-ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା।
ଅଗ୍ନିକାଣ୍ଡ ପରେ ବିମାନର ଜରୁରୀ ଅବତରଣ କରାଯାଇଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।
ଆବୁଧାବିରୁ କେରଳର କାଲିକଟ ଉଡାଣ ଆରମ୍ଭ ବେଳେ ନିଆଁ ଲାଗିଥିଲା।
ଉଡାଣର କିଛି ସମୟରେ ୧ ନମ୍ବର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ପାଇଲଟ ତୁରନ୍ତ କଂଟ୍ରୋଲ ରୁମ୍ କୁ ଖବର ଦେଇଥିଲେ। ଏହାପରେ ସେ ବିମାନକୁ ଆବୁଧାବି ଏୟାରପୋର୍ଟ ଅଭିମୁଖେ ନେଇ ସୁରକ୍ଷିତ ଲ୍ୟାଣ୍ଡ କରିଥିଲେ।
powered by social2s

