ହାଇଦ୍ରାବାଦ: ଆଜି ଭୋର ସମୟରେ ତେଲେଙ୍ଗାନାର ସିକନ୍ଦରାବାଦରେ ଥିବା ଏକ ଇଲେକ୍ଟ୍ରିକ୍ ସ୍କୁଟର୍ ଶୋ’ ରୁମ୍ରେ ଅଗ୍ନିକାଣ୍ଡ ହୋଇଛି। ପ୍ରଥମେ ବିଲ୍ଡିଂର ଗ୍ରାଉଣ୍ଡ୍ ଫ୍ଲୋର୍ରେ ଥିବା ରୁବି ଇଲେକ୍ଟ୍ରିକ୍ ସ୍କୁଟର୍ ଶୋ’ ରୁମ୍ରେ ଅଗ୍ନିକାଣ୍ଡ ଘଟିଥିଲା ଓ ପରେ ବିଲ୍ଡିଂର ପ୍ରଥମ ଓ ଦ୍ୱିତୀୟ ମହଲାକୁ ନିଆଁ ବ୍ୟାପିଥିଲା। ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଅଧିକାଂଶ ଲୋକ ଧୂଆଁ ଯୋଗୁ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ନିଆଁ କବଳରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଲ୍ଡିଂର ଉପର ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ଅଗ୍ନିକାଣ୍ଡର ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଥିଲେ। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମେହମ୍ମୁଦ ଅଲୀ ।
powered by social2s

