ଉଦୟପୁରରେ ୪ ଦିନିଆ ଜି୨୦ ବୈଠକ ଅନୁଷ୍ଠିତ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଉଦୟପୁର: ଉଦୟପୁରରେ ଅନୁଷ୍ଠିତ ହୋଇଯାଇଛି ଚାରି ଦିନିଆ ଜି୨୦ ବୈଠକ। ଜି୨୦ ସାକ୍ଷାତ ସମୟରେ, ଜି୨୦ ସଦସ୍ୟ ତଥା ଅନ୍ୟ ଆମନ୍ତ୍ରିତ ଦେଶଗୁଡିକର ପ୍ରତିନିଧୀଙ୍କ ଚାରି ଦିନିଆ ସମାବେଶ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସମସ୍ୟା ତଥା ଟେକ୍ନୋଲୋଜିକାଲ୍ ପରିବର୍ତ୍ତନ, ଗ୍ରୀନ୍ ଗ୍ରୋଥ ଓ ଗ୍ରୀନ୍ ଡେଭେଲପମେଣ୍ଟ ଥା ଲାଇଫଷ୍ଟାଇଲ ଫର ଦ ଏନଭିରନମେଣ୍ଟ ଉପରେ ଉପରେ ଆଲୋକପାତ କରିଥିଲେ। ଆଜି ବୈଠକର ଶେଷ ଦିନରେ ଜି୨୦ ପ୍ରତିନିଧି ଦଳ କୁମ୍ବଲଗଡ ଦୁର୍ଗ ଏବଂ ରନକପୁର ଜୈନ ମନ୍ଦିର ପରିଦର୍ଶନ କରିଛନ୍ତି। ଜି୨୦ ସାକ୍ଷାତ ସମୟରେ, ଜି୨୦ ସଦସ୍ୟ ନେଦରଲ୍ୟାଣ୍ଡ ତଥା ଅନ୍ୟ ଆମନ୍ତ୍ରିତ ଦେଶଗୁଡିକର ପ୍ରତିନିଧୀମାନେ ମଧ୍ୟ ଭାରତର ଶାସ୍ତ୍ରୀୟ ନୃତ୍ୟ ତଥା ଲୋକ ନୃତ୍ୟର ଚମତ୍କାର ପ୍ରଦର୍ଶନକୁ ଉପଭୋଗ କରିବା ସହ ଭାରତର ସଂସ୍କୃତିକୁ ବେଶ୍ ପ୍ରଶଂସା କରିଥିଲେ । ବୈଠକରେ ସାଂସ୍କୃତିକ କୂଟନୈତିକ ଉପାଦାନକୁ ସାମିଲ କରିବା ନେଇ ଦକ୍ଷିଣ ଆଫ୍ରିକାର ସଦସ୍ଯ ଭାରତକୁ ପ୍ରଶଂସା କରିଥିଲେ। ଜି୨୦ ଆର୍ଜେଣ୍ଟିନାର ସଦସ୍ଯ ଭାରତୀୟ ସଂସ୍କୃତି, ମୂଲ୍ୟବୋଧ, ଆଧ୍ୟାତ୍ମିକତା ଓ ପରିଚୟର ମହତ୍ତ୍ବ ବର୍ଣ୍ଣନା କରିଥିଲାବେଳେ ଇଣ୍ଡୋନେସିଆର ସଦସ୍ଯ ଜି୨୦ ଅଧ୍ଯକ୍ଷତା ସମୟରେ ଭାରତର ହେଉଥିବା ବିକାଶର ଏଜେଣ୍ଡା ଜାରି ରଖିବା ଉପରେ ଆଲୋକପାତ କରିଥିଲେ। ଏହାସହ ମହିଳାମାନଙ୍କ ବିକାଶକୁ ପ୍ରୋତ୍ସାହନ ଦେବା ସହିତ, ଏସ୍ଡିଜି ଗୁଡ଼ିକର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ଏବଂ ସ୍ଥିର ଅଭିବୃଦ୍ଧିରେ ଧ୍ୟାନ ଦେବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା।

powered by social2s