ଭୁବନେଶ୍ୱରରେ ପୁଣି ମାତିଲେ ପଲସର ଲୁଟେରା ଗ୍ୟାଙ୍ଗ
ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ମାତିଲେ ପଲସର ଲୁଟେରା ଗ୍ୟାଙ୍ଗ। ଶୈଳଶ୍ରୀ ବିହାର ଅଞ୍ଚଳରେ ହେଲମେଟ ପିନ୍ଧି ଆସି ଜଣେ ବ୍ୟବସାୟୀଙ୍କ ଠାରୁ ଝାମ୍ପିନେଲେ ୩ ଲକ୍ଷ ଟଙ୍କା। ଲୁଟ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କଲେ ଗୁଜୁରାଟର ଜଣେ ବ୍ୟବସାୟୀ।
ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ମାତିଲେ ପଲସର ଲୁଟେରା ଗ୍ୟାଙ୍ଗ। ଶୈଳଶ୍ରୀ ବିହାର ଅଞ୍ଚଳରେ ହେଲମେଟ ପିନ୍ଧି ଆସି ଜଣେ ବ୍ୟବସାୟୀଙ୍କ ଠାରୁ ଝାମ୍ପିନେଲେ ୩ ଲକ୍ଷ ଟଙ୍କା। ଲୁଟ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କଲେ ଗୁଜୁରାଟର ଜଣେ ବ୍ୟବସାୟୀ।
ପୁରୀ: ପୁରୀ ଲୋକନାଥ ମନ୍ଦିରରେ ଜଣେ ଭକ୍ତଙ୍କ ବେକରୁ ସୁନା ଚେନ୍ ଲୁଟିଲେ ଜଣେ ମହିଳା। ମହାଦେବଙ୍କ ଦର୍ଶନ କରିବା ସମୟରେ ଭକ୍ତଙ୍କ ଚେନ୍ ଲୁଟ କରିବା ସମୟରେ ମହିଳାଙ୍କୁ କାବୁ କଲେ ଶ୍ରଦ୍ଧାଳୁ।
କଟକ: କଟକ ମଙ୍ଗୁଳିରୁ ୧ କୁଇଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ କଲା ଷ୍ଟେଟ ଫ୍ଲାଇଙ୍ଗ ସ୍କ୍ୱାଡ଼। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବୋଲି ଜଣାପଡ଼ିଛି । ଏହି ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି।
ଢେଙ୍କାନାଳ: ଢେଙ୍କାନାଳ ସହର ସ୍ଥିତ ଗାନ୍ଧୀ ମନ୍ଦିର ଠାରେ ବିଭିନ୍ନ ଦଳ ତରଫରୁ ଏବଂ ସାଧାରଣ ମହିଳା ବହୁ ମାତ୍ରାରେ ଯୋଗଦାନ କରିଛନ୍ତି ।
ଯାହାକି ବର୍ତମାନ ପରିସ୍ଥିତିରେ କଂଗ୍ରେସକୁ ସହଯୋଗୀ ସ୍ଥାବସ୍ତ ହେବ, ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି, ପୂର୍ବତନ ମନ୍ତ୍ରୀ , ପୂର୍ବତନ ଜିଲ୍ଲା ସଭାପତି, ଯୋଗଦାନ କରିଛନ୍ତି, ତା ସହିତ ନୂଆ କରି ଯୋଗଦାନ କରିଥିବା ନାରି ନେତ୍ରୀ ସ୍କିତାରାଣୀ ସାମଲ ଙ୍କୁ ଢେଙ୍କାନାଳ ନଗରପାଳ ପାଇଁ ମନୋନୀତ କରିଛନ୍ତି ।
ଆସାନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ଅଛି ।
ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ ଉଦୟଗିରି ପୋଲିସ ଏକ ନାବାଳିକାକୁ ଅପହରଣ କରିଥିବା ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ପ୍ରକାଶ ଯେ ଘୁ.ଉଦୟଗିରି ବ୍ଳକ ଅନ୍ତର୍ଗତ ମାଲିକାପଡି ଗ୍ରାମ ପଞ୍ଚାୟତର ଏକ ନାବାଳିକା ଝିଅକୁ ଜି.ଉଦୟଗିରି ବ୍ଲକର ଜଣେ ୨୧ ବର୍ଷର ଯୁବକ ଅପହରଣ କରି ନେଇଥିବା ନେଇ ଘୁ. ଉଦୟଗିରି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଜି.ଉଦୟଗିରି ପୋଲିସ ଉକ୍ତ ଯୁବକ କୁ ଗିରଫ କରିଥିଲେ।ଏନେଇ କେଶ ନଂ.୩୭/୨୨ ଓ ଧାରା ୩୬୩,୩୬୬,୩୭୬(୨)(ଏନ୍),୩୭୬(୩) ଆଇପିସି ଆର ଡବ୍ଲ୍ୟୁ ୬ ପୋଷ୍କ ଧାରା ଅନୁଯାୟୀ ଗିରଫ କରି ଫୁଲବାଣି ଜୁଭେନାଇଲ କୋର୍ଟକୁ ଚାଲାଣ ହୋଇଥିବା ବେଳେ ଏସଆଇ ସ୍ବାଗତିକା ବେହେରାଙ୍କୁ ତଦନ୍ତ ଦିଆଯାଇଥିବା ନେଇ ଥାନା ଅଧିକାରୀଣୀ ରେବତୀ ଶବର ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ ଜଣେ ମହିଳାଙ୍କ ବେକରୁ ଚେନ୍ ଝାମ୍ପିନେଲେ ଲୁଟେରା। ଏକ ପଲସର ବାଇକ୍ ରେ ଆସିଥିଲେ ଲୁଟେରା। ମନ୍ଦିରରୁ ଫେରୁଥିବା ବେଳେ ଘଟିଛି ଏହି ଘଟଣା। ସହିଦନଗର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କଲା ପୋଲିସ।