ପୁଣି ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡର ଦର

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଆଜିଠାରୁ ପୁଣି ବଢିଲା ଘରୋଇ ଏଲପିଜି ଦର । ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଛି । ଏହି ନୂଆ ଦର ଆଜିଠୁ ଲାଗୁ ହୋଇଛି । 

ସୂଚନା ଅନୁଯାୟୀ, ୫ ଲିଟର ସିଲିଣ୍ଡର ପିଛା ୧୮ଟଙ୍କା ବଢିଥିବାବେଳେ ୧୯ ଲିଟରର କମର୍ସିଆଲ ସିଲିଣ୍ଡର ପିଛା ୮ଟଙ୍କା ୫୦ ପଇସା ବଢିଛି । ଆଜିଠାରୁ ସିଲିଣ୍ଡର ପିଛା ୫୦ ଟଙ୍କା ବଢିବା ପରେ ଦିଲ୍ଲୀରେ ଏଲପିଜି ଦର ୧୦୫୦ଟଙ୍କା ହୋଇଛି । କୋଲକାତାରେ ନୂଆ ଦର ରହିଛି ୧୦୭୯ଟଙ୍କା । ସେହିପରି ଚେନ୍ନାଇରେ ଆଜିଠାରୁ ବର୍ଦ୍ଧିତ ଦର ରହିଛି ୧୦୬୮ଟଙ୍କା ।ତେବେ ବର୍ଷକ ମଧ୍ୟରେ ଘରୋଇ ସିଲିଣ୍ଡର ଦର ୮୩୪ ଟଙ୍କାରୁ ବଢି ୧୦୫୩ ଟଙ୍କାରେ ପହଞ୍ଚିଛି ।

 

powered by social2s