ଅକ୍ସିଜେନ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଭାରତ ସରକାର। ପୂର୍ବରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ସତର୍କ ରହିବାକୁ କହିଥିବା କେନ୍ଦ୍ର ସରକାର ଏବେ ଆଉ ଏକ ନିର୍ଦ୍ଦେଶ ଦେଇଛନ୍ତି। ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଅକ୍ସିଜେନ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସଂକ୍ରମଣକୁ ଦେଶରେ ରୋକିବା ପାଇଁ କିଛି ନିର୍ଦ୍ଦିଷ୍ଟ ଦେଶରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ କୁହାଯାଇଛି। ଚାଇନା, ଦକ୍ଷିଣ କୋରିଆ, ଜାପାନ, ହଂକଂ ଓ ଥାଇଲ୍ୟାଣ୍ଡରୁ ଆସୁଥିବା ଲୋକମାନେ ଏଣିକି ବାଧ୍ୟତାମୂଳକ ଭାବେ କରୋନା ଟେଷ୍ଟ କରାଇବେ। ଯଦି ଭାରତରେ ସେମାନଙ୍କ ଟେଷ୍ଟ ପଜିଟିଭ ଆସିବ, ତା’ହେଲେ ସେମାନେ କ୍ୱାରେଣ୍ଟିନରେ ରହିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ସୂଚନା ଦେଇଛନ୍ତି।

powered by social2s