ନୂଆଦିଲ୍ଲୀ: ଓମିକ୍ରନ୍ କୁ ଦୃଷ୍ଟିରେ ରଖି କେନ୍ଦ୍ର ଜାରି କଲା ଜାନୁଆରୀ ମାସ ପାଇଁ ନୂଆ ଗାଇଡଲାଇନ୍। ସମସ୍ତ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ। ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ପାଳନ କରିବାକୁ ଦିଆଗଲା ନିର୍ଦେଶ। ପ୍ରତି ଜିଲ୍ଲାକୁ ୟୁନିଟ ଭାବେ ନେଇ କଣ୍ଟେନମେଣ୍ଟ କରିପାରିବେ ପ୍ରଶାସନ, ୧୦ ପ୍ରତିଶତ ରୁ ଅଧିକ ମାମଲା ଆସିଲେ କଣ୍ଟେନମେଣ୍ଟ ଯୋନ। ୪୦ ପ୍ରତିଶତ ରୁ ଅଧିକ କୋଭିଡ ବେଡ୍ ପୂରଣ ହେଲେ ନିଷ୍ପତ୍ତି ନେବ ପ୍ରଶାସନ। ଡାଟା ଅନାଲିସିସ ଓ ତ୍ୱରିତ ନିଷ୍ପତ୍ତି ଉପରେ ଦିଆଯାଇଛି ଗୁରୁତ୍ୱ।
powered by social2s

