ସମ୍ବଲପୁରରେ ଆକାଶ ବାଇଜୁସ୍‌ର ପ୍ରଥମ କ୍ଲାସ୍‌ରୁମ୍ ସେଂଟର୍‌ର ଶୁଭାରମ୍ଭ

ବାଣିଜ୍ୟ /ବ୍ୟବସାୟ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ସମ୍ବଲପୁର :  ପରୀକ୍ଷା ପ୍ରସ୍ତୁତି ସେବା କ୍ଷେତ୍ରରେ ଭାରତର ଅଗ୍ରଣୀ ଆକାଶ ବାଇଜୁସ୍ ଏହାର ନିଟ୍‌, ଆଇଆଇଟି, ଜେଇଇ ଓ ଅଲିମ୍ପିଆଡ କୋଚିଙ୍ଗ ଏବଂ ଫାଉଣ୍ଡେଶନ ପାଠ୍ୟକ୍ରମଗୁଡିକ ପାଇଁ ମିଳୁଥିବା ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ପାଇଁ ଓଡିଶାର ସମ୍ବଲପୁରରେ ଏହାର ପ୍ରଥମ କ୍ଲାସ୍‌ରୁମ୍ ସେଂଟର୍‌ର ଶୁଭାରମ୍ଭ କରିଛି । ଆକାଶ ବାଇଜୁସ୍ ପକ୍ଷରୁ ଏହି ନୂତନ ସେଂଟର୍ ଯୋଗ ସହିତ, ବର୍ତମାନ ଦେଶର ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଏହାର ମୋଟ ୩୨୫ରୁ ଅଧିକ ସେଂଟର ରହିଛି । ସମ୍ବଲପୁରର ଏକ ପ୍ରମୁଖ ସ୍ଥାନ, ପ୍ଲଟ୍ ନମ୍ବର-୪୨୬, ଗ୍ରାଉଣ୍ଡ ଫ୍ଲୋର୍ ଓ ୧ମ ମହଲା, ହୋଟେଲ୍ କାବେରୀ ପଛ, ଭୀମଭୋଇ ପାର୍କ ରୋଡ୍‌, ଉଡି ଜୋନ୍‌ସ ପିଜା ନିକଟରେ, ଅଇଁଠାପଲିଠାରେ ବିଶାଳ ୫୯୬୮ ବର୍ଗଫୁଟ୍ ସ୍ଥାନରେ ଅବସ୍ଥିତ ଆକାଶ ବାଇଜୁସର ଏହି ସେଂଟର୍‌ରେ ୮ଟି ଶ୍ରେଣୀଗୃହ ରହିଛି । ଏହା ୧୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଡାଇରେକ୍ଟ ବା ପ୍ରତ୍ୟେକ୍ଷ କ୍ଲାସ୍ ପ୍ରଦାନ କରିପାରିବ । କନେକ୍ଟେଡ ଓ ସ୍ମାର୍ଟ କ୍ଲାସ୍‌ରୁମ୍ ଥିବା ଏହି ସେଂଟର୍ ଏହାର ହାଇବ୍ରିଡ୍ ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କୁ ଏକ ବାଧାମୁକ୍ତ ଶିକ୍ଷା ଅନୁଭୂତି ପ୍ରଦାନ କରିପାରିବ । ସମ୍ବଲପୁରରେ ଏହି ନୂଆ ସେଂଟର୍‌କୁ କମ୍ପାନୀର ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଆକାଶ ବାଇଜୁସ୍‌ର ଆଂଚଳିକ ନିର୍ଦ୍ଦେଶକ ଶ୍ରୀ ଅଜୟ ବାହାଦୁର ସିଂହ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଇଷ୍ଟ ରିଜୋନାଲ ଅପରେସନ ମୁଖ୍ୟ ଶ୍ରୀ ଜୟଦୀପ ମୁଖର୍ଜୀ, ଓଡ଼ିଶା ରିଜୋନାଲ ସେଲ୍ସ ଏବଂ ଗ୍ରୋଥ ମୁଖ୍ୟ ଶ୍ରୀ ବିକାଶ ଦାସ, ଇଷ୍ଟ ଡେପୁଟି ଡାଇରେକ୍ଟର ଶ୍ରୀ ସୂର୍ଯ୍ୟଭାନୁ ସିଂ, ଓଡ଼ିଶା ଆସିଷ୍ଟାଂଟ ଡାଇରେକ୍ଟର ଶ୍ରୀ ରାଜୀବ ନୟନ ଏବଂ ରିଜୋନାଲ ଏଚଆର ମୁଖ୍ୟ ଶ୍ରୀ ସାଗର ଚକ୍ରବର୍ତୀ ପ୍ରମୁଖ ଉପସ୍ଥିତ ଥିଲେ ।

 

 ଛାତ୍ରଛାତ୍ରୀମାନେ ନାମ ଲେଖାଇବା ପାଇଁ ନିଜର ମାର୍କସିଟ୍ ସିଧାସଳଖ ସେୟାର କରି ଇନ୍‌ଷ୍ଟାଂଟ୍ ଆଡ୍‌ମିଶନ କମ୍ ସ୍କୋଲାରସିପ୍ ଟେଷ୍ଟ (ଆଇଏସିଏସ୍‌ଟି), ଏସିଏସ୍‌ଟି ଦେଇପାରିବେ କିମ୍ବା ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ଇନ୍‌ଷ୍ଟିଚ୍ୟୁଟ୍‌ର ଫ୍ଲାଗ୍‌ସିପ୍ ଆନୁଆଲ ସ୍କଲାରସିପ୍ ଏଗ୍‌ଜାମ ଆକାଶ ବାଇଜୁସ୍ ନ୍ୟାଶନାଲ ଟାଲୋଂଟ୍ ହଂଟ୍ ଏଗ୍‌ଜାମ (ଆନ୍ଥେ) ପାଇଁ ପଞ୍ଜୀକରଣ କରିପାରିବେ । ନିକଟରେ ଶେଷ ହୋଇଥିବା ଆନ୍ଥେ ୨୦୨୨ରେ କେବଳ ସମ୍ବଲପୁରରୁ ୬୦୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

 

 ସମ୍ବଲପୁରରେ ପ୍ରଥମ ସେଂଟର ଖୋଲିବା ସମ୍ପର୍କରେ ଆକାଶ ବାଇଜୁସ୍‌ର ସିଇଓ ଶ୍ରୀ ଅଭିଷେକ ମାହେଶ୍ୱରୀ କହିଛନ୍ତି, ‘ଆକାଶ ବାଇଜୁସ୍‌ରେ ଆମେ ଛାତ୍ରଛାତ୍ରୀ-କୈନ୍ଦ୍ରିକ ଶିକ୍ଷାକୁ ପ୍ରୋତ୍ସାହିତ କରିବାରେ ବିଶ୍ୱାସ ରଖିଥାଉ, ଯାହାର ଅର୍ଥ ହେଉଛି ଛାତ୍ରଛାତ୍ରୀମାନେ ରହୁଥିବା ସ୍ଥାନରେ ହିଁ ପାଠ୍ୟକ୍ରମ ଓ ଶିକ୍ଷା ପ୍ରଦାନ କରିବା । ଆମେ ଆମ ଛାତ୍ରଛାତ୍ରୀଙ୍କ ଶିକ୍ଷା ଅନୁଭୂତି ଓ ଫଳାଫଳକୁ ଉନ୍ନତ କରିବା ଏବଂ ସେମାନଙ୍କୁ ନିଜର ଉଚ୍ଚଶିକ୍ଷା ସ୍ୱପ୍ନଗୁଡିକୁ ସାକାର କରିବାରେ ସାହାଯ୍ୟ କରିବା ପାଇଁ ଉଭୟ ବାସ୍ତବ ଓ ଭର୍ଚୁଆଲ ଦୁନିଆର ସର୍ବୋତମତା ପ୍ରଦାନ କରିବାକୁ ଚାହୁଁଛୁ ।’ ସେହିପରି ଆକାଶ ବାଇଜୁସ୍‌ର ଆଂଚଳିକ ନିର୍ଦ୍ଦେଶକ ଶ୍ରୀ ଅଜୟ ବାହାଦୂର ସିଂହ କହିଛନ୍ତି, ‘ଆମେ ସମ୍ବଲପୁରରେ ଆମର ପ୍ରଥମ ସେଂଟର୍ ଖୋଲି ଖୁସି ଅନୁଭବ କରୁଛୁ ଯାହା ଶହ ଶହ ନିଟ୍‌, ଜେଇଇ ଓ ଅଲିମ୍ପିଆଡ ଆଶାୟୀଙ୍କ ଘର ଅଟେ ଯିଏ ବାସ୍ତବରେ ଆମର କୋଚିଂ ସେବାଗୁଡିକୁ ଗୁରୁତ୍ୱ ଦିଅନ୍ତି ଓ ସନ୍ଧାନ କରନ୍ତି । ଆମର ସମସ୍ତ ସେଂଟର୍‌ରେ ପ୍ରଶିକ୍ଷିତ ଶିକ୍ଷକ, ମେଂଟର ଓ କାଉନ୍ସିଲର ଅଛନ୍ତି ଯେଉଁମାନେ ଏକ ସେଂଟର୍ ଏକ ବଡ ସହରରୁ ଯେତେ ଦୂରରେ ଥାଉନା କାହିଁକି ପାଠ୍ୟ ବିତରଣର ମାନ ସବୁବେଳେ ବଜାୟ ରଖିଥାନ୍ତି । ଏବେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରରେ ବିଶ୍ୱସ୍ତରୀୟ କୋଚିଙ୍ଗ୍ ପହଂଚିପାରିଛି ଏବଂ ଏବେ ସେମାନଙ୍କୁ  ନିଜର ଅଭିଭାବକ ଓ ପରିବାର ଛାଡି କୋଚିଂ ପାଇଁ ଅନ୍ୟ ସହରକୁ ଯିବାକୁ ପଡିବ ନାହିଁ ।’

 

ଆକାଶ ବାଇଜୁସ୍ ଏହାର ଡାଇରେକ୍ଟ ଓ ଅନ୍‌ଲାଇନ୍ କ୍ଲାସ୍‌ରୁମ୍ ମାଧ୍ୟମରେ ପ୍ରତିବର୍ଷ ୩.୩୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନିଟ୍‌, ଆଇଆଇଟି-ଜେଇଇ, ଅଲିମ୍ପିଆଡ୍ ଓ ଫାଉଣ୍ଡେଶନ ପ୍ରୋଗ୍ରାମଗୁଡିକ ପାଇଁ ଫଳାଫଳ-ଆଧାରିତ କୋଚିଂ ସେବା ପ୍ରଦାନ କରୁଛି । ଏହା ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଟିୟର ୨ ଓ ୩ ସହର, ଟାଉନ୍‌ଗୁଡିକରେ ନିଜର ଅଫ୍‌ଲାଇନ୍ ଉପସ୍ଥିତିକୁ ଦ୍ରୁତ ବେଗରେ ବିସ୍ତାର କରିବା ସହିତ ନିଜର କ୍ଲାଉଡ୍‌-ଆଧାରିତ ଅନ୍‌ଲାଇନ୍ କୋଚିଂ ସେବାଗୁଡିକୁ ମଧ୍ୟ ବୃଦ୍ଧି କରୁଛି ।

 

powered by social2s