ନୂଆଦିଲ୍ଲୀ: ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଜୈବ ଇନ୍ଧନର ବିକାଶ ପାଇଁ ଏକ ନକ୍ସା ବା ସାରେଣୀକୁ ଉଦ୍ଘାଟନ କରିଛନ୍ତି। ନୂଆଦିଲ୍ଲୀରୁ ଭିଡିଓ କନ୍ଫରେନ୍ସିଙ୍ଗ ଜରିଆରେ ଯୋଗଦେଇ ଜୈବ ଇନ୍ଧନର ବିକାଶରେ ସହାୟକ ହେବା ପାଇଁ ୨୦୨୧-୨୫ ବର୍ଷ ପାଇଁ ବିଶେଷଜ୍ଞ ଦଳଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନକ୍ସା କୁ ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ। ଏଥିରେ ଶ୍ରୀ ମୋଦୀ କହିଛନ୍ତି ଯେ, ୭/୮ ବର୍ଷ ପୂର୍ବେ ଦେଶରେ ଜୈବିକ ଇନ୍ଧନ ଉପରେ ଆଲୋଚନା ମଧ୍ୟ କରାଯାଉନଥିଲା। କିନ୍ତୁ ବର୍ତ୍ତମାନ ଦେଶରେ ଏହି ଜୈବ ଉନ୍ଧନର ବିକାଶ ସହ ଏହା କୃଷକ ମାନଙ୍କୁ କିଭଳି ଅଧିକ ଉପାଦେୟ ହୋଇପାରିବ ସେ ଦିଗରେ କାମ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ଉତ୍ତମ ପରିବେଶ ପାଇଁ ଜୈବ ଉନ୍ଧନକୁ ପ୍ରୋତ୍ସାହନ ହେଉଛି ଚଳିତ ବର୍ଷ ପାଇଁ ବିଶ୍ୱ ପରିବେଶ ଦିବସ ର ଥିମ୍।
powered by social2s

