ସମୁଦ୍ରରୁ ଆକାଶ ଯାଏଁ ଭାରତ ସୁରକ୍ଷିତ: ପ୍ରଧାନମନ୍ତ୍ରୀ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ : ସମୁଦ୍ରରୁ ଆକାଶ ଯାଏଁ ଭାରତ ସୁରକ୍ଷିତ ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ୧୩୫ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି ଯେ, ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀ ଜ୍ଞାନକୌଶଳ ପ୍ରଶଂସନୀୟ। ପ୍ରଧାନମନ୍ତ୍ରୀ ମୋଦି ପ୍ରକାଶ କରିଛନ୍ତି, "ଆଜି ସମୁଦ୍ରରୁ ଆକାଶ ମାର୍ଗ ଯାଏଁ ଭାରତ ସୁରକ୍ଷିତ। ପଶ୍ଚିମ ଏସିଆ ଯୁଦ୍ଧ ପାଇଁ ଦେଶବାସୀଙ୍କୁ ସୁନା ନ କିଣିବା, ବିଦେଶ ଯାତ୍ରା ନ କରିବା ପାଇଁ ଅପିଲ୍ କରିଥିଲି, ମୋ ଅପିଲ୍‌କୁ ଦେଶବାସୀ ସମର୍ଥନ ଓ ସହଯୋଗ କରିଛନ୍ତି।" ଜୁନ୍‌ରେ ବିମାନ ଚଳାଚଳ କ୍ଷେତ୍ରରେ ବଡ଼ ସଫଳତା ମିଳିଛି। ଭାରତରେ ୪୦ଟି ବିମାନ ନିର୍ମାଣ କରାଯାଉଛି। ଏମ୍ ଏସ ଏମ୍ ଇ ଏବଂ ଏରୋସ୍ପେସ୍ କ୍ଷେତ୍ରକୁ ନୂତନ ଗତି ପ୍ରଦାନ କରାଯାଇଛି। ନିଯୁକ୍ତି ସହ ଆତ୍ମନିର୍ଭର ଭାରତ ସଂକଳ୍ପ ମଜବୁତ ହେଉଛି ବୋଲି ସେ ଉଲ୍ଲେଖ କରିଛନ୍ତି।

powered by social2s