ନୂଆଦିଲ୍ଲୀ: ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର ପ୍ରଶଂସା କରିଛନ୍ତି ରାଜ୍ୟର ସେନା ପ୍ରଶିକ୍ଷକ ସିଲୁ ନାୟକଙ୍କୁ।
ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅରଖକୁଦ ର ସିଲୁ ନିଜ ଉଦ୍ୟମ ବଳରେ ଅନେକ ଯୁବକଙ୍କୁ ସେନାରେ ଭର୍ତ୍ତି ହେବା ନେଇ ମାଗଣା ପ୍ରଶିକ୍ଷଣ ଯୋଗାଉଛନ୍ତି।
ତାଙ୍କ ଠାରୁ ତାଲିମ ପାଇ ଅନେକ ସେନାରେ ଭର୍ତ୍ତି ହୋଇଥିବାରୁ ମୋଦି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ତେବେ କାର୍ଯ୍ୟକ୍ରମ ଆରମ୍ଭରେ ଜଳ ସଂରକ୍ଷଣ ପାଇଁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ। ବର୍ଷା ଜଳ ନଷ୍ଟ ନକରି ଏହାକୁ କିପରି ସଂରକ୍ଷଣ କରାଯାଇପାରିବ ସେ ଦିଗରେ ଚେଷ୍ଟା କରିବା ଉଚିତ। ଜଳ ଆମପାଇଁ ପ୍ରକୃତିର ଏକ ଉପହାର ବୋଲି ସେ କହିଛନ୍ତି ।
ଏହାସହ ଆତ୍ମନିର୍ଭର ଭାରତ କଥା କହି ଏହି ମନ୍ତ୍ର ଗାଁ ଗାଁରେ ପହଁଚି ପାରିଛି। ନିଜ ଦେଶର ସାମଗ୍ରୀକୁ ନେଇ ଗର୍ବ କରିବା ଉଚିତ ବୋଲି ସେ ବୁଝାଇଛନ୍ତି।
କରୋନା ବିଷୟରେ କହି କୋଭିଡ଼ର ସମସ୍ତ ନିୟମ ପାଳନ କରିବାକୁ ପଡ଼ିବ ବୋଲି ଭାରତବାସୀଙ୍କୁ ଚେତାଇ ଦେଇଛନ୍ତି।
powered by social2s

