ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୭ ତମ ମନ କି ବାତ୍ କାର୍ଯ୍ୟକ୍ରମ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି।

ଆଜି ଏନଡିଏ ସରକାରକୁ ୭ ବର୍ଷ ପୁରିଛି। ଦେଶବାସୀ ୭ ବର୍ଷ ହେଲା ଟିମ୍ ଇଣ୍ଡିଆ ଭଳି କାମ କରିଛନ୍ତି ବୋଲି ସେ କହିଛନ୍ତି। ଦେଶ ବାହ୍ୟ ଶତ୍ରୁ ମାନଙ୍କୁ ମୁହଁ ତୋଡ଼ ଜବାବ ଦେଇଛି। ସେହିଭଳି ଦେଶବାସୀ ଏକଜୁଟ୍ ହୋଇ କରୋନା ସହ ଲଢୁଛନ୍ତି। ଏଥିରେ ସଫଳ ହେବା ପାଇଁ ଦୃଢ ସଂକଳ୍ପ ର ଆବଶ୍ୟକତା ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନାର ଦ୍ୱିତୀୟ ଲହରୀରେ ଅକ୍ସିଜେନକୁ ଗୁରୁତ୍ୱ ଦିଆଯାଇଛି। ଦେଶରେ ଅକ୍ସିଜେନର ଉତ୍ପାଦନ ୧୦ ଗୁଣା ବଢିଛି। ଅକ୍ସିଜେନ ଏକ୍ସପ୍ରେସ ଜରିଆରେ ପହଁଚାଯାଉଛି ଅକ୍ସିଜେନ। ଏହାସହ ବାତ୍ୟା ବିଷୟରେ ପ୍ରଧାନମନ୍ତ୍ରୀ ମନେପକାଇ କହିଛନ୍ତି ଯେ, ୧୦ ଦିନ ମଧ୍ୟରେ ଦେଶ ୨ଟି ବଡ ବାତ୍ୟା ର ସମ୍ମୁଖୀନ ହେଉଛନ୍ତି। ତେବେ ଦୃଢତାର ସହ ଏହାକୁ ମୁକାବଲା କରାଯାଇଛି। ସ୍ୱାସ୍ଥ୍ୟ କର୍ମୀ ମାନେ ଜୀବନକୁ ବାଜି ନିଜ କର୍ମ କରିଚାଲିଛନ୍ତି ବୋଲି ସେ କହିଛନ୍ତି।

powered by social2s