ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦି ୯୬ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମ ମାଧ୍ଯମରେ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି। ମନ୍ କୀ ବାତ୍ କାର୍ଯ୍ୟକ୍ରମ ମାଧ୍ଯମରେ ଦେଶବାସୀଙ୍କୁ ବଡଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଏହା ଚଳିତ ବର୍ଷର ଶେଷ 'ମନ କୀ ବାତ୍' କାର୍ଯ୍ୟକ୍ରମ । ଏହି ଅବସରରେ ପ୍ରଧାନମନ୍ତ୍ରୀ ୨୦୨୨ ବର୍ଷର ସଫଳତା ଓ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ସମ୍ବୋଧନ ଦେଇଛନ୍ତି । ଚଳିତବର୍ଷ କ୍ରୀଡ଼ା ଓ ପ୍ରତିରକ୍ଷା କ୍ଷେତ୍ରରେ ଦେଶ ପାଇଥିବା ସଫଳତା ନେଇ କହିଲେ ମୋଦିଜୀ। ଏହା ସହ ଭାରତକୁ G-20 ଆୟୋଜନ ଅଧିକାର ମିଳିବା ବଡ଼ ଆହ୍ୱାନ, ବୋଲି ସେ କହିଛନ୍ତି। ମନ କୀ ବାତରେ ଭାରତରତ୍ନ ପାଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ଶ୍ରଦ୍ଧାଞ୍ଜଳି ଦେବା ସହ ଏଭଳି ମହାନ୍ ବ୍ୟକ୍ତିତ୍ୱକୁ ହୃଦୟର ସହ ପ୍ରଣାମ ଜଣାଇଛନ୍ତି। ଆସନ୍ତାକାଲି ଡିସେମ୍ବର ୨୬ ରେ ବୀର ବାଲ୍ ଦିବସ ସମ୍ବନ୍ଧରେ କହିଥିଲେ। ଏହା ସହ ପ୍ରାଚୀନ ଭାରତର ଆୟୁର୍ବେଦ ଚିକିତ୍ସା ଓ ଯୋଗର ମାହାତ୍ମ୍ଯ ବିଷୟରେ ମଧ୍ଯ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ।
ମନ୍ କୀ ବାତ୍ କାର୍ଯ୍ୟକ୍ରମ ମାଧ୍ଯମରେ ଦେଶବାସୀଙ୍କୁ ବଡଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

