01/12/2020): ଓଦିଶା ର ଅନ୍ୟତମ ପ୍ରମୂଖ ପର୍ଯ୍ୟଟନ କ୍ଷେତ୍ର ପୁରୀ ର ଚନ୍ଦ୍ରଭାଗା ବେଳାଭୂମିରେ ଆଜି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଏକ Cafeteria ଲୋକାର୍ପିତ ହୋଇଯାଇଛି ।
ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆଜି ଅପରାହ୍ନ ୪ ଘଟିକା ରେ ଏହି କାଫେଟେରିଆ କୁ ଲୋକାର୍ପିତ କରିଥିଲେ। ଓଟିଡିସି ଅଧ୍ଯକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର , ରାଜ୍ୟ ସରକାର ଙ୍କ ପର୍ଯ୍ୟଟନ ବିଭାଗ ସଚିବ ଶ୍ରୀଯୁକ୍ତ ବିଶାଲ ଦେବ, ଓଟିଡିସି ର ପରିଚାଳନା ନିର୍ଦ୍ଦେଶକ ସଚିନ୍. ଆର୍ ଯାଦବ ମଧ୍ୟ ଏହି ସ୍ଵତନ୍ତ୍ର ଲୋକାର୍ପିତ ଉତ୍ସବ ରେ ଉପସ୍ଥିତ ରହିଥିଲେ। ଓଟିଡିସି ଦ୍ୱାରା ପରିଚାଳିତ ଏହି 'ଚନ୍ଦ୍ରଭାଗା ବିଚ୍ କାଫେ' ଦେଶ ବିଦେଶ ରୁ ଆସୁଥିବା ପର୍ଯ୍ୟଟକଙ୍କ ଆଦୃତି ଲାଭ କରିବ ବୋଲି ଓଟିଡିସି ଅଧ୍ଯକ୍ଷା ଶ୍ରୀମତୀ ମିଶ୍ର ଆଶା ବ୍ୟକ୍ତ କରିଛନ୍ତି।
ଏହା ପୂର୍ବରୁ ଗତ ମାସ ରେ ପୁରୀ ବ୍ଲୁ ଫ୍ଳାଗ୍ ବିଚ୍ ରେ ଏକ Cafeteria ( The White Crab) ଲୋକାର୍ପିତ ହୋଇଥିଲା। ଯାହା କି ପ୍ରଥମ ୩୦ ଦିନ ମଧ୍ୟରେ ସାଢେ ତିନି ଲକ୍ଷ ଟଙ୍କା ରୁ ଅଧିକ ବ୍ୟବସାୟ କରିଛି ଓ ଧିରେ ଧିରେ ପର୍ଯ୍ୟଟକ ଙ୍କ ପାଖରେ ଏହାର ଚାହିଦା ମଧ୍ଯ ବଢୁଛି। ପୁରୀ ର ବ୍ଲୁ ଫ୍ଳାଗ୍ ବିଚ୍ ପରେ ଚନ୍ଦ୍ରଭାଗା ବେଳାଭୂମି ଆଉ ଏକ Cafeteria ଲୋକାର୍ପିତ କରି ଓଟିଡିସି ପୁଣି ଥରେ ପର୍ଯ୍ୟଟକ ଙ୍କ ସୁବିଧା ସୁଯୋଗ ପାଇଁ ଆଉ ଗୋଟେ ନୂଆ ପଦକ୍ଷେପ ନେଇଛି।
ଚନ୍ଦ୍ରଭାଗା ବେଳାଭୂମିକୁ ଅଧିକ ମନୋରମ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ଦ୍ୱାରା ଚନ୍ଦ୍ରଭାଗା ବେଳାଭୂମି ରେ ଏକ Cafeteria ପରିଚାଳନା ନିମନ୍ତେ ଓଟିଡିସିକୁ ସୁଯୋଗ ଦେଇଥିବାରୁ ଓଟିଡିସି ଅଧ୍ଯକ୍ଷା ଶ୍ରୀମତୀ ମିଶ୍ର ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି Cafeteria ପର୍ଯ୍ୟଟକମାନଙ୍କୁ ଚନ୍ଦ୍ରଭାଗା ବେଳାଭୂମିକୁ ଉପଭୋଗ କରିବାରେ ସହାୟକ ହେବ।
ରାଜ୍ୟରେ ପର୍ଯ୍ଯଟନ କ୍ଷେତ୍ର ଗୁଡିକ ର ଦ୍ରୁତ ବିକାଶ ଓ ଉନ୍ନତିକରଣ ପାଇଁ ସବୁବେଳେ ସୁଯୋଗ ଦେଉଥିବାରୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଓ ଦୂରଦୃଷ୍ଟି ତଥା ପ୍ରଶାସନିକ କଳର ନିଷ୍ଠାପର ଉଦ୍ୟମ ଯୋଗୁଁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରୁଛି ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ ।
ଏହି ନୂଆ Cafeteria ସମ୍ପର୍କରେ ସୂଚନା ଦେଇ ଓଟିଡିସି ର ପରିଚାଳନା ନିର୍ଦ୍ଦେଶକ ସଚିନ୍. ଆର୍ ଯାଦବ କହିଥିଲେ ଯେ, ଚନ୍ଦ୍ରଭାଗା ବିଚ୍ କାଫେ ରେ ପର୍ଯ୍ୟଟକମାନେ ନିଜର ପସନ୍ଦ ମୁତାବକ ଖାଦ୍ୟର ବରାଦ ଦେଇପାରିବେ। ସମ୍ପୂର୍ଣ୍ଣ ନିଆରା ଢଙ୍ଗରେ ଅଭିଜ୍ଞ ରୋଷେୟାମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ସୁସ୍ୱାଦୁ ସାମୁଦ୍ରିକ ଖାଦ୍ୟ ପ୍ରସ୍ତୁତ କରାଯାଇ ପର୍ଯ୍ୟଟକମାନଙ୍କୁ ପରିବେଷଣ କରାଯିବ। ବାଲିପ୍ରନ୍ , କ୍ରାଫ୍ଟଚିଲ୍ଲି , ଫିସଫିଙ୍ଗର, ଗୋଲଡେନ୍ ଫ୍ରାଏଡ୍ ପ୍ରନ୍ , ବେବିକର୍ଣ୍ଣ , ସାଣ୍ଡିୱିଚ୍ , ଚିକେନପକେଡ଼ା, ହୁକାନୁଡଲ୍ସ , ପନିରପକୋଡ଼ା, ଭେଜପକୋଡ଼ା ସହିତ ଆଇସକ୍ରିମ୍ , ମିନେରାଲ ୱାଟର, ଚା ଓ କଫି ସୁଲଭ ମୂଲ୍ୟରେ ଏହି Cafeteria ରେ ଉପଲବ୍ଧ ହେବ।
ଆଜିର ଲୋକାର୍ପିତ ଉତ୍ସବ ରେ ଓଟିଡିସିର ବରିଷ୍ଠ ଅଫିସରବୃନ୍ଦ ଓ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

