ଢେଙ୍କାନାଳରେ ପୋଲିସ୍ ଗୁଳିରେ କୁଖ୍ୟାତ ଅପରାଧୀ ଆହତ
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାରେ ପୋଲିସ୍ ଗୁଳିରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଆହତ ହୋଇଥିବା ସୂଚନା। କିଙ୍ଗ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍ର ସୁବାସର ବାମ ଗୋଡ଼ରେ ଗୁଳି ବାଜିଛି। ଖୁଣ୍ଟାପୋଷି ଜଙ୍ଗଲରେ ଏନ୍କାଉଣ୍ଟର ହୋଇଥିବା ଜଣାପଡ଼ିଛି। ସୁବାସକୁ ଚିକିତ୍ସା ପାଇଁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ସୁବାସ ନାଁ ରେ ଢେଙ୍କାନାଳର ବିଭିନ୍ନ ଥାନାରେ ରହିଛି ୨ଟି ହତ୍ୟା ସହ ୧୮ ମାମଲା। ଘଟଣାସ୍ଥଳରୁ ବୋମା, ୨୦୦୦ ଟଙ୍କା, ପିସ୍ତଲ ଓ ବହୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।
