ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ୭୫ ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି କହିଛନ୍ତି ଯେ ଆୟୁଷ୍ମାନ ଭାରତ ଯୋଜନାରେ ସବୁ ଲାଭାର୍ଥୀଙ୍କୁ ସାମିଲ କରିବା ଲକ୍ଷ୍ୟ ରହିଛି। ଭାରତୀୟ ଖେଳାଳିମାନେ ପାରଦର୍ଶିତା ଲାଭ କରି ଦେଶର ସମ୍ମାନ ବଢ଼ାଇଛନ୍ତି। ଆଗାମୀ ପ୍ୟାରିସ ଅଲିମ୍ପିକରେ ଆମ ଖେଳାଳି ଅଧିକ ସଫଳ ହେବେ ବୋଲି ଆଶା ରହିଛି। ଜି -୨୦ ସମ୍ମିଳନୀ, ଅଯୋଧ୍ୟା ରାମ ମନ୍ଦିର ଉଦ୍ଘାଟନ ଏବଂ ମହିଳା ସଶକ୍ତିକରଣ ସମେତ ରାଷ୍ଟ୍ରପତି ବିଭିନ୍ନ ପ୍ରସଙ୍ଗରେ କହିଛନ୍ତି। ମହିଳା ସଂରକ୍ଷଣ ବିଲ୍ ଲିଙ୍ଗଗତ ସମାନତା ପାଇଁ ଏକ ପଦକ୍ଷେପ ବୋଲି ସେ ମତବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ବିକାଶ ଭାରତରେ ସହଯୋଗ କରିବାକୁ ଦେଶବସୀଙ୍କୁ ଆହ୍ବାନ ଦେଇଛନ୍ତି।

powered by social2s