ନୂଆଦିଲ୍ଲୀ: ଆଜି ୯୫ ତମ ମନ କି ବାତ୍ କାର୍ଯ୍ୟକ୍ରମ ମାଧ୍ଯମରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶବାସୀଙ୍କ କଲ୍ୟାଣ କରିବାକୁ ଗୁରୁମନ୍ତ୍ର ସର୍ବେ ଭବନ୍ତୁ ସୁଖିନୀର ଉଚ୍ଚାରଣ କଲେ ପ୍ରଧାନମନ୍ତ୍ରୀ। ମନ କି ବାତ୍ ହେଉଛି ୧୩୦ କୋଟି ଭାରତୀୟଙ୍କ ସହ ଯୋଡ଼ି ହେବାର ମାଧ୍ୟମ । ଏହି ଅବସରରେ G-20 ର ଲୋଗୋକୁ ନିଜ କପଡ଼ାରେ ଲଗାଇବାକୁ ଆହ୍ବାନ କଲେ ପ୍ରଧାନମନ୍ତ୍ରୀ। G-20 ଅଧ୍ୟକ୍ଷତାରେ ଭାରତକୁ ଏକ ମହତ୍ବପୂର୍ଣ୍ଣ ଉପଲବ୍ଧି ମିଳିବ। ବିଶ୍ବର GDP ରେ G-20 ର ୮୫% ଭାଗ ରହିଛି । ସାରା ବିଶ୍ବରେ ଭାରତର ନୀତି ଓ ଚିନ୍ତାଧାରାକୁ ସମ୍ମାନ ମିଳିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହା ବ୍ୟତୀତ ବିକ୍ରମ S ରକେଟର ମଧ୍ଯ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ଯୁବପିଢ଼ିଙ୍କ ରକେଟ ତିଆରି କରିବାର ଇଚ୍ଛାକୁ ସ୍ୱାଗତ କରି ଶ୍ରୀ ମୋଦି କହିଲେ 'Sky is not the limit' ଏହା ସହ ଭାରତୀୟ ସଙ୍ଗୀତର ମଧ୍ଯ ବେଶ୍ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି ଯେ, ଭାରତୀୟ ସଙ୍ଗୀତର ଖ୍ୟାତି ବିଶ୍ବର କୋଣ ଅନୁକୋଣରେ ବ୍ୟାପିଛି । ଆମର ସଙ୍ଗୀତ କେବଳ ଆମ ସଂସ୍କୃତିକୁ ସମୃଦ୍ଧ କରିନାହିଁ, ବରଂ ବିଶ୍ବ ସଙ୍ଗୀତରେ ଏକ ଅବିସ୍ମରଣୀୟ ଚିହ୍ନ ମଧ୍ୟ ରଖିଛି।
ମନ କି ବାତ୍ ହେଉଛି ୧୩୦ କୋଟି ଭାରତୀୟଙ୍କ ସହ ଯୋଡ଼ି ହେବାର ମାଧ୍ୟମ: ପ୍ରଧାନମନ୍ତ୍ରୀ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

