ନୂଆଦିଲ୍ଲୀ: ସଂସଦରେ ବଜେଟ୍ ୨୦୨୬-୨୭ ଆଗତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲଗାତାର ୯ମ ଥର ପାଇଁ ବଜେଟ୍ ଆଗତ କଲେ ଅର୍ଥମନ୍ତ୍ରୀ। ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ। ସୀତାରମଣ କହିଲେ ଯେ, ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢ଼ୁଛି। ବିରଳ ଖଣିଜ କରିଡ଼ର ନେଇ ବଜେଟ୍ରେ ଘୋଷଣା କରାଯାଇଛି। ଓଡ଼ିଶା, କେରଳ, ଆନ୍ଧ୍ର ଓ ତାମିଲନାଡୁରେ ବିରଳ ଖଣିଜ କରିଡ଼ର ହେବ। ମାଇନିଂ, ଗବେଷଣା, ଉତ୍ପାଦନ କ୍ଷେତ୍ରରେ କାମ କରାଯିବ। ଭାରତକୁ ବାୟୋଫାର୍ମା ହବ୍ କରିବାକୁ ବଡ଼ ଘୋଷଣା କରାଯାଇଛି। ବାୟୋଫାର୍ମା ଉଦ୍ୟୋଗ ପାଇଁ ୧୦ ହଜାର କୋଟି ନିବେଶ ଲକ୍ଷ୍ୟ ରହିଛି। ୫ ବର୍ଷରେ ବ୍ୟୟ କରିବା ନେଇ ଘୋଷଣା କଲେ ଅର୍ଥମନ୍ତ୍ରୀ। ବାରଣାସୀ-ସିଲିଗୁଡ଼ି, ଦିଲ୍ଲୀ-ବାରଣାସୀ, ମୁମ୍ବାଇ-ପୁନେ ହାଇଦ୍ରାବାଦ-ଚେନ୍ନାଇ ହାଇସ୍ପିଡ୍ ରେଲୱେ କରିଡର ନିର୍ମାଣ ହେବ। ଛୋଟ ସହରରେ ତୀର୍ଥସ୍ଥଳକୁ ବିକଶିତ କରାଯିବ। ୫ ବର୍ଷରେ ୨୦ ନୂଆ ଜଳପଥ ନିର୍ମାଣ କରାଯିବ। ବୟନ ଶିଳ୍ପ ପାଇଁ ମହାତ୍ମା ଗାନ୍ଧି ଗ୍ରାମ ସ୍ବରାଜ ଯୋଜନା ଘୋଷଣା କରାଯାଇଛି। ମହାତ୍ମା ଗାନ୍ଧି ଗ୍ରାମ ସ୍ବରାଜ ଯୋଜନାରେ ହେବ ଟେକ୍ସଟାଇଲ୍ ପାର୍କ। ଖଦି ଓ ହ୍ୟାଣ୍ଡଲୁମକୁ ଅଧିକ ସଶକ୍ତ କରାଯିବ। ଓଡ଼ିଶା, କର୍ଣ୍ଣାଟକ, କେରଳରେ କଇଁଛ ଅଣ୍ଡାଦାନ ସ୍ଥଳୀର ଉନ୍ନତି ହେବ। ଏନେଇ ଘୋଷଣା କଲେ ଅର୍ଥମନ୍ତ୍ରୀ । ପରିବେଶ ସଂରକ୍ଷଣ ଓ ଇକୋ-ଟୁରିଜମ୍କୁ ପ୍ରୋତ୍ସାହିତ କରିବ। ଶସ୍ତା ହେବ କ୍ୟାନସର ମଧୁମେହ ଔଷଧ। କ୍ୟାନସର ରୋଗର ୧୭ଟି ଔଷଧ ହେବ ଶସ୍ତା। କ୍ୟାନସର, ମଧୁମେହ ଭଳି ୭ ଗମ୍ଭୀର ରୋଗର ଔଷଧ ଶସ୍ତା ହେବ। ମୋବାଇଲ୍, ମାଇକ୍ରୋ ଓଭେନ୍, କପଡ଼ା ଶସ୍ତା ହେବ। ଚମଡ଼ାରୁ ପ୍ରସ୍ତୁତ ଜୋତା, ବ୍ୟାଗ ଶସ୍ତା ହେବ। ସୌରଚାଳିତ ବସ୍ତୁ, ସି-ଫୁଡ୍, ଇଭି ବ୍ୟାଟେରୀ ଶସ୍ତା ହେବ। ବାୟୋ CNG ଗ୍ୟାସ୍ ଶସ୍ତା ହେବ। ଏପ୍ରିଲରୁ ନୂଆ ଆୟକର ନିୟମ ଲାଗୁ କରାଯିବ। ୧ ଏପ୍ରିଲ ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ । ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ। ଜୁଲାଇ ୩୧ ତାରିଖ ଯାଏଁ ରିଟର୍ଣ୍ଣ ଦାଖଲ କରିପାରିବେ। ITR 1, ITR 2 ଲୋକେ ଭରିପାରିବେ ରିଟର୍ଣ୍ଣ। ଏବେ PAN ଜରିଆରେ ନିଜ ସଂପତ୍ତି ବିକିପାରିବେ ଏନ୍ ଆର୍ ଆଇ। ଆୟକର ଫାଙ୍କିଲେ ଆଉ ମିଳିବନି ଦଣ୍ଡ। ଅତିରିକ୍ତ ୩୦% ଟିକସ ଦେଇ ମୁକୁଳିପାରିବେ।
ଓଡ଼ିଶାରେ ବିରଳ ଖଣିଜ କରିଡ଼ର
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

