ନୂଆଦିଲ୍ଲୀ: ୭୪ତମ ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଅଭିଭାଷଣ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି । ମହାମହିମ ଅଭିଭାଷଣରେ କହିଛନ୍ତି ଯେ, ବିବିଧତା ଭରା ଜନସମୁଦାୟ ଲୋକତନ୍ତ୍ରରେ ଯୋଡ଼ି ହୋଇଛି। ବହୁ ଭାଷା ସତ୍ତ୍ୱେ ଆମକୁ ଅଲଗା କରିପାରିନାହିଁ। ଏହା ଆମ ଲୋକତନ୍ତ୍ରର ସ୍ବତନ୍ତ୍ରତା। ଆମ ସମ୍ବିଧାନ ମାନବତାବାଦୀ ଦର୍ଶନ ସହ ଆଧୁନିକତାର ସମ୍ମିଶ୍ରଣ। ଭାରତ ଏବେ ବିଶ୍ୱରେ ଏକ ଆତ୍ମବିଶ୍ୱାସଭରା ରାଷ୍ଟ୍ରରେ ପରିଣତ ହୋଇଛି। ଗାନ୍ଧିଙ୍କ ସ୍ବପ୍ନ ସମସ୍ତଙ୍କୁ ଉତ୍ଥାନ କରାଯିବା ଏବେ ବି ବାକି ଅଛି ବୋଲି ସେ କହିଛନ୍ତି। ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି।
powered by social2s

