ନୂଆଦିଲ୍ଲୀ: କୋଭିଡର ମୁକାବିଲା ପାଇଁ ଆଜି ଆରମ୍ଭ ହେଲା ନାଜାଲ କୋଭିଡ୍ ଭ୍ୟାକସିନ୍।ନାଜାଲ କୋଭିଡ୍ ଭ୍ୟାକସିନ୍ ‘ଇନ୍କୋଭାକ’ ଭାରତ ବାୟୋଟିକ୍ ଦ୍ୱାରା ବିକଶିତ କରାଯାଇଛି । ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଓ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଜିତେନ୍ଦ୍ର ସିଂ ନାଜାଲ ଭ୍ୟାକସିନର ଶୁଭାରମ୍ଭ କରିଛନ୍ତି । ସରକାରଙ୍କ କହିବା ଅନୁଯାୟୀ ଏହା ବିଶ୍ୱର ପ୍ରଥମ ଅର୍ନ୍ତନାସିକା ଟିକା ଯାହା କୋଭିଡ ପାଇଁ ସମ୍ପୂର୍ଣ୍ଣ ଉପଯୋଗୀ। ଏହି ସ୍ୱଦେଶୀ ନାଜାଲ ଭ୍ୟାକସିନ ସରକାରୀ ଚିକିତ୍ସାଳୟରେ ୩୨୫ ଟଙ୍କା ଓ ବେସରକାରୀ ଚିକିତ୍ସାଳୟରେ ୮୦୦ ଟଙ୍କାରେ ବିକ୍ରି ନେଇ ଗତ ଡିସେମ୍ବରରେ ଭାରତ ବାୟୋଟିକ୍ ପକ୍ଷରୁ ଘୋଷଣା କରାଯାଇଥିଲା।କୋଭିଡ ସଂକ୍ରମିତଙ୍କ ଠାରେ ଜରୁରୀକାଳୀନ ପରିସ୍ଥିତିରେ ଏହି ଟିକାକୁ ବ୍ୟବହାର କରାଯିବ। କୋଭିସିଲଡ୍ ବା କୋଭାକ୍ସିନ୍ ଯେକୌଣସି ଟିକାର ୨ଟି ଡୋଜ ନେଇଥିଲେ ବୁଷ୍ଟର ଡୋଜ୍ ଭାବେ ଏହି ନାଜାଲ ଭ୍ୟାକସିନକୁ ନିଆଯାଇ ପାରିବ। ତେବେ ୧୮ବର୍ଷରୁ ଉର୍ଦ୍ଧ୍ବ ବୟସର ଲୋକମାନେ ୪ ସପ୍ତାହ ବ୍ୟବଧାନରେ ଏହାର ୨ଟି ଡୋଜ ନେଇପାରିବେ। ନାଜାଲ କୋଭିଡ୍ ଭ୍ୟାକସିନ୍ ବର୍ତ୍ତମାନ କୋୱିନରେ ଉପଲବ୍ଧ ଅଛି।
ଆରମ୍ଭ ହେଲା ନାଜାଲ କୋଭିଡ୍ ଭ୍ୟାକସିନ୍
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

