ନୂଆଦିଲ୍ଲୀ:ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ୨୦୨୧-୨୨ ପାଇଁ ଲୋକସଭାରେ ବଜେଟ ଉପସ୍ଥାପନ କରିଛନ୍ତି।ଏଥର ବଜେଟରେ ଆତ୍ମନିର୍ଭରଶୀଳ ଭାରତ ଭିଜନରେ ଜିଡିପିର ୧୩% ବ୍ୟବହାର କଥା କହିଛନ୍ତି। ଏହା ଦେଶର କୋଟି କୋଟି ଲୋକଙ୍କୁ ଲାଭ ଦେବ। ସେହିଭଳି କରୋନା ସମୟରେ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ଅନେକ ଙ୍କୁ ଆସ୍ୱସ୍ତି ଦେଇଥିବା ସେ କହିଛନ୍ତି।
ଦେଶର ଅର୍ଥନୀତିକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବାକୁ ଏଥର ବଜେଟରେ ଅନେକ ବ୍ୟବସ୍ଥା ଉପସ୍ଥାପନ କରାଯାଇଛି।
ସ୍ୱାସ୍ଥ୍ୟ ସେବା ପାଇଁ ବଜେଟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସ୍ୱାସ୍ଥ୍ୟ ଯୋଜନା କ୍ଷେତ୍ରରେ ୬୪ ହଜାର ୧୮୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ସ୍ୱାସ୍ଥ୍ୟ ଯୋଜନା ଗତବର୍ଷ ଠାରୁ୧୩୭% ଅଧିକ ବୋଲି ସେ କହିଥିଲେ।ସେହିଭଳି କୋଭିଡ଼ ଭ୍ୟାକସିନ୍ ପାଇଁ ୩୫ ହଜାର କୋଟି ଟଙ୍କା ବ୍ୟୟ କରାଯିବ। ପ୍ରତି ଜିଲ୍ଲା ରେ ତିଆରି ହେବ ସମ୍ମନ୍ୟୁତ ପରୀକ୍ଷାଗାର।
୨୦୨୨ସୁଦ୍ଧା ଆଉ ୧୧ ହଜାର କିଲୋମିଟର ଏନ୍ ଏଚ୍ ତିଆରି କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।
ଏଥିରୁ କେବଳ ପଶ୍ଚିମବଙ୍ଗ ରେ ୬୭୫ କିମି ତିଆରି କରାଯିବ।
ସେହିଭଳି ରେଲୱେ ପାଇଁ ବଜେଟରେ ୧୧୦୦୫୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
୨୭ଟି ସହରରେ ନୂଆ ମେଟ୍ରୋ କାର୍ଯ୍ୟ ଆରମ୍ଭ ହେବ।
ଚେନ୍ନାଇ ଓ ବାଙ୍ଗାଲୋର ମେଟ୍ରୋ ରେଲୱେ ସଂପ୍ରସାରଣ କରାଯିବ।
ପରିବହନ କ୍ଷେତ୍ର କୁ ୧.୧୮ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ସେହିଭଳି ଶିକ୍ଷା କ୍ଷେତ୍ରରେ ଦେଶରେ ନୂଆ ୧୦୦ଟି ସୈନିକ ସ୍କୁଲ ଖୋଲାଯିବ ବୋଲି କୁହାଯାଇଛି।
ଲଦାଖର ଲେହେ ଠାରେ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ।
ଶକ୍ତି କ୍ଷେତ୍ରରେ ନୂଆ ସୁଧାର, ଗ୍ରାହକ ମାନେ ନିଜ ପସନ୍ଦର କଂପାନୀ ବାଛିପାରିବେ।
ସେହିଭଳି ବରିଷ୍ଠ ନାଗରିକଙ୍କ ପାଇଁ ଆୟକର ଆସ୍ୱସ୍ତି।୭୫ବର୍ଷରୁ ଅଧିକ ବ୍ୟକ୍ତି ଙ୍କ ପାଇଁ ଆୟକର ଛାଡ କରାଯାଇଛି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ; ଆତ୍ମନିର୍ଭରଶୀଳ ଭାରତ ଭିଜନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

