ମୁମ୍ବାଇ/ଭୁବନେଶ୍ୱର: ଭାରତର ଜି୨୦ ପ୍ରେସିଡେନ୍ସି ଅଧୀନରେ ଡେଭେଲପମେଣ୍ଟ ୱାର୍କିଂ ଗ୍ରୁପର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ଅମିତାଵ କାନ୍ତଙ୍କ ଅଭିଭାଷଣ ରୁ ଆରମ୍ଭ ହୋଇଥିଲା। ନେଦରଲ୍ୟାଣ୍ଡ ରାଣୀ ମ୍ୟାକ୍ସିମା ମଧ୍ୟ ଭିଡିଓ ବାର୍ତା ମାଧ୍ୟମରେ ଅଂଶ ଗ୍ରହଣ କରିଥିଲେ। ଭାରତୀୟ ପ୍ରେସିଡେନ୍ସି ୨ଟି ଇଭେଣ୍ଟ ଯଥା "ବିକାଶ ପାଇଁ ତଥ୍ୟ : ୨୦୩୦ ଏଜେଣ୍ଡା କୁ ଆଗକୁ ନେବାରେ ଜି୨୦ ର ଭୂମିକା " ଏବଂ "ନୂତନ ଜୀବନକୁ ସବୁଜ ବିକାଶରେ ଅନ୍ତର୍ଭୁକ୍ତ କରିବା" ଆଦି ପ୍ରସଙ୍ଗ ରେ ଆଲୋଚନା କରାଯାଇଥିଲା। ୨୦୧୫ ରେ ସ୍ଥାୟୀ ବିକାଶ ନିମନ୍ତେ କରାଯାଇଥିବା ୨୦୩୦ ର ଏଜେଣ୍ଡାରେ ଭାରତର ଜି୨୦ ପ୍ରେସିଡେନ୍ସି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
powered by social2s

