• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
28
Sat, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Nov 28 2026

      କଟକ ଗୋଷ୍ଠୀ ସଂଘର୍ଷ; ୧୫ରୁ ଅଧିକ ଅଟକ

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଧର୍ମଧ୍ବଜା ସ୍ଥାପନା କଲେ ପ୍ରଧାନମନ୍ତ୍ରୀ ମୋଦି

Details
Odia Ray Admin
ଦେଶ / ବିଦେଶ
25 November 2025

ଭୁବନେଶ୍ବର: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଶିଖରରେ ଉଡ଼ିଲା ଧର୍ମଧ୍ବଜା। ଧର୍ମଧ୍ବଜା ସ୍ଥାପନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶ୍ରୀରାମ ମନ୍ଦିର ଚୂଡ଼ାରେ ଉଡ଼ୁଥିବା ଗେରୁଆ ରଙ୍ଗର ପତାକାରେ ରହିଛି ଉଜ୍ଜ୍ୱଳ ‘ସୂର୍ଯ୍ୟ’ ଓ ଲେଖାଯାଇଛି ‘ଓମ୍‌’। ମାର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀରେ ଧ୍ବଜାରୋହଣ ହୋଇଛି। ରାମସୀତାଙ୍କ ବିବାହ ପଞ୍ଚମୀରେ ଧର୍ମଧ୍ବଜା ସ୍ଥାପନା କରାଯାଇଛି। ଧର୍ମଧ୍ବଜାର ଉଚ୍ଚତା ୧୦ ଫୁଟ୍ ଓ ଲମ୍ବ ୨୨ ଫୁଟ୍। ଧର୍ମଧ୍ବଜାରେ ରହିଛି କାଞ୍ଚନ ଗଛର ପ୍ରତିଛବି। ଧର୍ମଧ୍ବଜା ସ୍ଥାପନା ପରେ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଧର୍ମଧ୍ବଜା ଭାରତୀୟ ସଭ୍ୟତାର ପୁନଃ ଜାଗରଣର ପ୍ରତୀକ। ଧର୍ମଧ୍ବଜା ପ୍ରତିଶ୍ରୁତି ପାଳନର ପ୍ରତୀକ। ବିଗତ ୧୧ ବର୍ଷରେ ସବୁ ବର୍ଗକୁ ବିକାଶରେ ଯୋଡ଼ା ଯାଇଛି। ଆମେ ନ ଥିଲା ବେଳେ ଏହି ଦେଶ ଥିଲା। ତେଣୁ ଆମକୁ ଭବିଷ୍ୟତ ପିଢ଼ି ପାଇଁ କାର୍ଯ୍ୟ କରିବାକୁ ପଡ଼ିବ।

powered by social2s

ବିଳାସପୁରରେ ଟ୍ରେନ୍ ଦୁର୍ଘଟଣା; ୬ ମୃତ

Details
Odia Ray Admin
ଦେଶ / ବିଦେଶ
04 November 2025

ଛତିଶଗଡ଼: ଛତିଶଗଡ଼ ବିଳାସପୁର ଷ୍ଟେସନ ନିକଟରେ ଟ୍ରେନ୍ ଦୁର୍ଘଟଣା ଘଟିଛି । ଏଥିରେ ୬ ଜଣ ପ୍ରାଣ ହରାଇଛନ୍ତି। ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଲା ପାସେଞ୍ଜର ଟ୍ରେନ୍। ଦୁର୍ଘଟଣା ପରେ ଅନେକ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା। ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

powered by social2s

ଛଟ୍ ପର୍ବ ଏକତାର ପ୍ରତୀକ ଅଟେ: ପ୍ରଧାନମନ୍ତ୍ରୀ

Details
Odia Ray Admin
ଦେଶ / ବିଦେଶ
26 October 2025

ଭୁବନେଶ୍ବର: ଆଜି ୧୨୭ତମ `ମନ୍‌ କୀ ବାତ୍‌' କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଛଟ୍ ପର୍ବର ଶୁଭେଚ୍ଛା ଜଣାଇ କହିଥିଲେ ଯେ ଛଟ୍‌ ମହାପର୍ବ ଗଭୀର ଏକତାର ପ୍ରତୀକ। ସେ କହିଛନ୍ତି ଯେ ସଂସ୍କୃତି, ପ୍ରକୃତି ଏବଂ ସମାଜ ମଧ୍ୟରେ ଗଭୀର ଏକତାର ପ୍ରତିଫଳନ ପର୍ବପର୍ବାଣୀ ଅବସରରେ, ମୋର ଭାବନା ବାଣ୍ଟିବା ପାଇଁ ଏକ ଚିଠି ଲେଖିଥିଲି। ଚିଠିରେ ଦେଶର ସଫଳତାଗୁଡ଼ିକ ଉଲ୍ଲେଖ କରିଛି।ମୋ ଚିଠିର ଉତ୍ତରରେ, ଦେଶର ନାଗରିକଙ୍କ ଠାରୁ ବାର୍ତ୍ତା ପାଇଛି। ଖାଦ୍ୟ ତେଲ ବ୍ୟବହାରରେ ୧୦% ହ୍ରାସ ପାଇଁ ମଧ୍ୟ ଅନୁରୋଧ କରିଥିଲି ଏଥିରେ ବହୁତ ସକାରାତ୍ମକ ପ୍ରତିକ୍ରିୟା ମଧ୍ୟ ପାଇଛି। ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ଅପରେସନ୍ ସିନ୍ଦୂର ଦେଶକୁ ଗର୍ବିତ କରିଛି। ଜି ଏସ୍ବ ଟି ବଚତ ଉତ୍ସବକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ବଜାରରେ ସ୍ୱଦେଶୀ ସାମଗ୍ରୀର କ୍ରୟ ବହୁତ ବୃଦ୍ଧି ପାଇଛି। ବଜାରରେ ସ୍ୱଦେଶୀ ଜିନିଷ ପ୍ରତି ଆଗ୍ରହ ବଢିବାରେ ଲାଗିଛି ।

powered by social2s

ରିଲାଏନ୍ସ ଜିଓର ପ୍ଲାନଗୁଡ଼ିକ ସବୁଠାରୁ ଶସ୍ତା: ବିଏନପି ପାରିବାସ ରିପୋର୍ଟ

Details
Odia Ray Admin
ଦେଶ / ବିଦେଶ
21 August 2025

ନୂଆଦିଲ୍ଲୀ / ଭୁବନେଶ୍ୱର: ରିଲାଏନ୍ସ ଜିଓର ଟାରିଫ୍ ପ୍ଲାନଗୁଡ଼ିକ ଅନ୍ୟ ଟେଲିକମ୍ ଅପରେଟରମାନଙ୍କ ତୁଳନାରେ ସବୁଠାରୁ ଶସ୍ତା ରହିଛି। ଅଗ୍ରଣୀ ବିଶ୍ଳେଷକ ସଂସ୍ଥା ବିଏନପି ପାରିବାସ ଏହାର ରିପୋର୍ଟରେ କହିଛି ଯେ ସମ୍ପ୍ରତି ଟାରିଫ୍ ପରିବର୍ତ୍ତନ ସତ୍ତ୍ୱେ, ଜିଓର ଲୋକପ୍ରିୟ ପ୍ଲାନଗୁଡ଼ିକ ସବୁଠାରୁ ଶସ୍ତା ରହିବା ସହିତ ଅଧିକ ଡାଟା ପ୍ରଦାନ କରୁଛି। ରିପୋର୍ଟରେ ପ୍ରକାଶ ପାଇଛି ଯେ ଟେଲିକମ୍ କ୍ଷେତ୍ରର ସମସ୍ତ ତିନୋଟି ପ୍ରମୁଖ କମ୍ପାନୀ, ଜିଓ,​​ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆର ପ୍ରବେଶ ସ୍ତରର ପ୍ଲାନଗୁଡ଼ିକ ଏବେ ୨୯୯ ଟଙ୍କା ହୋଇଯାଇଛି। କିନ୍ତୁ ସମାନ ମୂଲ୍ୟ ସତ୍ତ୍ୱେ ରିଲାଏନ୍ସ ଜିଓ ଗ୍ରାହକମାନେ ଅଧିକ ଡାଟା ପାଉଛନ୍ତି। ବିଏନପି ପାରିବାସ ପକ୍ଷରୁ ଏକ ସାରଣୀ ଜାରି କରି କୁହାଯାଇଛି ଯେ ଯଦି ଆମେ ମୂଲ୍ୟ ଉପରେ ନଜର ପକାଇବା, ତେବେ ରିଲାଏନ୍ସ ଜିଓ ୨୯୯ ଟଙ୍କାର ୨୮ ଦିନିଆ ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ପ୍ରଦାନ କରୁଥିବା ବେଳେ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆ ଗ୍ରାହକମାନଙ୍କୁ ୨୯୯ ଟଙ୍କା ପ୍ଲାନରେ ପ୍ରତିଦିନ କେବଳ ୧ ଜିବି ଡାଟା ପ୍ରଦାନ କରୁଛନ୍ତି। ଯଦି ଆମେ ଏହାକୁ ଅନ୍ୟ ଭାବରେ ଦେଖିବା, ରିଲାଏନ୍ସ ଜିଓର ୨୮ ଦିନର ୧.୫ ଜିବି ପ୍ରତିଦିନ ପ୍ଲାନ ପାଇଁ ୨୯୯ ଟଙ୍କା ଦେବାକୁ ପଡୁଥିବା ବେଳେ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆ ସମାନ ଅବଧିର ୧.୫ ଜିବି ପ୍ଲାନ ପାଇଁ ୫୦ ଟଙ୍କା ଅଧିକ ଅର୍ଥାତ୍ ୩୪୯ ଟଙ୍କା ନେଉଛନ୍ତି। ସେହିଭଳି ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆ ଟେଲିକମ ଶିଳ୍ପର ସବୁଠାରୁ ଲୋକପ୍ରିୟ ପ୍ଲାନ ମଧ୍ୟରୁ ଅନ୍ୟତମ, ୮୪ ଦିନ ଅବଧିର ଦୈନିକ ୧.୫ ଜିବି ଡାଟା ପ୍ଲାନ ପାଇଁ ୮୫୯ ଟଙ୍କା ନେଉଥିବା ବେଳେ ଜିଓ ସମାନ ଅବଧି ଓ ଡାଟା ପ୍ଲାନ ପାଇଁ ଗ୍ରାହକଙ୍କଠାରୁ ୬୦ ଟଙ୍କା କମ୍ ଅର୍ଥାତ୍ କେବଳ ୭୯୯ ଟଙ୍କା ନେଉଛି। ରିଲାଏନ୍ସ ଜିଓର ଏହି ୭୯୯ ଟଙ୍କାର ରିଚାର୍ଜ ପ୍ଲାନ ବନ୍ଦ ହୋଇଥିବା ଖବରକୁ କମ୍ପାନୀ ଖଣ୍ଡନ କରିଛି। ଏକ ବିବୃତ୍ତିରେ, କମ୍ପାନୀ ସୂଚନା ଦେଇଛି ଯେ "ଜିଓର ୭୯୯ ଟଙ୍କାର ପ୍ଲାନ୍ ଫୋନ୍‌ପେ, ଗୁଗୁଲ୍ ପେ, ପେଟିଏମ୍ ସମେତ ଅନେକ ଲୋକପ୍ରିୟ ପେମେଣ୍ଟ ପ୍ଲାଟଫର୍ମରେ ରିଚାର୍ଜ ପାଇଁ ଉପଲବ୍ଧ। ଏହାକୁ କମ୍ପାନୀର ୱେବସାଇଟ୍ ଏବଂ ଆପ୍‌ରେ ମଧ୍ୟ ରିଚାର୍ଜ କରାଯାଇପାରିବ। ଜିଓ ସବୁ ପ୍ରକାରର ଆବଶ୍ୟକତା ଅନୁଯାୟୀ ସୁଲଭ ଏବଂ ସୁବିଧାଜନକ ରିଚାର୍ଜ ବିକଳ୍ପଗୁଡ଼ିକର ଏକ ବ୍ୟାପକ ରେଞ୍ଜ ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛି।"

powered by social2s

जयपुर में 9 नवम्बर को होगा अन्तर्राष्ट्रीय ज्योतिष एवं वास्तु सम्मेलन

Details
Odia Ray Admin
ଦେଶ / ବିଦେଶ
27 October 2025

जयपुर: श्री ऋषि दर्शन ज्योतिष वास्तु शोध संस्थान, जयपुर में विक्रम संवत् 2082, मार्गशीर्ष कृष्ण पक्ष पंचमी, 9 नवम्बर 2025 को एक दिवसीय इंटरनेशनल एस्ट्रो वास्तु कॉन्फ्रेंस 2025 आयोजित की जा रही है। इस सम्मेलन का मूल उद्देश्य ज्योतिष शास्त्र में निहित तथ्यों को समसामयिक स्वरूप में समाज के समक्ष प्रस्तुत करते हुए वास्तुशास्त्रीय परंपरा को प्रायोगिक दृष्टि से लोकोपयोगी बनाना है। कार्यक्रम के मुख्य अतिथियों में राजस्थान की उपमुख्यमंत्री श्रीमती दिया कुमारी जी, श्री श्री अलबेली माधुरी शरण जी महाराज (आचार्य पीठ श्री सरस कुंज), कथावाचक श्री इंद्रेश उपाध्याय जी महाराज, श्री बालमुकुंदाचार्य जी, श्रीमती रेणुका पुण्डरीक गोस्वामी जी, गोवत्स श्री विठ्ठल जी महाराज, आचार्य शुभेश शरमन जी, गुरुदेव जी.डी. वशिष्ठ, प्रोफेसर डॉ. केदार शर्मा, प्रोफेसर विनोद शास्त्री, श्री महेन्द्र मिश्रा, श्री अनिल कुमावत और श्री हरमित चांवला जी सम्मिलित होंगे। इनके साथ अनेक जाने-माने ज्योतिष, वास्तु, वैदिक एवं टैरो रीडर विशेषज्ञ उपस्थित रहेंगे और अपने विचारों से प्रतिभागियों को मार्गदर्शन प्रदान करेंगे। श्री ऋषि दर्शन ज्योतिष वास्तु शोध संस्थान, जयपुर के संस्थापक आचार्य रजनीश पांडेय ने बताया कि भारतीय शास्त्र अपनी उत्पत्ति काल से ही पूर्वजन्मार्जित कर्मों की वर्तमान जीवन में परिणति को भाग्य स्वरूप में आकाशस्थ ग्रह, राशि-नक्षत्रों के परस्पर संबंध द्वारा प्रस्तुत करता हुआ जीवन में शुभाशुभ फलों का सूचक होता है तथा जीवन के संभाव्य अशुभों का ज्ञान कर उनसे निवृत्ति का शास्त्रानुकूल उपाय भी प्रदान करता है। परंतु इन फलों की पूर्ण प्राप्ति में भारतीय वास्तुशास्त्र की भी महती भूमिका होती है, क्योंकि ज्योतिष और वास्तु दोनों ही एक-दूसरे के पूरक हैं और दोनों का लक्ष्य प्रकृतिमूलक विकास एवं प्राणीमात्र का कल्याण है। भारतीय वास्तु के सिद्धांत पर निर्मित गृह में सनातन धर्मानुकूल नियमों का पालन करते हुए ही हम शुभ फलों की पूर्ण प्राप्ति कर सकते हैं तथा अशुभ फलों का निवारण कर सकते हैं। इन्हीं परस्पर पूरक सिद्धांतों के अनुसार ही ज्योतिष शास्त्र प्राचीन काल से समाज को नई दिशा देता आया है और आज भी समाज में उतना ही आदरणीय है। भारतीय संस्कृतिमूलक मानव जीवन के निर्माण में ज्योतिष शास्त्र की भूमिका महत्वपूर्ण रही है और वर्तमान वैज्ञानिक युग में यदि भारतीय वास्तु प्रणाली का समुचित ढंग से उपयोग किया जाए तो निःसंदेह समाज को अत्यधिक लाभ होगा। इन्हीं कारणों से विभिन्न क्षेत्रों से पधारे विद्वानों के विचार-विमर्श और शास्त्रीय परिचर्चा हेतु इस सम्मेलन का आयोजन किया जा रहा है। आचार्य रजनीश पांडेय के अनुसार इस संगोष्ठी में भारतीय ज्योतिष शास्त्र का आधुनिक संदर्भ में अनुप्रयोग जैसे विवाह काल विचार, मधुमेह एवं अवसाद के ज्योतिष लक्षण, कृषि एवं आयुर्वेद में ज्योतिष का अनुप्रयोग और आजीविका का क्षेत्र निर्धारण जैसे विषयों पर शोधपत्र वाचन किया जाएगा। इसी प्रकार भारतीय वास्तुविद्या के वैज्ञानिक परिशीलन पर भी चर्चा होगी, जिसमें भू-परिक्षण एवं चयन की समसामयिक व्यवस्था, बहुमंजिला भवन की वास्तु-सम्मत संरचना, मानचित्र निर्माण में आधुनिक तकनीकी का प्रयोग तथा विविध आजीविका हेतु उपयुक्त भूमि-भवन के आकार-प्रकार का परिग्यान जैसे विषय शामिल होंगे। यह सम्मेलन 9 नवम्बर 2025 को जयपुर स्थित नेशनल इंस्टिट्यूट ऑफ आयुर्वेद में आयोजित होगा, जिसमें देश-विदेश के लगभग 500 विद्वान भाग लेंगे। बाहर से आए हुए सभी विद्वानों के ठहरने की व्यवस्था स्थल पर ही की जाएगी। सम्मेलन का शुभारंभ जयपुर के आराध्य देव श्री गोविंदधाम में विराजित श्री गोविंद देव जी के मंगला दर्शन से होगा, जिसके लिए बस द्वारा सभी अतिथियों को ले जाने और वापस लाने की व्यवस्था कार्यक्रम स्थल से की जाएगी। कार्यक्रम में श्री राधा गोविंद प्रभात फेरी मंडल के द्वार हरिनाम संकीर्तन भी किया जाएगा, निमाई पाठशाला की तरफ से भक्त चरित्र की प्रस्तुति भी होगी एवं जाने माने सेलिब्रिटी भक्त भागवत दास जी के द्वारा प्रवचन या प्रस्तुति को भी देखने और सुनने का आनंद प्राप्त होगा। इस कॉन्फ्रेंस में किसी भी प्रकार का पंजीयन शुल्क नहीं रखा गया है चूंकि इसमें केवल निमंत्रण के आधार पर ही प्रवेश होगा। सम्मेलन में सम्मान और अलंकरण की विशेष व्यवस्थाएँ की गई हैं। इसमें प्रमाणपत्र की विभिन्न श्रेणियाँ जैसे गोल्ड, सिल्वर, ब्रॉन्ज, "ज्योतिष गौरव सम्मान" व "Lifetime Achievement" तथा "Certificate of Appreciation" प्रदान किए जाएंगे। इसके साथ ही नामित ज्योतिष आचार्यों और विशेषज्ञों को मेडल और ट्रॉफी भी प्रदान की जाएगी। विशेष उल्लेखनीय है कि इस अंतर्राष्ट्रीय ज्योतिष एवं वास्तु सम्मेलन में Marketing Crawlers डिजिटल पार्टनर और इवेंट पार्टनर के रूप में जुड़ा है, जो सम्मेलन की डिजिटल उपस्थिति और आयोजन के सफल संचालन में अपनी अहम भूमिका निभा रहा है।

powered by social2s

ରିଲାଏନ୍ସର ଏଆଇ ଉପରେ ଜୋର: ନୂତନ ଏଆଇ ସହାୟକ କମ୍ପାନୀ 'ରିଲାଏନ୍ସ ଇଣ୍ଟେଲିଜେନ୍ସ' ଗଠନ ଘୋଷଣା ଏବଂ ଗୁଗୁଲ ଓ ମେଟା ସହିତ ସହଭାଗିତା ସ୍ଥାପନ

Details
Odia Ray Admin
ଦେଶ / ବିଦେଶ
29 August 2025

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଶୁକ୍ରବାର ଏକ ନୂତନ ସହାୟକ କମ୍ପାନୀ, 'ରିଲାଏନ୍ସ ଇଣ୍ଟେଲିଜେନ୍ସ' ଗଠନ ଘୋଷଣା କରିଛନ୍ତି, ଯେଉଁଥିରେ ବ୍ୟାପକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଭିତ୍ତିଭୂମି ରହିବ। ଏଥିସହିତ ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ମେଟା ଏବଂ ଗୁଗୁଲ ସହିତ ନୂତନ ସହଭାଗିତା ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ସବୁଠାରେ ଏବଂ ସଭିଙ୍କ ପାଇଁ ଏଆଇର ଦୃଷ୍ଟିକୋଣକୁ କମ୍ପାନୀ ଆଗକୁ ବଢା଼ଉଥିବା ପ୍ରକାଶ କରି ରିଲାଏନ୍ସର ୪୮ତମ ବାର୍ଷିକ ସାଧାରଣ ବୈଠକରେ ସେ ଏହା କହିଛନ୍ତି। ରିଲାଏନ୍ସ ଇଣ୍ଟେଲିଜେନ୍ସ ଗିଗାୱାଟ୍-ସ୍କେଲ, ଏଆଇ-ରେଡି ଡାଟା ସେଣ୍ଟର ନିର୍ମାଣ କରିବ, ଯାହା ସବୁଜ ଶକ୍ତି ଦ୍ୱାରା ପରିଚାଳିତ ହେବ ବୋଲି ଅମ୍ବାନୀ କମ୍ପାନୀର ଏଜିଏମରେ ସୂଚନା ଦେଇଛନ୍ତି। ରିଲାଏନ୍ସ ଏଜିଏମରେ ଅମ୍ବାନୀ ମଧ୍ୟ ମେଟା ଏବଂ ଗୁଗୁଲ ସହିତ ନୂତନ ସହଭାଗିତା ସ୍ଥାପନ ନେଇ ଘୋଷଣା କରିଛନ୍ତି। ଏହି ସହଭାଗିତା ସମ୍ପର୍କରେ ମେଟାର ପ୍ରତିଷ୍ଠାତା ଓ ସିଇଓ ମାର୍କ ଜୁକରବର୍ଗ ଏବଂ ଆଲଫାବେଟ ଓ ଗୁଗୁଲର ସିଇଓ ସୁନ୍ଦର ପିଚାଇ ରିଲାଏନ୍ସ ଏଜିଏମରେ ସମ୍ବୋଧିତ କରିଥିଲେ। "ଏକ ଦଶନ୍ଧି ପୂର୍ବରୁ, ଡିଜିଟାଲ ସେବା ରିଲାଏନ୍ସ ପାଇଁ ଏକ ନୂତନ ଅଭିବୃଦ୍ଧି ଇଞ୍ଜିନ ହୋଇଥିଲା। ବର୍ତ୍ତମାନ, ଏଆଇ ସହିତ ଆମ ସାମ୍ନାରେ ସମାନ ଧରଣର ସୁଯୋଗ ରହିଛି। ଜିଓ ସବୁଠି ଏବଂ ସବୁ ଭାରତୀୟଙ୍କ ପାଇଁ ଡିଜିଟାଲ ସେବା ପ୍ରଦାନ କରିବାର ପ୍ରତିଶୃତି ଦେଇଥିଲା ଏବଂ ପୁରଣ ମଧ୍ୟ କରିଛି। ସେହିଭଳି, ରିଲାଏନ୍ସ ଇଣ୍ଟେଲିଜେନ୍ସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସବୁସ୍ଥାନରେ ଏଆଇ ପ୍ରଦାନ କରିବାର ପ୍ରତିଶ୍ରୁତି ନେଇଆସିଥିବା ଅମ୍ବାନୀ କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ ରିଲାଏନ୍ସ ଇଣ୍ଟେଲିଜେନ୍ସ ଚାରୋଟି ସ୍ପଷ୍ଟ ଲକ୍ଷ୍ୟ ସହିତ ପରିକଳ୍ପିତ ହୋଇଛି, ଯାହା ମଧ୍ୟରେ ରହିଛି ଭାରତର ପରବର୍ତ୍ତୀ ପିଢ଼ିର ଏଆଇ ଭିତ୍ତିଭୂମିକୁ ସ୍ଥାନ ଦେବା, ବିଶ୍ୱସ୍ତରୀୟ ସହଭାଗୀତା ସ୍ଥାପନ କରିବା, ଭାରତ ପାଇଁ ଏଆଇ ସେବା ନିର୍ମାଣ କରିବା ଏବଂ ଏଆଇ ପ୍ରତିଭାକୁ ପ୍ରୋତ୍ସାହିତ କରିବା। "ଜାମନଗରରେ ଗିଗାୱାଟ-ସ୍କେଲ ଏଆଇ-ରେଡି ଡାଟା ସେଣ୍ଟର ଉପରେ କାମ ପୂର୍ବରୁ ଆରମ୍ଭ ହୋଇସାରିଛି। ରିଲାଏନ୍ସର ନୂତନ ଶକ୍ତି ଇକୋସିଷ୍ଟମ ଦ୍ୱାରା ପରିଚାଳିତ ଏହି ଡାଟା ସେଣ୍ଟରଗୁଡ଼ିକ ପର୍ଯ୍ୟୟକ୍ରମେ ଭାରତର ବୃଦ୍ଧିପାଉଥିବା ଆବଶ୍ୟକତା ସହିତ ଉପଲବ୍ଧ ହେବ ବୋଲି ସେ କହିଛନ୍ତି। ରିଲାଏନ୍ସ ଇଣ୍ଟେଲିଜେନ୍ସ ବିଶ୍ୱସ୍ତରୀୟ ସହଭାଗୀତାକୁ ମଧ୍ୟ ପୂରଣ କରିବ, ବିଶ୍ୱର ଟେକ୍ ଟାଇଟନ୍ ମାନଙ୍କୁ ଓପନ ସୋର୍ସ କମ୍ୟୁନିଟିରେ ଏକତ୍ର କରିବ। "ରିଲାଏନ୍ସ ଇଣ୍ଟେଲିଜେନ୍ସ ଗ୍ରାହକ, ଛୋଟ ବ୍ୟବସାୟ ଏବଂ ଉଦ୍ୟୋଗଗୁଡିକ ପାଇଁ ବିଶ୍ୱସ୍ତ, ବ୍ୟବହାର କରିବାକୁ ସହଜ ଏଆଇ ସେବା ଏବଂ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ କୃଷି ଭଳି ଜାତୀୟ ଗୁରୁତ୍ୱ ବହନ କରୁଥିବା କ୍ଷେତ୍ର ପାଇଁ ସହଜଲବ୍ଧ ସମାଧାନ ପ୍ରଦାନ କରିବ। ସେବାଗୁଡ଼ିକ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସ୍ତରରେ ନିର୍ଭରଯୋଗ୍ୟ ଏବଂ ସୁଲଭ ହେବ।" ରିଲାଏନ୍ସ ଓ ମେଟା ସହଭାଗିତାରେ ହେବାକୁ ଥିବା ଭାରତ-କେନ୍ଦ୍ରିତ ଏଆଇ ମିଳିତ ଉଦ୍ୟମ ଭାରତରେ ଉଦ୍ୟୋଗ ଏବଂ ଚୟନିତ ଅନ୍ତର୍ଜାତୀୟ ବଜାର ପାଇଁ ଏଆଇ ସମାଧାନ ନିର୍ମାଣ ଏବଂ ସମ୍ପ୍ରସାରଣ କରିବ। ଏହି ମିଳିତ ସହଭାଗିତା ରାଜିନାମା ଅନୁଯାୟୀ, ରିଲାଏନ୍ସ ଏବଂ ମେଟା ମିଳିତ ଭାବରେ ୮୫୫ କୋଟି ଟଙ୍କା (ପ୍ରାୟ ୧୦୦ ନିୟୁତ ଡଲାର) ର ପ୍ରାରମ୍ଭିକ ନିବେଶ କରିବେ, ଯାହା ୭୦ ପ୍ରତିଶତ ଏବଂ ୩୦ ପ୍ରତିଶତ ଅନୁପାତରେ ରହିବ। ଏହି ସହଭାଗିତା ସମ୍ପର୍କରେ ମେଟା ପ୍ରତିଷ୍ଠାତା ଏବଂ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି "ମେଟା ଏବଂ ରିଲାଏନ୍ସ ଭାରତୀୟ ବ୍ୟବସାୟଗୁଡ଼ିକୁ ସେମାନଙ୍କ କାର୍ଯ୍ୟ ପାଇଁ ଏହାର ଓପନ ସୋର୍ସ ଏଆଇ ମଡେଲଗୁଡ଼ିକ ପ୍ରଦାନ କରିବାକୁ ଯାଉଛନ୍ତି। ଲାମା ସହିତ, ଆମେ ଦେଖିଛୁ ଯେ ଏଆଇ କିପରି ମାନବ ଦକ୍ଷତାକୁ ବୃଦ୍ଧି କରିପାରେ, ଉତ୍ପାଦକତାକୁ ବୃଦ୍ଧି କରିପାରେ, ସୃଜନଶୀଳତାକୁ ପ୍ରେରଣା ଦେଇପାରେ ଏବଂ ନବସୃଜନକୁ ତ୍ୱରାନ୍ୱିତ କରିପାରେ। ଏବଂ ବର୍ତ୍ତମାନ, ରିଲାଏନ୍ସର ପହଞ୍ଚ ଏବଂ ସ୍କେଲ୍ ସହିତ, ଆମେ ଏହାକୁ ଭାରତର ପ୍ରତ୍ୟେକ କୋଣରେ ପହଞ୍ଚାଇପାରିବୁ।" ରିଲାଏନ୍ସ ଏଆଇ ପାଇଁ ଗୁଗୁଲ ସହିତ ମଧ୍ୟ ସହଭାଗିତା ଘୋଷଣା କରିଛି ଯାହା ଅଧୀନରେ ଏଆଇ-ରେଡି ଡାଟା ସେଣ୍ଟର ସ୍ଥାପନ କରାଯିବ, ଯେଉଁଥିରେ ଗୁଗୁଲର କମ୍ପ୍ୟୁଟିଂ ଶକ୍ତି ବ୍ୟବହାର ହେବ ଏବଂ ରିଲାଏନ୍ସ ଦ୍ୱାରା ଶକ୍ତି ସହାୟତା ଓ ରିଲାଏନ୍ସ ଜିଓ ଦ୍ୱାରା କନେକ୍ଟିଭିଟି ପ୍ରଦାନ କରାଯିବ। ଏହି ସହଭାଗିତା ସମ୍ପର୍କରେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ କହିଛନ୍ତି "ଭାରତରେ ଏଆଇ ସୁଯୋଗ ଅସାଧାରଣ। ଗୁଗୁଲ ଏବଂ ରିଲାଏନ୍ସ ଏଆଇ ବ୍ୟବହାର କରି ଶକ୍ତି ଏବଂ ରିଟେଲଠାରୁ ଟେଲିକମ୍ ଏବଂ ଆର୍ଥିକ ସେବା ପର୍ଯ୍ୟନ୍ତ, ରିଲାଏନ୍ସର ସମସ୍ତ ବ୍ୟବସାୟକୁ ପରିବର୍ତ୍ତନ ଦିଗରେ ଆଗେଇ ନେବାରେ ସାହାଯ୍ୟ କରିବା ପାଇଁ ସହଭାଗୀ ହେଉଛନ୍ତି। ଏହି ଏଆଇ ବ୍ୟବହାରକୁ ସମର୍ଥନ କରିବା ପାଇଁ, ଆମେ ଏକାଠି ଜାମନଗର କ୍ଲାଉଡ୍ ରିଜିଅନ ସ୍ଥାପନ କରୁଛୁ, ଯାହା ରିଲାଏନ୍ସ ପାଇଁ ନିର୍ମିତ ଏବଂ ଉତ୍ସର୍ଗୀକୃତ ରହିବ। ଏହା ଗୁଗୁଲ୍ କ୍ଲାଉଡ୍ରୁ ବିଶ୍ୱସ୍ତରୀୟ ଏଆଇ ଏବଂ କମ୍ପ୍ୟୁଟ୍ ଆଣିବ ତଥା ରିଲାଏନ୍ସର ସ୍ୱଚ୍ଛ ଶକ୍ତି ଦ୍ୱାରା ପରିଚାଳିତ ହେବ ଏବଂ ଜିଓର ଉନ୍ନତ ନେଟୱାର୍କ ଦ୍ୱାରା ସଂଯୁକ୍ତ ହେବ।" ରିଲାଏନ୍ସ ଏଜିଏମରେ ଅମ୍ବାନୀ ରୋବୋଟିକ୍ସ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ "ଆମେ ଭାରତକୁ ମାନବ-କେନ୍ଦ୍ରିକ ରୋବୋଟିକ୍ସରେ ଅଗ୍ରଣୀ କରିବା ପାଇଁ ନିବେଶ କରୁଛୁ ଯାହା ଏଆଇ ଦ୍ୱାରା ପରିଚାଳିତ ନୂତନ ପ୍ରକାରର ଶିଳ୍ପ ଏବଂ ସେବା, ନୂତନ ପ୍ରକାରର କୃଷି, ନୂତନ ପ୍ରକାରର ନିଯୁକ୍ତି ଏବଂ ଆମ ଯୁବପିଢ଼ି ପାଇଁ ଆକର୍ଷଣୀୟ ନୂତନ ସୁଯୋଗ ସୃଷ୍ଟି ହେଉଛି।" ଏଆଇର "ଚମତ୍କାର ଶକ୍ତି" କୁ ଏକ ନୂତନ "କାମଧେନୁ" ଭାବରେ ବର୍ଣ୍ଣନା କରି ସେ କହିଛନ୍ତି "ଆମେ ଏଆଇକୁ ଏକ ନୂତନ ଅଭିବୃଦ୍ଧି ଇଞ୍ଜିନ ଭାବରେ ବିକଶିତ କରୁଛୁ ଏବଂ ଏହା ସହିତ ଆମର ସମସ୍ତ ବ୍ୟବସାୟରେ ଏଆଇକୁ ସ୍ଥାପିତ କରୁଛୁ। ଆମର ପରିଚାଳନା ମଡେଲ ନିବେଶ ପ୍ରାଧାନ୍ୟ ଅପେକ୍ଷା ଏବେ ନବସୃଜନ ଦ୍ୱାରା ଅଧିକ ପରିଚାଳିତ ହେଉଛି।"

powered by social2s

ଭୂମିକମ୍ପରେ ଥରିଲା ଦିଲ୍ଲୀ ଏନସିଆର

Details
Odia Ray Admin
ଦେଶ / ବିଦେଶ
10 July 2025

ଭୁବନେଶ୍ୱର : ଆଜି ସକାଳେ ଦିଲ୍ଲୀ ଏନସିଆରରେ ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ୯ଟା ୪ମିନିଟରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିବା ସୂଚନା। ୧୦ ସେକେଣ୍ଡ ଧରି ଭୂମିକମ୍ପ ହୋଇଥିବା ଜଣାପଡ଼ିଛି। ରିକ୍ଟର୍ ସ୍କେଲ୍ ରେ ଭୂମିକମ୍ପର ତୀବ୍ରତା ୪. ୪ ରହିଥିଲା। ଗ୍ରରୁଗ୍ରାମ, ନଇଡା, ଗାଜିଆବାଦ, ହରିୟାଣା ଓ ଫରିଦାବାଦରେ ମଧ୍ୟ ଭୁକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ହରିୟାଣା।

powered by social2s

More Articles ...

  1. ଭାରତ - ପାକିସ୍ତାନ ଅସ୍ତ୍ର ବିରତି ଲାଗୁ
  2. ଓଡ଼ିଶା ବିଶ୍ବବିଦ୍ୟାଳୟର ଶିକ୍ଷକ ଓ କୁଳପତି ନିଯୁକ୍ତି ଉପରୁ ଉଠିଲା କଟକଣା
  3. ପିଓକେ ରେ ଭାରତର ଏୟାର ଷ୍ଟ୍ରାଇକ୍
Page 1915 of 2256
  • Start
  • Prev
  • 1910
  • 1911
  • 1912
  • 1913
  • 1914
  • 1915
  • 1916
  • 1917
  • 1918
  • 1919
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.