• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
27
Fri, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଲକ୍ଷ୍ମୀପୂଜାରେ ଆସୁଛି "ପ୍ରେମରେ ରିସ୍କ ହେଲା ମତେ ଇସ୍କ "

Details
Odia Ray Admin
ମନୋରଞ୍ଜନ / କ୍ରୀଡା
03 October 2022

ଲକ୍ଷ୍ମୀପୂଜାରେ ଆସୁଛି ନୂଆ ଓଡ଼ିଆ ସିନେମା | ୟୁ ଏସ ମୋସନ ପିକ୍ଚର୍ସ ଓ କେ ମୁରଲୀ କ୍ରିଷ୍ଣା ଫିଲ୍ମସ ମିଳିତ ସହଯୋଗରେ ମୁକ୍ତିଲାଭ କରିବାକୁ ଯାଉଛି "ପ୍ରେମରେ ରିସ୍କ ହେଲା ମତେ ଇସ୍କ |" ନିକଟରେ ଏହି ସିନେମାର ଅଡିଓ ରିଲିଜ ହୋଇସାରିଥିବା ବେଳେ ଲକ୍ଷ୍ମୀ ପୂଜାରେ ସିନେମା ମୁକ୍ତିଲାଭ କରିବ | ଏନେଇ ପ୍ରଡକ୍ସନ ହାଉସ ସୂଚନା ଦେଇଛି | ୟୁ ଏସ ମୋସନ ପିକ୍ଚର୍ସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାଇତ୍ୱରେ ରହିଛନ୍ତି ସଞ୍ଜୟ ପାତ୍ର ଓ ଉମେଶ ସାହୁ | ସିନେମାର ନିର୍ଦ୍ଦେଶନା ଦେଇଛନ୍ତି କେ ମୁରଲୀ କ୍ରିଷ୍ଣା | ଡ଼ଃ ରଜନୀ ରଞ୍ଜନ ସିନେମାର ସଂଳାପ ଲେଖିଥିବା ବେଳେ ସଞ୍ଜୟ ଓ ସିତୁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି | ହ୍ୟୁମାନ ସାଗର, ଅସୀମା ପଣ୍ଡା, କୁଳଦୀପ, ଅର୍ପିତା, ସତ୍ୟଜିତ, ନାଭ୍ୟା, ଲିପ୍ସା, ସୁଶାନ୍ତ ପ୍ରମୁଖ କଣ୍ଠଦାନ କରିଛନ୍ତି | ସତ୍ୟାନନ୍ଦ ନାୟକ, ଉମେଶ ସାହୁ, ଏମ ଜେବି ବଣ୍ଟି, ପିଣ୍ଟୁ ଗୀତ ରଚନା କରିଥିବା ବେଳେ ସୁରୟନ ରଥ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି | ଶୈଳେନ୍ଦ୍ର ଓ ଦିବ୍ୟା ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି | ଟୁଲୁ, ଶୁଭ୍ରାଂଶୁ, ଚିନ୍ତାମଣୀ, ଅଞ୍ଜନା, ରବି ମିଶ୍ର, ରତନ ମେହେର, କାଳିଆ ଷଣ୍ଢ ପ୍ରମୁଖ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି | ଆଗାମୀ ଲକ୍ଷ୍ମୀପୂଜାରେ ସିନେମା ମୁକ୍ତିଲାଭ କରିବ ବୋଲି କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି |

powered by social2s

ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍‌: ଗୁରୁବାର ମଣିପାଲ୍ ଟାଇଗର୍ସକୁ ଭେଟିବ ଇଣ୍ଡିଆ କ୍ୟାପିଟାଲ୍ସ

Details
Odia Ray Admin
ମନୋରଞ୍ଜନ / କ୍ରୀଡା
28 September 2022

 

କଟକ:  ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମରେ ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍ (ଏଲ୍‌ଏଲ୍‌ସି)ର  ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଗୌତମ ଗମ୍ଭୀରଙ୍କ ନେତୃତ୍ୱଧୀନ ଇଣ୍ଡିଆ କ୍ୟାପିଟାଲ୍ସ, ହର୍‌ଭଜନ ସିଂହଙ୍କ ମଣିପାଲ ଟାଇଗର୍ସକୁ ଭେଟିବ । ବର୍ତମାନ ଇଣ୍ଡିଆ କ୍ୟାପିଟାଲ୍ସ, ଗୁଜରାଟ ଜିଆଂଟ୍‌ସ ଓ ଭିଲ୍‌ୱାରା କିଙ୍ଗ୍‌ସ ନିକଟରେ ୫ ପଏଂଟ୍ ଲେଖାଏଁ ରହିଛି । ଇଣ୍ଡିଆ କ୍ୟାପିଟାଲ ୪ଟି ମ୍ୟାଚ୍ ଖେଳିଥିବା ବେଳେ ଉଭୟ ଜିଆଂଟ୍‌ସ ଓ କିଙ୍ଗ୍‌ସ ୫ଟି ଲେଖାଏଁ ମ୍ୟାଚ୍ ଖେଳିଛନ୍ତି । କିନ୍ତୁ ଭଲ ରନ୍ ରେଟ୍ କାରଣରୁ  ଇଣ୍ଡିଆ କ୍ୟାପିଟାଲ୍ସ ଟେବୁଲ୍‌ର ଶୀର୍ଷରେ ରହିଛି । ତେଣୁ ଆସନ୍ତାକାଲିର ମ୍ୟାଚ୍ ଜିତିଲେ ଇଣ୍ଡିଆ ଟିମ୍‌ସର ପଏଂଟ୍ ଶୀର୍ଷରେ ପହଂଚିବ ।

ଏହି ମ୍ୟାଚ୍ ମଣିପାଲ୍ ଟାଇଗର୍ସ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ମଣିପାଲ୍ ଟାଇଗର୍ସ ମୋଟ ୪ଟି ମ୍ୟାଚ୍ ଖେଳିଥିବା ବେଳେ ୩ ପଏଂଟ୍ ସହ ପଏଂଟ୍ ଟେବୁଲର ନିମ୍ନରେ ରହିଛି । ତେଣୁ କ୍ୟାପିଟାଲ୍ସ ବିରୋଧରେ ଏକ ବିଜୟ ଦଳକୁ ୫ ପଏଂଟ୍‌ରେ ପହଂଚାଇ ପାରିବ । ଏହା ପୂର୍ବ ମ୍ୟାଚ୍‌ରେ ଭିଲ୍‌ୱାରା କିଙ୍ଗ୍‌ସ ବିରୋଧରେ ଏକ ରୋମାଂଚକର ମ୍ୟାଚ୍‌ରେ ମଣିପାଲ୍ ଟାଇଗର୍ସ ଭଲ ପ୍ରଦର୍ଶନ କରିଥିଲା । ସ୍କିପର୍ ହର୍‌ଭଜନ ନିଜ ଟିମ୍‌ର ପ୍ରୟାସକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ଏହି ପୂର୍ବତନ ଭାରତୀୟ ଅଫ୍‌-ସ୍ପିନର୍ କହିଛନ୍ତି, ‘ଯେତେବେଳେ ଖେଳାଳିମାନେ ନିଜର ୧୦୦% ପ୍ରୟାସ କରିଥାନ୍ତି ଜଣେ କ୍ୟାପ୍ଟେନ ହିସାବରେ ତାହା ଆପଣଙ୍କୁ ଖୁସି ଦେଇଥାଏ । ମୁଁ ମଧ୍ୟ ଅଧିନାୟକତ୍ୱ ସମ୍ପର୍କରେ ବହୁତ କିଛି ଶିଖୁଛି । ସମସ୍ତ ସଦସ୍ୟ ନିଜର ସର୍ବୋତମ ପ୍ରଦର୍ଶନ ଦେଉଛନ୍ତି ଏବଂ ଆମେ ଶେଷ ପର୍ଯ୍ୟନ୍ତ ଲଢେଇ କରିବୁ ।’

ଅନ୍ୟପକ୍ଷରେ ଆସନ୍ତାକାଲିର ମ୍ୟାଚ୍ ଟାଇଗର୍ସ ପାଇଁ ସହଜ ହେବ ନାହିଁ । ଟାଇଗର୍ସ ନିକଟରେ ଜେସି ରାଇଡର, ଟାଟେଣ୍ଡା ଟାଇବୁ, କୋରି ଆଣ୍ଡର୍‌ସନ୍ ଓ ମହମ୍ମଦ କୈଫ୍‌ଙ୍କ ଭଳି ମହାନ ବ୍ୟାଟ୍‌ସମ୍ୟାନ୍ ଥିଲେ ମଧ୍ୟ କ୍ୟାପିଟାଲ୍ସ ବୋଲର୍ ପ୍ରବୀଣ ତାମ୍ବେ, ମିସେଲ୍ ଜନ୍‌ସନ୍ ଓ ଆସ୍‌ଲି ନର୍ସ ସେମାନଙ୍କୁ କଡା ଟକ୍କର ଦେବେ । ସେହିପରି ଇଣ୍ଡିଆ କ୍ୟାପିଟାଲ୍ସ ମଧ୍ୟ ହର୍‌ଭଜନ, ମୁଟ୍ଟିୟା ମୁରଲୀଧରନ ଓ ଦିଲ୍‌ହାରା ଫର୍‌ନାଣ୍ଡୋଙ୍କ ଭଳି କିମ୍ବନ୍ଦନ୍ତୀ ବୋଲରଙ୍କୁ ସାମ୍‌ନା କରିବା ପାଇଁ ଗୌତମ ଗମ୍ଭୀର, ସୋଲୋମନ୍ ମିରେ, ହାମିଲ୍‌ଟନ୍ ମାସାକାଜାଦାଙ୍କ ଭଳି ବ୍ୟାଟର୍‌ଙ୍କ ଉପରେ ନିର୍ଭର କରିବ ।

 

 

 

powered by social2s

ଓଡ଼ିଶାର ପ୍ରଥମ ସ୍ୱାଧୀନ ଓଟିଟି ପ୍ଲାଟଫର୍ମ “ଆଓ ନେକ୍ସଟ’ରେ ବହୁ ପ୍ରତିକ୍ଷୀତ ମୌଳିକ ସିନେମା “କ୍ୟାପିଟାଲ୍ ଟକିଜ୍‌’ର ରିଲିଜ୍

Details
Odia Ray Admin
ମନୋରଞ୍ଜନ / କ୍ରୀଡା
27 September 2022

‌

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ସ୍ୱାଧୀନ ଓଟିଟି ପ୍ଲାଟଫର୍ମ “ଆଓ ନେକ୍ସଟ’ ପକ୍ଷରୁ ବୋକା କାଫେରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ପ୍ଲାଟଫର୍ମରେ ୩୦ ସେପ୍ଟେମ୍ବର ୨୦୨୨, ଶୁକ୍ରବାର ଦିନ ଆଓ ନେକ୍ସଟର ମୌଳିକ ସିନେମା “କ୍ୟାପିଟାଲ୍ ଟକିଜ୍‌’ ରିଲିଜ୍ ହେବ ବୋଲି ଘୋଷଣା କରାଯାଇଛି । ଏହା ହେଉଛି ଏକ ମନୋବୈଜ୍ଞାନିକ ଥ୍ରିଲର ସିନେମା ଯେଉଁଥିରେ ରହିଛି ଭୟ, ଲୋକ, ବାସ୍ନା, ପ୍ରତିଶୋଧ ଓ କ୍ରୋଧର ଭାବ । ବର୍ତମାନ ସମୟ ପାଇଁ କ୍ୟାପିଟାଲ୍ ଟକିଜ ଓଡ଼ିଆ ଭାଷାରେ ରିଲିଜ୍ ହେବ । ଏହି ସିନେମାର କଳାକାରମାନେ ହେଉଛନ୍ତି ଦୈତାରି ପଣ୍ଡା, ହର ରଥ ଓ ଲକ୍ଷ୍ୟ ଶର୍ମା ଏବଂ ଅନ୍ୟମାନେ । ଜଗଦ୍ଦୀଶ ମିଶ୍ର ଓ ଅର୍ପିତା ପଟ୍ଟନାୟକ ଦ୍ୱୟ ଏହାର ନିର୍ଦେଶନା ଦେଇଛନ୍ତି ।

ଯେଉଁଭଳି ଭାବେ ଏହି ସାଇକୋଲୋଜିକାଲ୍ ଥ୍ରିଲର ଫିଲ୍ମକୁ ତିଆରି କରାଯାଇଛି ତାହା ଦର୍ଶକଙ୍କ ପାଇଁ ଦେଖିବାକୁ ବେଶ ଉପଭୋଗ୍ୟ ରହିବ । ଓଲିଉଡ୍‌ରେ ଏଭଳି କଂଟେଂଟ ବିଶେଷ ପରିଚିତ ନଥିବା ବେଳେ ନିର୍ମାତାମାନେ ଏହାକୁ ତିଆରି କରିବାରେ ବହୁ ଉଦ୍ୟମ କରିଥିବାରୁ ଏହାକୁ ନେଇ ଉଚ୍ଚ ଆଶା ରହିଛି । ଘଟଣାକ୍ରମରେ ହଠାତ୍ ପରିବର୍ତନର ଏହି ପ୍ରଥମ ଧରଣର ଥ୍ରିଲର ସିନେମା ଦର୍ଶକମାନଙ୍କୁ ସାରା ଫିଲ୍ମରେ ସିଟ୍‌ରେ ବାନ୍ଧି ରଖିବ ।

ଏ ସମ୍ପର୍କରେ ଆଓ ନେକ୍ସଟ୍‌ର ପ୍ରତିଷ୍ଠାତା ଓ ସିଇଓ ଶ୍ରୀଯୁକ୍ତ କୌଶିକ ଦାସ କହିଛନ୍ତି ଯେ, “ଆଓ ନେକ୍ସଟ ବର୍ତମାନ ଅସଲି ଓଡ଼ିଆ ଭାଷାର କଂଟେଂଟ ତିଆରି କରୁଛି ଯାହା ମାସିକ ୩୯୯ ଟଙ୍କାରେ ଉପଲବ୍ଧ ହୋଇଛି । ଆମର ଲକ୍ଷ୍ୟ ହେଉଛି ବିଭିନ୍ନ ବର୍ଗରେ ବିଶ୍ୱସ୍ତରୀୟ ୱେବ ସିରିଜ୍‌, ଫିଚର ଫିଲ୍ମ ଓ ବୃତଚିତ୍ର ତିଆରି କରିବା ଯାହା ସାରା ବିଶ୍ୱରେ ରହୁଥିବା ୫୦ ନିୟୁତ ଓଡ଼ିଆଙ୍କୁ ସନ୍ତୁଷ୍ଟ କରିବ ଯେଉଁମାନେ ନିଜ ମାତୃଭାଷାରେ ଗୁଣାତ୍ମକ କଂଟେଂଟ ପାଇବାକୁ ବଂଚିତ ରହିଛନ୍ତି । ଆନ୍ତର୍ଜାତିକ ଦୃଶ୍ୟପଟ୍ଟରେ ହେଉଥିବା ପରିବର୍ତନ ଅନୁସାରେ ଆମେ ମନୋରଂଜନ କଂଟେଂଟ ତିଆରି କରିବାକୁ ଉଦ୍ୟମ କରୁଛୁ । ଅସଲି ଓଡ଼ିଆ କଂଟେଂଟ ସହ ଆପ୍ ବିକାଶ କରିବା ଲାଗି ଶ୍ରେଷ୍ଠ ପ୍ରଯୁକ୍ତି ବ୍ୟବହାର କରିଥିବା ଆମେ ଦାବି କରୁଛୁ, କିନ୍ତୁ ଆନ୍ତର୍ଜାତିକ ପ୍ଲାଟଫର୍ମରେ ପରିଣତ ହେବା ଲାଗି ଆହୁରି ବହୁ ଦୂର ଯିବାକୁ ହେବ ଯାହା ଖୁବଶୀଘ୍ର ସତରେ ପରିଣତ ହେବ ।’

 

powered by social2s

କଟକରେ ଟକ୍କର ଦେବା ପାଇଁ ମଇଦାନକୁ ଓହ୍ଲାଇବ ମନିପାଲ୍ ଟାଇଗର୍ସ

Details
Odia Ray Admin
ମନୋରଞ୍ଜନ / କ୍ରୀଡା
25 September 2022

 

କଟକ : ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍ (ଏଲ୍‌ଏଲ୍‌ସି)ର କଟକ୍ ଲିଗ୍‌ରେ ଇର୍‌ଫାନ ପଠାନ୍‌ଙ୍କ ନେତୃତ୍ୱାଧୀନ ଭିଲ୍‌ୱାରା କିଙ୍ଗ୍‌ସ, ହର୍‌ଭଜନ ସିଂହଙ୍କ ମନିପାଲ୍ ଟାଇଗର୍ସଠାରୁ ପ୍ରତିଶୋଧ ନେବା ପାଇଁ ମଇଦାନକୁ ଓହ୍ଲାଇବ । ଏହି ମ୍ୟାଚ୍‌ରେ ଭିଲ୍‌ୱାରା କିଙ୍ଗ୍‌ସ ପକ୍ଷରୁ ଇର୍‌ଫାନ୍ ଫଠାନ୍‌, ୟୁସୁଫ୍ ପଠାନ୍ ଓ ଏସ୍ ଶ୍ରୀସାନ୍ତଙ୍କ ଭଳି କିମ୍ବନ୍ଦନ୍ତୀମାନେ ଏବଂ ମନିପାଲ ଟାଇଗର୍ସ ପକ୍ଷରୁ ହରଭଜନ ସିଂହ, ମହମ୍ମଦ କୈଫ୍ ଓ ମୁଟ୍ଟିୟା ମୁରଲ୍‌ଥରନ୍‌ଙ୍କ ଭଳି ସୁପର୍‌ଷ୍ଟାର୍‌ମାନେ ଖେଳିବେ । ନିଜର ପ୍ରଥମ ଲିଗ୍‌ରେ ପରାଜିତ ହେବା ପରେ ମନିପାଲ ଟାଇଗର୍ସ ପାଇଁ ନିଜ ପ୍ରତିପକ୍ଷଙ୍କଠାରୁ ପ୍ରତିଶୋଧ ନେବାର ଏହା ଏକ ଭଲ ସୁଯୋଗ ହେବ ।  ବର୍ତମାନ ମନିପାଲ ଟାଇଗର୍ସ ଟେବୁଲର ସବୁଠାରୁ ନିମ୍ନରେ ରହିଛି । ସେହିପରି ନୂଆଦିଲ୍ଲୀରେ ନିଜ ନିଜ ମ୍ୟାଚ୍‌ରେ ପରାଜିତ ହେବା ପରେ ଉଭୟ ଟିମ୍ ପାଇଁ କଟକରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ହେବ ।

ଏସମ୍ପର୍କରେ ମନିପାଲ୍ ଟାଇଗର୍ସର କୋଚ୍ ଜନ୍ ବୁଚାନନ୍ କହିଛନ୍ତି, ଦିଲ୍ଲୀରେ ଆମେ ଏକାଧିକ ମ୍ୟାଚ୍‌ରେ ପରାଜିତ ହେବା ଏକ ଦୁର୍ଭାଗ୍ୟଜନକ ବିଷୟ । ଆମେ ଏବେ କଟକରେ ଆମର ସର୍ବୋତମ ପ୍ରଦର୍ଶନ ଦେବା ପାଇଁ ପ୍ରସ୍ତୁତ ରହିଛୁ ।’ ସେହିପରି ଭିଲ୍‌ୱାରା କିଙ୍ଗ୍‌ସର କୋଚ୍ ଲାଲଚନ୍ଦ ରାଜପୁତ କହିଛନ୍ତି, ‘କଟକରେ ବର୍ଷା ମ୍ୟାଚ୍‌କୁ ପ୍ରଭାବିତ କରିବ ନାହିଁ ବୋଲି ଆମେ ଆଶା କରୁଛୁ । ଆମେ ଏକ ଭଲ ପ୍ରତିଯୋଗିତା ପାଇଁ ଅପେକ୍ଷା କରିଛୁ ।’ କଟକ ଏହି ଟୁର୍ଣ୍ଣାମେଂଟ୍‌ର ଫାଇନାଲ ମ୍ୟାଚ୍ ଆୟୋଜନ କରିବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଟିମ୍‌ଗୁଡିକ ମଧ୍ୟ ଭେନ୍ୟୁର ଏକ ଅନୁଭୂତି ପାଇବା ପାଇଁ ଉତ୍ସାହିତ ରହିଛନ୍ତି । କଟକରେ ପ୍ରଶଂସକଙ୍କ ପାଇଁ ନିଜ ପସନ୍ଦର ସୁପର୍‌ଷ୍ଟାର୍‌କୁ ଦେଖିବା ଲାଗି ଏହା ଏକ ଭଲ ସୁଯୋଗ ହେବ ।

 

powered by social2s

ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍‌: ଭିଲ୍‌ୱାରା କିଙ୍ଗ୍‌ସର ଦମ୍‌ଦାର ପ୍ରଦର୍ଶନ

Details
Odia Ray Admin
ମନୋରଞ୍ଜନ / କ୍ରୀଡା
27 September 2022

କଟକ: ଆଜି କଟକର ବାରବାଟୀ ଷ୍ଟାଡିୟମରେ ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍ (ଏଲ୍‌ଏଲ୍‌ସି)ର ୯ମ ଗେମ୍‌ରେ ଭିଲ୍‌ୱାରା କିଙ୍ଗସ୍ ଦମ୍‌ଦାର ବ୍ୟାଟିଙ୍ଗ୍ ପ୍ରଦର୍ଶନ କରିଛି । ଆଜିର ମ୍ୟାଚ୍‌ରେ ଗୁଜରାଟ ଜିଆଂଟ୍‌ସର ବୋଲିଂକୁ ପ୍ରଭାବହୀନ କରି ଭିଲ୍‌ୱାରା କିଙ୍ଗ୍‌ସ ୨୦ ଓଭର୍‌ରେ ୨୨୨/୪ ରନ୍ ସଂଗ୍ରହ କରିଥିଲା । ଜିଆଂଟ୍‌ସ କ୍ୟାପ୍ଟେନ୍ ବୀରେନ୍ଦ୍ର ସେହୱାଗ୍ ଟସ୍ ଜିତିବା ସହ ଫିଲ୍ଡିଂ ପାଇଁ ନିଷ୍ପତି ନେଇଥିଲେ କିନ୍ତୁ ଏହାପରେ ସବୁକିଛି ତାଙ୍କ ରଣନୀତି ବିପକ୍ଷରେ ଯାଇଥିଲା । କିଙ୍ଗ୍‌ସ ବ୍ୟାଟସମ୍ୟାନ୍‌ଙ୍କ ବ୍ୟାଟ୍‌ରୁ ଚୌକା, ଛକାର ବର୍ଷା ହୋଇଥିଲା । ଭିଲ୍‌ୱାରା କିଙ୍ଗ୍‌ସର ଓପ୍‌ନର ୱିଲିୟମ ପୋର୍ଟର୍‌ଫିଲ୍ଡ ଓ ମୋର୍‌ନେ ଭାନ୍ ୱିକ୍ ମ୍ୟାଚ୍‌ର ପ୍ରଥମ ଓଭର୍‌ରେ ହିଁ ୧୫ ରନ୍ ସଂଗ୍ରହ କରିଥିଲେ । ଏହି ଧାରା ଆଗକୁ ବଜାୟ ରହିଥିଲା । ଭିଲ୍‌ୱାରା କିଙ୍ଗ୍‌ସ ୬ଟି ପାୱାରପ୍ଲେ ଓଭର୍‌ରୁ ବିନା କୌଣସି ୱିକେଟ୍‌ରେ ୭୬ ରନ୍ କରିଥିଲା । ପୋର୍ଟର୍‌ଫିଲ୍ଡ ୩୩ ବଲ୍‌ରେ ୬୪ ରନ୍ କରିବା ସହ ୧୦ଟି ଚୌକା ଓ ୨ଟି ଛକା ମାରିଥିଲେ । ପରେ ବାମହାତି ସ୍ପିନର୍ କେପି ଆପନ୍ନା ପୋର୍ଟରଫିଲ୍ଡଙ୍କ ୱିକେଟ୍ ନେଇଥିବା ବେଳେ ପୂର୍ବତନ ଇଂଲଣ୍ଡ ଷ୍ଟାର୍ ସ୍ପିନର୍ ଗ୍ରାଏମେ ସ୍ୱାନ୍ ଭାନ୍ ୱିକ୍‌ଙ୍କ ୱିକେଟ୍ ନେଇଥିଲେ ଯିଏକି ୨୮ ବଲ୍‌ରେ ୫୦ ରନ୍ କରିଥିଲେ । ଏହି ଦୁଇ ୱିକେଟ୍ ଗୁଜରାଟ ଜିଆଂଟ୍‌ସକୁ ସାମାନ୍ୟ ଆଶ୍ୱସ୍ତି ଦେଇଥିଲେ ମଧ୍ୟ କିଙ୍ଗ୍‌ସ୍ କ୍ୟାପ୍ଟେନ ଇର୍‌ଫାନ୍ ପଠାନ୍ ରନ୍‌ର ବେଗ ଜାରି ରଖିଥିଲେ ଏବଂ ୩ଟି ଛକା ଓ ଗୋଟିଏ ଚୌକା ସହ ୨୩ ବଲ୍‌ରେ ୩୪ ରନ୍ କରିଥିଲେ । ଏହାଛଡା କିଙ୍ଗ୍‌ସ ବ୍ୟାଟ୍‌ସମ୍ୟାନ୍ ଜେସାଲ୍ କାରିଆ ମଧ୍ୟ ୨୯ ବଲ୍‌ରେ ୪୩ ରନ୍ କରି ମୋଟ ସ୍କୋର୍‌କୁ ୨୦୦ ଅତିକ୍ରମ କରାଇଥିଲେ । ଭିଲ୍‌ୱାରା କିଙ୍ଗ୍‌ସ ନିଜ ଇନିଂସ୍‌ର ଶେଷ ଓଭର୍‌ରେ ୨୪ ରନ୍ ସଂଗ୍ରହ କରି ଗୁଜରାଟ ଜିଆଂଟ୍‌ସ ସାମ୍‌ନାରେ ବିଶାଳ ସ୍କୋର ରଖିଥିଲା ।

powered by social2s

ଲିଜେଣ୍ଡ ଲିଗ କ୍ରିକେଟରେ ଦେଖିବାକୁ ମିଳିବ କ୍ରିଶ ଗେଲ୍ଙ୍କ ଆକ୍ସନ

Details
Odia Ray Admin
ମନୋରଞ୍ଜନ / କ୍ରୀଡା
27 September 2022

 

 

କଟକ: ଆଦାନି ସ୍ପୋର୍ଟସଲାଇନ ଅଧିକୃତ ଗୁଜୁରାଟ ଜିଆଂଟ ଟିମ୍ ପାଇଁ ଏକ ବଡ଼ ଉତ୍ସାହର ଅବସର । କାରଣ କଟକ ବାରବାଟି ଷ୍ଟାଡିୟମ ଠାରେ ଆୟୋଜିତ ଲିଜେଣ୍ଡ ଲିଗ କ୍ରିକେଟ ମ୍ୟାଚରେ ଗୁୁଜୁରାଟ ଟିମ ପାଇଁ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି ବିଶ୍ୱର ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ କ୍ରିଶ ଗେଲ । ଏହାଛଡ଼ା ଗେଲ ଏବଂ ବିରେନ୍ଦ୍ର ସେହୱାଗଙ୍କ ଭଳି ବିଧ୍ୱଂସୀ ବ୍ୟାଟରଙ୍କୁ ଏକତ୍ର ମଇଦାନରେ ଆକ୍ସନ ମୋଡ଼ରେ ଦେଖିବା ପ୍ରଶଂସକମାନଙ୍କ ପାଇଁ ନିଶ୍ଚିତ ରୂପେ ଏକ ସୁଯୋଗର ବିଷୟ । ଏହି ଉଭୟ ବ୍ୟାଟର ନିଜର ଆକ୍ରାମଣାତ୍ମକ ବ୍ୟାଟିଙ୍ଗ ସହିତ ବିପକ୍ଷ ବୋଲରଙ୍କୁ ଧୂଳି ଚଖାଇବା ପାଇଁ ପରିଚିତ ।

ଦୁନିଆର ସବୁଠାରୁ ମହାନ ଟି୨୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ ଗେଲଙ୍କ ନାମରେ ସବୁଠାରୁ ଅଧିକ ଟି୨୦ ଛକା ମାରିଥିବାର ରେକର୍ଡ ରହିଛି । ୱେଷ୍ଟଇଣ୍ଡିଜର ଏହି ଦୁଃସାହସିକ ଖେଳାଳୀ ୪୬୩ଟି ମ୍ୟାଚରେ ୧୦୫୬ ଛକା ମାରିଛନ୍ତି । ଆଦାନି ସ୍ପୋର୍ଟସଲାଇନର ଗୁଜୁରାଟ ଜିଆଂଟ ଟିମ୍ ବର୍ତମାନ ଚରୋଟି ମ୍ୟାଚରେ ପାଂଚୋଟି ପଏଂଟ ସହିତ ପଏଂଟ ଟେବଲରେ ଦ୍ୱିତୀୟ ସ୍ଥାନରେ ରହିଛି । ତଥାପି ଯଦି ଶେହୱାଗଙ୍କ ନେତୃତ୍ୱାଧୀନ ଗୁଜୁରାଟ ଜିଆଂଟ ଟିମ ଇରଫାନ ପଠାନଙ୍କ ନେତୃତ୍ୱାଧୀନ ଏଲଏନଜେ ଭିଲୱାରା କିଙ୍ଗସକୁ ହରାଇ ପାରନ୍ତି ତେବେ ସେମାନଙ୍କ ପାଖରେ ପୁଣି ଏକ ନମ୍ବର ସ୍ଥାନ ହାସଲ କରିବାର ସୁଯୋଗ ରହିବ । 

ଭାରତରେ ପ୍ରଥମ ଥର ଆୟୋଜିତ ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ ଲିଗ କ୍ରିକେଟ ସମଗ୍ର ଭାରତରୁ କିମ୍ବଦନ୍ତୀ କ୍ରିକେଟରଙ୍କୁ ଏକତ୍ର ନେଇ ଆଣି ସମସ୍ତ ଦର୍ଶକଙ୍କୁ କ୍ରିକେଟ ଆକ୍ସନ ସହିତ ଚକିତ କରିଦେଇଛି ।  

 

powered by social2s

ଉପେନ୍ଦ୍ରଙ୍କ ଜନ୍ମଦିନ ପୂର୍ବରୁ କବ୍‌ଜା ଫିଲ୍ମର ଟିଜର୍ ରିଲିଜ୍ କରିଛନ୍ତି ରାଣା ଡଗୁବତି

Details
Odia Ray Admin
ମନୋରଞ୍ଜନ / କ୍ରୀଡା
18 September 2022

ଭୁବନେଶ୍ୱର : କେଜିଏଫ୍‌, କେଜିଏଫ୍‌୨, ୭୭୭ ଚାର୍ଲି ଓ ବିକ୍ରାନ୍ତ ରୋନାର ସଫଳତା ପରେ କନ୍ନଡ ଚଳଚିତ୍ର ଶିଳ୍ପଜଗତ ପକ୍ଷରୁ ଆଉ ଏକ ବଡ ଆକ୍ସନ ସିନେମା ‘କବ୍‌ଜା’ଫିଲ୍ମ ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଯାଇଛି । ଆର୍ ଚନ୍ଦ୍ରୁଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଉପେନ୍ଦ୍ର, କିଚା ସୁଦୀପ୍‌, ଶ୍ରିୟା ସରନ୍‌, ମୁରଲୀ ଶର୍ମା ଓ ନୱାବ୍ ଶାହ ପ୍ରମୁଖ ଅଭିନୟ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଯେ ଏହି ଫିଲ୍ମ ଓଡ଼ିଆ ସମେତ ୭ ଟି ଅନ୍ୟ ଭାଷାରେ ଏକାସାଙ୍ଗରେ ବଡ଼ ପରଦାରେ ରିଲିଜ ହେବ । ଏହି ଫିଲ୍ମ କନ୍ନଡ ସମେତ ୭ଟି ଭାଷାରେ ରିଲିଜ୍ ହେବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ନିର୍ମାତାମାନେ ଉପେନ୍ଦ୍ରଙ୍କ ଜନ୍ମଦିନ ପୂର୍ବରୁ ଏହି ଫିଲ୍ମର ଟିଜର୍ ରିଲିଜ୍ କରିଛନ୍ତି । ଟିଜର୍‌କୁ ଅଭିନେତା ରାଣା ଡଗୁବତି ରିଲିଜ୍ କରିଛନ୍ତି ଯିଏକି ଦେଶବ୍ୟାପୀ ଏକ ଲୋକପ୍ରିୟ ଅଭିନେତା ଭାବେ ପରିଚିତ । କବ୍‌ଜା ହେଉଛି ୧୯୪୭ରୁ ୧୯୮୪ ମଧ୍ୟରେ ଭାରତରେ ଗ୍ୟାଙ୍ଗ୍‌ଷ୍ଟର୍‌ମାନଙ୍କ ଉତ୍‌ଥାନ ସମ୍ପର୍କିତ ଏକ ପିରିୟଡ ଫିଲ୍ମ । ଏହା ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପୁଅଙ୍କ କାହାଣୀ ଉପରେ ନିର୍ମିତ ଯିଏ ମାଫିଆଙ୍କ ଦୁନିଆରେ ଛନ୍ଦି ହୋଇପଡୁଛନ୍ତି । ଫିଲ୍ମ ଏକ ବଡ ଧରଣର ଆକ୍ସନ ଫିଲ୍ମ ହେବ ବୋଲି କୁହାଯାଉଛି ଯାହା ଥିଏଟ୍ରିକାଲ ଦୃଶ୍ୟତା ଅନୁଭୂତି ପାଇଁ ଉପଯୁକ୍ତ ଅଟେ । ଫିଲ୍ମ ସମ୍ପର୍କରେ ନିର୍ଦ୍ଦେଶକ କହିଛନ୍ତି, ‘ଫିଲ୍ମଟି ପୂର୍ବରୁ ଅନେକ ଚର୍ଚ୍ଚା ସୃଷ୍ଟି କରିଛି ଏବଂ ଆମେ ଆମର ପ୍ରଶଂସକମାନଙ୍କୁ ଫିଲ୍ମର ଟିଜର ସହିତ ଟ୍ରିଟ୍ ଦେବାକୁ ଚାହୁଁଥିଲୁ । ଆସନ୍ତାକାଲି ଉପେନ୍ଦ୍ରଙ୍କ ଜନ୍ମଦିନ ଥିବାରୁ, ଏହା ତାଙ୍କର ସମସ୍ତ ପ୍ରଶଂସକଙ୍କ ପାଇଁ ଏକ ଭଲ ଉପହାର ହେବ ବୋଲି ଆମେ ଚିନ୍ତା କରିଥିଲୁ ।’ ଏମ୍‌ଟିବି ନାଗାରାଜ ଦ୍ୱାରା ଉପସ୍ଥାପିତ ଏହି ଫିଲ୍ମକୁ ନିଜେ ଆର୍ ଚନ୍ଦ୍ରୁ ଶ୍ରୀ ସିଦ୍ଧେଶ୍ୱର ଏଂଟର୍‌ପ୍ରାଇଜେସ୍ ବ୍ୟାନର୍ ଅଧିନରେ ପ୍ରଡ୍ୟୁସ୍ କରିଛନ୍ତି ଏବଂ ଏହା କନ୍ନଡ, ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟଲମ୍‌, ଓଡିଆ ଓ ମରାଠୀ ଭାଷାରେ ରିଲିଜ୍ ହେବ । ଫିଲ୍ମର ସଙ୍ଗୀତକୁ କେଜିଏଫ୍ ଫେମ୍ ରବି ବାସ୍‌ରୁର୍ କମ୍ପୋଜ୍ କରିଥିବା ବେଳେ ଏ ଜେ ସେଟ୍ଟୀ ଏହାର ସିନେମାଟୋଗ୍ରାଫର୍ ଅଟନ୍ତି, ମହେଶ ରେଡ୍ଡୀ ଫିଲ୍ମକୁ ସମ୍ପାଦନ କରିଥିବା ବେଳେ ରବି ବର୍ମା, ବିଜୟ, ବିକ୍ରମ ମୋର୍ ଓ ବିନୋଦ ଫିଲ୍ମର ଆକ୍ସନ ଦାୟିତ୍ୱ ତୁଲାଇଛନ୍ତି ।

powered by social2s

More Articles ...

  1. କନ୍ଧମାଳରେ ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ
  2. ନୂଆ ଓଡ଼ିଆ ଚଳଚ୍ଚିତ୍ର 'ମହର୍ଷୀ'ର ଟ୍ରେଲର ରିଲିଜ୍
  3. ଏଫ୍‌ଏସ୍‌ଏଚ୍ ଜଙ୍କସନ୍ ପକ୍ଷରୁ ଯାଜପୁର ରୋଡ୍‌ରେ ପ୍ରଥମ ଷ୍ଟୋର୍ ଉଦ୍‌ଘାଟିତ
Page 2043 of 2255
  • Start
  • Prev
  • 2038
  • 2039
  • 2040
  • 2041
  • 2042
  • 2043
  • 2044
  • 2045
  • 2046
  • 2047
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.