ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦିଆଯାଇଛି ବିଦାୟ ସମ୍ଭର୍ଦ୍ଧନା। ସଂସଦ ଭବନ ସେନଟ୍ରାଲ୍ ହଲ୍ ରେ ଆୟୋଜିତ ହୋଇଥିବା ସମ୍ଭର୍ଦ୍ଧନା ସମାରୋହରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ବହୁ ବରିଷ୍ଠ ବ୍ଯକ୍ତି। ଏହି ଅବସରରେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, "ରାଷ୍ଟ୍ରପତି ଭାବେ କାର୍ଯ୍ୟକାଳ ଚିରଦିନ ଅବିସ୍ମରଣୀୟ ରହିବ। ୫ ବର୍ଷ ତଳେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲି, ସବୁ ସାଂସଦ ମୋ ପାଖରେ ସ୍ୱତନ୍ତ୍ର ହୋଇରହିବେ। " ବୋଲି ସେ କହିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ, "ମହିଳାଙ୍କ ସ୍ୱାର୍ଥ ରକ୍ଷା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅବଦାନ ଅତୁଳନୀୟ। ଆପଣଙ୍କ କାର୍ଯ୍ୟ ଆଗାମୀ ପିଢି ପାଇଁ ପ୍ରେରଣାର ଉସ୍ଚ ହୋଇରହିବ।
powered by social2s

