ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏଥିରେ ସେ ବଡ଼ ଘୋଷଣା କରି କହିଛନ୍ତି ଯେ, ଏବେଠୁ କେନ୍ଦ୍ର ସରକାର କରୋନା ଟିକାକୁ ସଂପୂର୍ଣ୍ଣ ମାଗଣାରେ ଉପଲବ୍ଧ କରାଇବେ। ଟିକାକରଣ ସଂପୂର୍ଣ୍ଣ କେନ୍ଦ୍ର ସରକାରଙ୍କର ଦାୟିତ୍ୱ।
କୌଣସି ରାଜ୍ୟ ସରକାରଙ୍କୁ ଏଥିପାଇଁ ଟଙ୍କା ଦବାକୁ ପଡିବନି।
୧୮ ବର୍ଷଠୁ ଉର୍ଦ୍ଧ୍ବ ସବୁ୍ ଲୋକଙ୍କୁ ମାଗଣାରେ ଟିକା ଦିଆଯିବ।
ତେବେ ଦେଶରେ ଉତ୍ପାଦିତ କରୋନା ଟିକାର ୨୫% ଟିକା ଘରୋଇ ହସ୍ପିଟାଲର ଗୁଡିକୁ ପ୍ରଦାନ କରାଯିବ। ଏଥିରେ ଲୋକମାନେ ଚାହିଁଲେ କେବଳ ୧୫୦ ଟଙ୍କା ଖର୍ଚ୍ଚ କରି କରୋନା ଟିକା ନେଇପାରିବେ।
ସେହିଭଳି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କରୋନା ର ଦ୍ୱିତୀୟ ଲହରର ଭୟଙ୍କର ପରିସ୍ଥିତି ଚାଲିଥିବା ବେଳେ ଆଜି ଆଉ ଏକ ବଡ ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଏବର୍ଷ ଦିପାବଳୀ ଅର୍ଥାତ ନଭେମ୍ବର ମାସ ପର୍ଯ୍ୟନ୍ତ ଗରିବ ଲୋକମାନଙ୍କୁ ମାଗଣାରେ ରେସନ ଯୋଗାଇ ଦେବାର ଘୋଷଣା କରିଛନ୍ତି। ଏଥିରେ ଦେଶର ୮୦ କୋଟି ଜନସାଧାରଣ ଉପକୃତ ହେବେ ବୋଲି ସେ କହିଛନ୍ତି।
ଦେଶବାସୀଙ୍କୁ ସମ୍ବୋଧନ କରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ବୈଜ୍ଞାନିକ ମାନେ ନିଜର ଚେଷ୍ଠା ଜାରି ରଖିଛନ୍ତି। ସେମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ଆମ ଦେଶରେ ଆଉ ୭ ଟି କରୋନା ଟିକାର ପ୍ରସ୍ତୁତି ଚାଲିଛି। ଏମାନଙ୍କ ମଧ୍ୟରୁ ୨ ଟି ଟିକାର ପରୀକ୍ଷଣ ଚାଲିଛିବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ଦେଶ ଗତ ୧୦୦ ବର୍ଷ ମଧ୍ୟରେ ଏଭଳି ଭୟଙ୍କର ମହାମାରର ସମ୍ମୁଖୀନ ହୋଇନଥିଲା।
କରୋନାରେ ଅନେକ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି।
ପୂର୍ବରୁ ବିଦେଶରୁ ଜରୁରୀ ଔଷଧ ଆଣିବାକୁ ବହୁ ସମୟ ଲାଗୁଥିଲା। ତେବେ ବର୍ତ୍ତମାନ ଦେଶରେ ଔଷଧ ଉତ୍ପାଦନ ବୃଦ୍ଧି ପାଇଥିବା ସେ କହିଛନ୍ତି।
ଟିକାକରଣ ସଂପୂର୍ଣ୍ଣ କେନ୍ଦ୍ର ସରକାରଙ୍କର ଦାୟିତ୍ୱ: ପ୍ରଧାନମନ୍ତ୍ରୀ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

