ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେଉଥିବାରୁ ଖୁସି ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ନୂଆଦିଲ୍ଲୀ: ଆଜି ୯୦ ତମ ମନ କି ବାତ୍ କାର୍ଯ୍ୟକ୍ରମରେ ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ମହାପ୍ରଭୁ ଜଗନାଥଙ୍କ ରଥଯାତ୍ରା ହେଉଥିବାରୁ ଖୁସି ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। 
 
ପୁରୀ ସହ ଦେଶବିଦେଶରେ ରଥଯାତ୍ରା ଧୁମଧାମରେ ପାଳନ ହେଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ବିଭିନ୍ନ ସ୍ଥାନର ଭକ୍ତଙ୍କୁ ପୁରୀ ଯିବା ପାଇଁ ମୋଦୀ ଅନୁରୋଧ କରିଛନ୍ତି। 
 
ଭାରତରେ ୧୯୭୫ ମସିହାରେ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀ କହିଲେ ଯେ ଆମ ଦେଶରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନେକ ସ୍ଥାନରେ ଲକ୍ଷାଧିକ ଲୋକଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ଶେଷରେ ଲୋକଙ୍କର ହିଁ ବିଜୟ ହୋଇଥିଲା। ଅରାଜକତା ଶେଷ ହୋଇ ଗଣତନ୍ତ୍ର ସ୍ଥାପନ ହୋଇଥିଲା।
 
ଶେଷରେ ମାସ୍କ ପିନ୍ଧିବା ଓ ଏବଂ ବାରମ୍ବାର ହାତ ଧୋଇବା ଅଭ୍ୟାସ ବଜାୟ ରଖି ସୁସ୍ଥ ଜୀବନ ଯାପନ ଉପରେ ଗୁରୁତ୍ୱ ଦେଇଥିଲେ ମୋଦୀ।
 
 
 
 
 
powered by social2s