ଜୁଆ ଆଡ୍ଡାରେ ଚଢ଼ଉ
ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଜିଲ୍ଲା ସିନାପାଲି ଥାନା କୁଳିଆପାତର ନିକଟରେ ଏକ ଜୁଆ ଆଡ୍ଡାରେ ପୋଲିସ୍ ଚଢ଼ଉ କରିଛି। ଘଟଣାସ୍ଥଳରୁ ସିନାପାଲି ପୋଲିସ୍ ୧୩ ଜଣଙ୍କୁ ଅଟକ ରଖିଛି। ଜୁଆଡ଼ିଙ୍କ ନିକଟରୁ ୨୯ ହଜାର ଟଙ୍କା ଜବତ କରାଯାଇଛି।
ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଜିଲ୍ଲା ସିନାପାଲି ଥାନା କୁଳିଆପାତର ନିକଟରେ ଏକ ଜୁଆ ଆଡ୍ଡାରେ ପୋଲିସ୍ ଚଢ଼ଉ କରିଛି। ଘଟଣାସ୍ଥଳରୁ ସିନାପାଲି ପୋଲିସ୍ ୧୩ ଜଣଙ୍କୁ ଅଟକ ରଖିଛି। ଜୁଆଡ଼ିଙ୍କ ନିକଟରୁ ୨୯ ହଜାର ଟଙ୍କା ଜବତ କରାଯାଇଛି।
ଭୁବନେଶ୍ଵର: ଭୁବନେଶ୍ବରରେ ଥିବା ଜଣେ କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ରାତିରେ ହସ୍ପିଟାଲରେ କାର୍ଯ୍ୟରତ ଜଣେ ସୁରକ୍ଷାକର୍ମୀ ଅସଦାଚରଣ କରିଥିବା କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ମହିଳା। ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି ପୋଲିସ୍। ମହିଳା ଜଣକ ନବରଙ୍ଗପୁରରୁ ତାଙ୍କ ସ୍ବାମୀଙ୍କ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ।
ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ରେଞ୍ଜ ସାକେଣୀ ଫଡ଼ିରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ମୋବାଇଲ୍ ଫୋନ୍ ଲୁଟ୍ ହୋଇଛି। କେନ୍ଦୁପତ୍ର ଫଡ଼ିରେ କାମ କରୁଥିବା ଲୋକଙ୍କୁ ବନ୍ଧୁକ ଦେଖାଇ କେନ୍ଦୁପତ୍ର ଓ ମୋବାଇଲ୍ ଫୋନ୍ ଲୁଟିନେଲେ ୫ ଜଣ ଦୁର୍ବୃତ୍ତ। ଖବର ପାଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା।
ଭୁବନେଶ୍ୱର: ଭୁବନେଶ୍ଵର ଲିଙ୍ଗରାଜ ଷ୍ଟେସନ ନିକଟରେ ଥିବା ଏକ ଇଲେକ୍ଟ୍ରିାଲ୍ ସବ୍ ଷ୍ଟେସନ୍ ନିକଟ ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ବେକରେ ରାଶି ଲଗା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ଏୟାରଫିଲ୍ଡ ପୋଲିସ୍। ଯୁବକଙ୍କୁ ହତ୍ୟା କରାଯାଇଛି କି ଆତ୍ମହତ୍ୟା ଜଣାପଡ଼ିନାହିଁ।
ଭୁବନେଶ୍ୱର: ଭୁବନେଶ୍ୱର ରବି ଟକିଜ୍ ଛକରେ ଥିବା ଏକ ସଲୁନ୍ ଓ ସ୍ପା ସେଣ୍ଟର୍ ରେ ଚଢ଼ାଉ କରିଛି ବଡଗଡ ଥାନା ପୋଲିସ୍। ଘଟଣାସ୍ଥଳରୁ ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରି ଜଣେ ଯୁବକଙ୍କୁ ଅଟକ ରଖିଲା ପୋଲିସ୍। ସ୍ପା ରେ ଯୁବତୀଙ୍କୁ ଖରାପ କାର୍ଯ୍ୟରେ ନିୟୋଜିତ ହେବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି।
ଭୁବନେଶ୍ୱର: ଭୁବନେଶ୍ୱରର ୨ଟି ସ୍ଥାନରେ ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ ହୋଇଛି।
ବାପୁଜୀନଗର କେଦାରପଲ୍ଲୀ ବସ୍ତିରେ ବୋମା ଫିଙ୍ଗିଲେ ଦୁର୍ବୃତ୍ତ ।
କେଦାରପଲ୍ଲୀ ଲେନ୍-୧ ଓ ବରହମପୁର ଗଳି ବସ୍ତିରେ ବୋମାମାଡ଼ କରି ବାଇକ୍ ରେ ଫେରାର ହୋଇଗଲେ ଦୁଇ ଜଣ ଦୁର୍ବୃତ୍ତ।
ବୋମାମାଡ଼ରେ ଜଣେ ନାବାଳକ ଓ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି।
ଆହତଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି।
ସିସିଟିଭି ଫୁଟେଜ୍ ଆଧାରରେ କ୍ୟାପିଟାଲ୍ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।
ଆଠଗଡ଼: କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଧୁଋଷିଆ ଗାଁରେ ଗଣେଶ ପୂଜା ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ହୋଇଛି। ଦୁଇ ସାହି ମଧ୍ୟରେ ପାଟିତୁଣ୍ଡ ଓ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି। ଆକ୍ରମଣରେ ୫ ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଜଣେ ୧୧ ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବଣ୍ଟି ସାମଲ।