ନୂଆଦିଲ୍ଲୀ: ଆଜି ୯୧ ତମ ମନ କି ବାତ୍ କାର୍ଯ୍ୟକ୍ରମରେ ରେଡ଼ିଓ ମାଧ୍ଯମରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ବାଧିନତାର 75 ବର୍ଷ ପୂରଣ କରିବ ଭାରତ,ଏହି ଐତିହାସିକ ସମୟର ଆମେ ସାକ୍ଷୀ ହେବାକୁ ଯାଉଛେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।ପ୍ରଧାନମନ୍ତ୍ରୀ ମଧ୍ଯ କହିଛନ୍ତି , ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶରେ 'ହର ଘର ତ୍ରିରଙ୍ଗା' କାର୍ଯ୍ୟକ୍ରମ ଆୟୋଜିତ ହେବ। ସ୍ବାଧିନତାର ଅମୃତ ମହୋତ୍ସବ ବର୍ତ୍ତମାନ ଜନ ଆନ୍ଦୋଳନରେ ପରିଣତ ହୋଇଛି। ତ୍ରିରଙ୍ଗା ଆମକୁ ଏକତ୍ରିତ ହେବାକୁ ପ୍ରେରଣା ଦେଇଥାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ କ୍ରାନ୍ତିକାରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ବ କରୋନା ବିରୁଦ୍ଧରେ ଲଢ଼େଇ ଜାରି ରଖିଥିବା ସମୟରେ ଆମ କୃଷକମାନେ ମହୁ ଉତ୍ପାଦନରେ ବହୁ ଆଗକୁ ଆସିଛନ୍ତି, କୃଷକମାନେ ଶିକ୍ଷା ନେଇ ମହୁ ଉତ୍ପାଦନ କରୁଛନ୍ତି। ଏହା ସହିତ ସେ ଭାରତୀୟ ଖେଳନା ର ପ୍ରଶଂସା କରି କହିଛନ୍ତି ବିଗତ କିଛି ବର୍ଷ ମଧ୍ଯରେ ଭାରତ ବିଦେଶକୁ ଖେଳନା ରପ୍ତାନୀ କରି ବେଶ୍ ନାଁ କରିଛି।ଭାରତୀୟ ଖେଳନାକୁ ପୁରା ବିଶ୍ବରେ ଲୋକପ୍ରିୟ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି। କରୋନା ମହାମାରୀ ମଧ୍ଯରେ ପରୀକ୍ଷା ଦେଇଥିବା ଦଶମ ଓ ଦ୍ବାଦଶ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ପୁରା ଜୁଲାଇ ମାସ, ଭାରତୀୟ କ୍ରୀଡ଼ାବିତଙ୍କ ପାଇଁ ଶୁଭ ରହି ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଓ
ଦେଶବାସୀଙ୍କ ତରଫରୁ ସମସ୍ତ ଖେଳାଳୀଙ୍କୁ ଶୁଭକାମନା ଜଣାଇଛନ୍ତି।
ଏହା ସହ ୱାର୍ଲ୍ଡ ଆଥଲେଟିକ ଚାମ୍ପିୟନସିପରେ ସିଲଭର ଜିତିଥିବା ନୀରଜ ଚୋପ୍ରା, ସିଙ୍ଗାପୁରରେ ଓପନ ଟାଇଟଲ ଜିତିଥିବା ପିଭି ସିନ୍ଧୁ, ଆୟର୍ଲାଣ୍ତର ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲରେ ପଦକ ଜିତିଥିବା ୧୧ ଜଣ ଭାରତୀୟ ଖେଳାଳୀ ଓ ରୋମରେ ଭାରତୀୟ ଖେଳାଳୀ ମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ସ୍ବାଧିନତାର ଅମୃତ ମହୋତ୍ସବ ବର୍ତ୍ତମାନ ଜନ ଆନ୍ଦୋଳନରେ ପରିଣତ ହୋଇଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

