ଭୁବନେଶ୍ୱର: ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଲକ୍ଷ୍ୟର ପିଛା କରୁଥିବା ବେଳେ ଯେତେବେଳେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଏମଏସ ଧୋନି ଛକା ବର୍ଷା କରୁଥିଲେ ସେତେବେଳେ ଜିଓ ସିନେମାରେ ଏହାକୁ ଦେଖୁଥିବା ଦର୍ଶକଙ୍କ ସଂଖ୍ୟା ୨.୨ କୋଟି ଟପିଯାଇଥିଲା। ଚଳିତ ଆଇପିଏଲ ୨୦୧୩ ସିଜିନରେ ଟୁର୍ନାମେଣ୍ଟର ଅନଲାଇନ ଲାଇଭ ଷ୍ଟ୍ରିମିଂ ପ୍ଲାଟଫର୍ମ ଜିଓ ସିନେମାରେ ଏପର୍ଯ୍ୟନ୍ତର ସର୍ବାଧିକ ଦର୍ଶକ ଧୋନିଙ୍କ ଏହି ଇନିଂସ ଦେଖିଥିଲେ । ଶେଷ ବଲ୍ ପର୍ଯ୍ୟନ୍ତ, ଦର୍ଶକମାନେ ଉତ୍କଣ୍ଠାର ସହିତ ମ୍ୟାଚର ଉତ୍ଥାନ-ପତନକୁ ଦେଖୁଥିଲେ । ମହେନ୍ଦ୍ର ସିଂ ଧୋନି ପୁଣି ଥରେ ପୁରୁଣା ଦିନର ଝଲକ ଦେଖାଇଥିଲେ । ଉତ୍ତମ ଫିନିସର ଭାବେ ପରିଚିତ ଧୋନି ଶେଷ ଓଭରରେ ଲଗାତାର ଦୁଇଟି ଛକା ମାରି ମ୍ୟାଚକୁ ଆହୁରି ରୋମାଞ୍ଚକର କରିଦେଇଥିଲେ । ଯଦିଓ ରାଜସ୍ଥାନ ରୟାଲ୍ସର ବୋଲର ସନ୍ଦୀପ ଶର୍ମା ଶେଷ ବଲରେ ମାତ୍ର ଏକ ରନ ଦେବା ଫଳରେ ଚେନ୍ନାଇ ସୁପର କିଙ୍ଗସ ତିନି ରନରେ ପରାସ୍ତ ହୋଇଥିଲା ତେବେ ଧୋନି ୧୮୮ ଷ୍ଟ୍ରାଇକ ରେଟରେ ୧୭ ବଲ୍ରୁ ୩୨ ରନ କରି ଅପରାଜିତ ରହିଥିଲେ । ଟାଟା ଆଇପିଏଲ ୨୦୨୩ ର ଡିଜିଟାଲ ଷ୍ଟ୍ରିମିଂ ପାର୍ଟନର ଜିଓ ସିନେମା ଗତ ସପ୍ତାହନ୍ତରେ ଚମତ୍କାର ପ୍ରଦର୍ଶନ କରିଛି । ପ୍ରଥମ ସପ୍ତାହନ୍ତର ଭିଡିଓ ଭିଉ ସଂଖ୍ୟା ଗତ ବର୍ଷର ପୁରା ସିଜ଼ନର ଭିଡିଓ ଭିଉ ସଂଖ୍ୟାକୁ ଅତିକ୍ରମ କରିଥିଲା । ଜିଓ ସିନେମାରେ ଭିଡିଓ ରେକର୍ଡ ୧୪୭ କୋଟିରୁ ଅଧିକ ଥର ଦେଖାଯାଇଛି । ଜିଓ ସିନେମାରେ ପ୍ରତି ଭିଡିଓ ପ୍ରତି ମ୍ୟାଚ ଦେଖାଯାଉଥିବା ସମୟରେ ୬୦ ପ୍ରତିଶତ ବୃଦ୍ଧିପାଇଛି ।
ରେକର୍ଡ ୨.୨ କୋଟି ଦର୍ଶକ ଜିଓ-ସିନେମାରେ ଧୋନିଙ୍କ ଛକା ଦେଖିଲେ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s