାସ ଜିତି ପାରିଛି ।
 
 
 
 
 
 
powered by social2s