ନୂଆଦିଲ୍ଲୀ: ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧ ବୀରମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ଆଜି ବିଜୟ ଜ୍ୟୋତି ଯାତ୍ରା ର ଶୁଭାରମ୍ଭ କରିଛନ୍ତି।
୧୯୭୧ ଯୁଦ୍ଧର ପରମ ବିର ଚକ୍ର ଏବଂ ମହାବୀର ଚକ୍ର ପୁରସ୍କାର ପ୍ରାପ୍ତ ଯୋଦ୍ଧା ଙ୍କ ଗ୍ରାମ ସମେତ ବିଜୟ ମଶାଲ ଦେଶର ବିଭିନ୍ନ କୋଣରେ ପହଞ୍ଚିବ |ପାକିସ୍ତାନ ଉପରେ ଭାରତର ନିର୍ଣ୍ଣାୟକ ବିଜୟ ଉତ୍ସବ ପାଳନ କରିବା ପାଇଁ ଆଜିଠାରୁ ଅନେକ ସ୍ମରଣୀୟ କାର୍ଯ୍ୟକ୍ରମ ଆରମ୍ଭ ହେବ।
ଏହି କାର୍ଯ୍ୟକ୍ରମ ଗୁଡିକ ଡିସେମ୍ବର ୧୬, ୨୦୨୧ ପର୍ଯ୍ୟନ୍ତ ଚାଲିବାର ଯୋଜନା କରାଯାଇଛି।
powered by social2s

