ନୂଆଦିଲ୍ଲୀ: ଛୋଟ ପିଲାଙ୍କ ପାଇଁ ଖୁବ ଶୀଘ୍ର ଆସିବାକୁ ଯାଉଛି କରୋନା ଟୀକା।ଡ୍ରଗସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (DCGI) ପକ୍ଷରୁ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭ୍ୟାକ୍ସିନ ଟୀକା ଦୁତୀୟ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ପାଇଁ ଅନୁମତି ମିଳିଛି।୨ ରୁ ୧୮ ବର୍ଷ ପିଲାଙ୍କ କ୍ଷେତ୍ରରେ ଟୀକା ତିଆରି କରିବାକୁ ଏହି କ୍ଲିନିକାଲ ପରୀକ୍ଷା କରାଯିବ ।ଏହା ପୂର୍ବରୁ ଦୁତୀୟ ଓ ତୃତୀୟ ପର୍ଯ୍ୟାୟ ରେ କ୍ଲିନିକାଲ ଟ୍ରାଏଲ କରିବାକୁ ଭାରତ ବାୟୋଟେକ ର ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡଡ଼ କଣ୍ଟ୍ରୋଲ ଅରଗାନାଇଜେସନର ସବଜେକ୍ଟ ଏକ୍ସପଟ କମିଟି ଗତ କାଲି ସୀକୃତୀ ପ୍ରଦାନ କରିଥିଲା। ଆଉ DCGI କୁ ଟ୍ରାଏଲ ପାଇଁ ଅନୁମତି ମାଗିଥିଲା। ଭାରତ ବାୟୋଟେକ ଏବେ ୫୨୫ ସ୍ବେଚ୍ଛାସେବୀ ଙ୍କ ଉପରେ ପରୀକ୍ଷା କରିବ।
powered by social2s

