ପୁନେ: ପୁନେ ସ୍ଥିତ କୋଭିଡ-୧୯ ର ପ୍ରତିଷେଧକ ଟୀକା ପ୍ରସ୍ତୁତକର୍ତା ସେରମ ଇନଷ୍ଟିଚ୍ୟୁଟରେ ନିଆଁ ଲାଗିଥିବା ଖବର ଆସୁଛି।
ଇନଷ୍ଟିଚ୍ୟୁଟ କୋଠାର ୧ ନମ୍ବର ପ୍ରବେଶ ପଥରେ ନିଅଁ ଲାଗି ୪ ଓ ୫ମ ମହଲାକୁ ବ୍ୟାପି ଯାଇଥିବା ସୁଚନା ମିଳିଛି। ନିଆଁ ଲିଭା କାର୍ଯ୍ୟରେ ୧୦ ଟି ନିଆଁ ଲିଭା ଗାଡି ନିୟୋଜିତ ହୋଇଛି। କୋଠା ଭିତରେ ରହିଯାଇଥିବା ୪ ଜଣଙ୍କ ମଧ୍ୟରୁ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି। ପ୍ରବଳ ଧୂଆଁ ହେତୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଛି ବୋଲି ଅଗ୍ନିଶମ ବାହିନୀର ମୁଖ୍ୟ କହିଛନ୍ତି।
powered by social2s

