ଭୁବନେଶ୍ୱର : ହ୍ବାଟ୍ସଆପ୍ ‘ୟୁଜରନେମ’ ବିବାଦକୁ ନେଇ ମେଟା ଜାରି କଲା ସ୍ପଷ୍ଟୀକରଣ। ଗ୍ରାହକଙ୍କ ସୁରକ୍ଷା ପାଇଁ ଏହି ବିକଳ୍ପ ଅଣାଯାଇଛି, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବାକୁ ପ୍ରୟାସ କରାଯାଇଛି ବୋଲି ଉଲ୍ଲେଖ କରିଛି ମେଟା। ଏହି ବିକଳ୍ପ ଇଚ୍ଛାଧୀନ, ଗ୍ରାହକ ନ ଚାହିଁଲେ ଏହା ଲାଗୁ ହେବନି ବୋଲି ସ୍ପଷ୍ଟ କରାଯାଇଛି। ହ୍ବାଟସଆପର "USER NAMES" ଫିଚରକୁ ନେଇ କଠୋର ଆଭିମୁଖ୍ୟ ଦେଖାଇଲେ କେନ୍ଦ୍ର ସରକାର । ରୋଲ୍ ଆଉଟ୍ ଉପରେ ରୋକ୍ ଲଗାଇବା ସହ ମେଟାକୁ ଜାରିହେଲା ନୋଟିସ୍ । ନୂଆ ଫିଚର ଦ୍ୱାରା ବଢ଼ିପାରେ ଅନଲାଇନ ଠକେଇ। ପରିଚୟ ଚୋରି ଭୟ ମଧ୍ୟ ରହିଥିବା କହିଲେ କେନ୍ଦ୍ର ସରକାର। ୩ ଦିନ ଭିତରେ ଏହି ଫିଚର ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର। ଭାରତରେ ପ୍ରାୟ ୫୦ କୋଟି ଲୋକ ହ୍ବାଟସଆପ ବ୍ୟବହାର କରୁଛନ୍ତି।
powered by social2s

