ଭୁବନେଶ୍ୱର: କେରଳରେ ଦୁଇ ଜଣ ଶିଶୁ ନୋରୋଭାଇରସ ରେ ଆକ୍ରାନ୍ତ ହୋଇଥିବା ସୂଚନା। ଦୁଇ ଶିଶୁଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଏହି ଭାଇରସ ଅତ୍ୟଧିକ ସଂକ୍ରମଣଶିଳ। ଏହାର ଲକ୍ଷଣ ଗୁଡ଼ିକ ହେଲା ପତଳା ଝାଡ଼ା, ବାନ୍ତି, ଜ୍ଵର, ଗୋଡ଼ ହାତ ବିନ୍ଧିବା ଓ ଦୁର୍ବଳ ଲାଗିବା। ଏହି ଭାଇରସ ପାଟି ଆଡ଼ୁ ଶରୀରରେ ପ୍ରବେଶ କରିଥାଏ। ବାରମ୍ବାର ଓଆରଏସ୍ ପାଣି ଦେବା ଓ ରକ୍ତଚାପ ମାପିବା ଏହାର ଚିକିତ୍ସା ପଦ୍ଧତି। ପରିଷ୍କାର ପରିଚ୍ଛନ ରହିବା, ଖାଦ୍ୟପେୟ ପ୍ରତି ଯତ୍ନଶୀଳ ହେବା ଓ ବାରମ୍ବାର ହାତ ଧୋଇବା ଦ୍ୱାରା ଏହି ରୋଗ ପ୍ରଶମିତ ହୋଇଥାଏ। ଗତ ବର୍ଷ ନଭେମ୍ବର ମାସରେ ପ୍ରଥମେ ଚିହ୍ନଟ ହୋଇଥିଲା ଏହି ଭାଇରସ।
powered by social2s

