ନୂଆଦିଲ୍ଲୀ: ଭାରତରେ ଲୋକାର୍ପଣ ହୋଇଛି ଦେଶର ନୂଆ ସଂସଦ ଭବନ | ନୂଆ ସଂସଦ ଭବନକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଐତିହ୍ୟ ସେଙ୍ଗୋଲ ସ୍ଥାପନ ପରେ ଲୋକର୍ପଣ ହେଲା ନୂତନ ସଂସଦ ଭବନ |ନୂତନ ସଂସଦ ଭବନ ଲୋକାର୍ପଣ ବେଳେ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପରେ ସମସ୍ତ ଅଧିନମ ମଠ ମହନ୍ତଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ ମୋଦି| ନୂଆ ସଂସଦ ଭବନ ନିର୍ମାଣରେ ନିୟୋଜିତ ଶ୍ରମିକଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ମୋଦି | ଓଡ଼ିଶାର ଚାନ୍ଦିପୁରର ପୁରଞ୍ଜନ ଦଳାଇଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ | ନୂତନ ସଂସଦ ଭବନ ଉଦଘାଟନୀ ସମାରୋହରେ ସର୍ବଧର୍ମ ପ୍ରାର୍ଥନା କରାଯାଇଛି |
powered by social2s

