ପୁରୁଣା ସଂସଦ ଭବନର ନୂଆ ନାମକରଣ ପ୍ରସ୍ତାବ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ପୁରୁଣା ସଂସଦ ଭବନର ନୂଆ ନାମକରଣ ପ୍ରସ୍ତାବ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁରୁଣା ସଂସଦ ଭବନର ଶେଷ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ନୂଆ ଭବନକୁ ଯାଉଥିଲେ ବି ପୁରୁଣାର ଗରିମା ଅକ୍ଷୁର୍ଣ୍ଣ ରହିବା ଉଚିତ୍। ପୁରୁଣା ଭବନକୁ ସମ୍ବିଧାନ ସଦନ ଭାବେ ନାମିତ କରାଯାଉ। ମୋଦି କହିଛନ୍ତି ଯେ ଏବେ ଅମୃତକାଳରେ ଆମକୁ ବଡ଼ ବଡ଼ କାମ କରିବାକୁ ହେବ। ଛୋଟ ଛୋଟ କାମରେ ଆଉ ସମୟ ଅପଚୟ କରିବା ନାହିଁ। ଦେଶକୁ ଆଗକୁ ନେବାକୁ ଆମକୁ ବଡ଼ ବଡ଼ କାମ କରିବାକୁ ପଡ଼ିବ। ମିଶନ ଚନ୍ଦ୍ରୟାନ ପରେ ମହାକାଶ ବିଜ୍ଞାନ ପ୍ରତି ଆଗ୍ରହ ବଢୁଛି। ବିଶେଷ କରି ଯୁବବର୍ଗ ଏବେ ମହାକାଶ ବିଜ୍ଞାନ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ପରେ ନୂଆ ସଂସଦ ଭବନରେ ଲୋକସଭାର ପ୍ରଥମ ବୈଠକ ଆରମ୍ଭ ହୋଇଥିଲା।

powered by social2s