ଫେବୃଆରୀରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଫେବୃଆରୀରେ ପାଞ୍ଚ ଦିନ ପାଇଁ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫେବୃଆରୀ ୨ ତାରିଖରେ ଭୁବନେଶ୍ଵର ପହଞ୍ଚିବେ ରାଷ୍ଟ୍ରପତି। ଫେବୃଆରୀ ୩ ତାରିଖରେ ବାଲେଶ୍ୱର ଜିଲ୍ଲାର ରେମୁଣାସ୍ଥିତ ଫକିର ମୋହନ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସରେ ଆୟୋଜିତ ୧୨ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ମୁର୍ମୁ ସମାବର୍ତ୍ତନ ଭାଷଣ ପ୍ରଦାନ କରିବେ। ଫେବୃଆରୀ ୪ ରେ ସେ ଜାଜପୁର ଜିଲ୍ଲାରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଐତିହାସିକ ମା’ ବିରଜା ମନ୍ଦିରରେ ପୂଜାର୍ଚ୍ଚନା କରିବେ। ରାଷ୍ଟ୍ରପତିଙ୍କ ଯାତ୍ରା ସୂଚୀରେ ଫେବୃଆରୀ ୫–୬ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ତାଙ୍କ ଜନ୍ମସ୍ଥାନ ରାଇରଙ୍ଗପୁରକୁ ବିଶେଷ ଭାବେ ଗସ୍ତ କରିବେ। ଏହା ପରେ ସେ ଛତିଶଗଡ଼ ଗମନ କରିବେ।

powered by social2s