ନୂଆଦିଲ୍ଲୀ: ଆଜି ଆରମ୍ଭ ହୋଇଥିବା ଜି୨୦ ବୈଠକରେ ଓଡ଼ିଶାର ଐତିହ୍ୟ କୋଣାର୍କ ଚକ୍ରର ବିଶେଷତ୍ଵ ବୁଝାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ବିଶେଷତ୍ଵ ବୁଝାଇଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଥିବା ଭାରତ ମଣ୍ଡପର ପ୍ରବେଶ ପଥରେ ସ୍ଥାନ ପାଇଛି କୋଣାର୍କ ଚକ୍ର। ସମ୍ମିଳନୀରେ ସମ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତ ଯେ ଏହି ସମୟ ମିଳିମିଶି ଚାଲିବାର ବେଳ। କୋଭିଡ ପରେ ବିଶ୍ୱରେ ସଙ୍କଟ ଉତ୍କଟ। ଭାରତ ଉଦ୍ୟମରେ ଆଫ୍ରିକାନ୍ ୟୁନିଅନ୍ ଜି୨୦ ରେ ସାମିଲ ହୋଇଛନ୍ତି। ଅବିଶ୍ବାସ ସଙ୍କଟ ଦୂର କରିବାକୁ ହେବ। ସମ୍ମିଳିତ ଉଦ୍ୟମ ହେଲେ ଅବିଶ୍ବାସ ଦୂର ହେବ, ୨୧ ଶତାବ୍ଦୀ ବିଶ୍ୱକୁ ନୂଆ ମାର୍ଗ ଦେଖାଇବା। ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଆଜିର ମନ୍ତ୍ର ବୋଲି ସେ କହିଛନ୍ତି।
powered by social2s