ଆରମ୍ଭ ହେଲା "ରଜ ମଉଜ -୨୦୨୨"
ବାରିପଦା: ଗୁରୁକୁଳ ଆଣ୍ଡ ଭିଜୁଆଲ ଏକାଡାମି ଆନୁକୁଲ୍ୟରେ ବାରିପଦା ଆମ୍ବିକା ସାହି ଠାରେ "ରଜ ମଉଜ -୨୦୨୨" ର ଶୁଭା ଉଦ୍ ଘାଟନ ହୋଇଯାଇଛି l ଜୁନ୍ ୧୩,୧୪,୧୫ ତିନିଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି କାଯ୍ୟକ୍ରମକୁ ମୁଖ୍ଯ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ଯକ୍ଷା ଭାରତୀ ହାଁସଦା ଉଦ୍ ଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସବୁଜ ସୁନ୍ଦର ବାରିପଦା ଆବାହକ ଜିତେନ୍ଦ୍ର ମହାନ୍ତି, ବିଶିଷ୍ଟ ଗାଲ୍ପିକା ଡ଼. ପୁଷ୍ପା ପାତ୍ର, ଉପନଗରପାଲ ସୀମା ଦାସ, ୧ ନୁମ୍ବର କାଉନସିଲର ସୁକେଶିନୀ ସେଠୀ, ୫ ନୁମ୍ବର କାଉନସିଲର ପୂଜା ତରେଇ, ଗୀତିକାର ସୁନୀଲ ଜେନା, ସାମ୍ବାଦିକ ସୁକାନ୍ତ ଜୀଉ, ସାମ୍ବାଦିକ ଦେବବ୍ରତ ଦେ ଓ ମିଶନଶକ୍ତି ଜିଲ୍ଲା ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲା l ଏହି କାର୍ଯ୍ୟକ୍ରମରେ ଏକକ, ଦୌତ୍ୟ ଓ ଦଳଗତ ନୃତ୍ୟ, ମ୍ୟୁଜିକ ଚେୟାର , ଚିତ୍ରାଙ୍କଣ, ପୁଚି ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି ଓ ଆଜି କିଛି କାର୍ଯ୍ୟକ୍ରମ ରହିଛି l ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ମୁନା ମୋଦୀ, ଅଭିନେତା ସମାଜ ପତି, ନୂତ୍ୟ ନିର୍ଦ୍ଦେଶକ ଜାଗନ୍ନାଥ ଦାସ, ନୂତ୍ୟ ଶିଳ୍ପୀ ସୋନା ମୁସକାନ, ପ୍ରମୁଖ କଳାକାର ମାନେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ " ରଜକୁଇନ " ପାଇଁ ପ୍ରତିଯୋଗୀଙ୍କ ମଧ୍ୟରେ ବେଶୀ ଆଗ୍ରହ ପ୍ରକାଶ ପାଇଛି l ବହୁ ସଂଖ୍ୟାରେ ପ୍ରତିଯୋଗୀ ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିର୍ଦ୍ଦେଶକ ଲିଟନ ପଟ୍ଟନାୟକ ନିବେଦନ କରିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ହୁଦା ନନ୍ଦ ବାରିକ, ଦୀପକ ଘୋଷ, ଅଭିଜିତ କଲିଆ ଓ ଚିକୁ ପରିଡା ଯୋଗଦେଇ କାର୍ଯ୍ୟକ୍ରମ କୁ ପରିଚାଳନ କରିଥିଲା l
ଦ୍ବିଭାଷୀ ଚଳଚ୍ଚିତ୍ର ‘ମାୟାଦର୍ପଣ’ର ସଂଗୀତ ଲୋକାର୍ପିତ
ଭୁବନେଶ୍ୱର: ନୂଆ ଦ୍ବିଭାଷୀ ଚଳଚ୍ଚିତ୍ର ‘ମାୟାଦର୍ପଣ’ର ଅଡିଓ ରିଲିଜ୍ ଭୁବନେଶ୍ବର ସ୍ଥିତ ରବିନ୍ଦ୍ର ମଣ୍ଡପର ଠାରେ ରଜ ଅବସରରେ ଅନୁଷ୍ଠିତ ହୋଇଯାଇଛି । ସଂପୂର୍ଣ୍ଣ ଗାଁର ପଟ୍ଟଭୂମିକୁ ନେଇ ଚଳଚିତ୍ରର କାହାଣୀଟିକି ଗତିଶୀଳ । ମହାକାଳ ପ୍ରଡକ୍ସନ ପ୍ରୋୟୋଜିତ ଚଳିଚ୍ଚିତ୍ର ମାୟା ଦର୍ପଣ ହିନ୍ଦି ଓ ଓଡିଆ ଭାଷାରେ ପ୍ରଦର୍ଶିତ ହେବ ବୋଲି ପ୍ରଯୋଜକ ଝରଣା ସାମଲ କହିଛନ୍ତି । ଉଭୟ ଭାଷାରେ ପ୍ରସ୍ତତ ସଂଗୀତକୁ ଲୋକାର୍ପଣ କରିଥିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର । ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବିଧାୟକ ଶଶୀଭୂଷଣ ବେହେରା, ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ମହାନଗର ନିଗମ ମେୟର ଶ୍ରୀମତି ସୁଲୋଚନା ଦାସ, ସଂସ୍କତି ବିଭାଗ ସଚିବ ମଧୂସୁଦନ ପାଢୀ, ପୂର୍ବତନ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପ୍ରଯୋଜକ ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ ଦାସ, କର୍ପୋରେଟର ରାଜକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ରର କାର୍ଯ୍ୟକାରୀ ପ୍ରଯୋଜିକା ପ୍ରତିଭା ପଣ୍ଡା , ନିର୍ଦ୍ଦେଶକ ରାଜୀବ ମହାନ୍ତି, ସଂଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା, କଣ୍ଠଶିଳ୍ପୀ ଦିପ୍ତିରେଖା ପାଢି,, ସଂଗ୍ରାମ ମହାନ୍ତି ଯୋଗ ଦେଇଥିଲେ ।
ଉଭୟ ଓଡିଆ ଓ ହିନ୍ଦି ଭାଷାରେ ଚଳଚ୍ଚିତ୍ରର ସଂଗୀତ ପ୍ରସ୍ତୁତ ହୋଇଥିବା ବେଳେ ଗୀତ ଗୁଡିକ ଦର୍ଶକଙ୍କ ଦ୍ବାରା ଲୋକାଦୃତ ହୋଇପାରିବ ବୋଲି ଆଶାବାଦୀ ସମସ୍ତେ । ଫିଲ୍ମର ସଂଗୀତ ଦର୍ଶକମାନଙ୍କ ଦ୍ବାରା ଆଦୃତ ହୋଇଥିବା ବେଳେ ଜୁଲାଇ ମାସରେ ପ୍ରଥମ ସପ୍ତାହରେ ସାରା ଦେଶରେ ହିନ୍ଦି ଭାଷାରେ ଓ ଜୁଲାଇ ଶେଷ ସପ୍ତାହରେ ଓଡିଆ ଭାଷାରେ ଓଡିଶାର ବିଭିନ୍ନ ସହରର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଚଳଚ୍ଚିତ୍ରର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଥିଲେ । ଚଳଚ୍ଚିତ୍ର ର ହିନ୍ଦୀ ଭାଷାରେ ଭାଷାରେ ରୂପାନ୍ତର କରିଛନ୍ତି ଉଦୟନ ସୁପରକର।ବହୁ ଦିନ ପରେ ଓଡିଶାରୁ ଜଣେ ପ୍ରଯୋଜକ ଏଭଳି ଦ୍ବିଭାଷୀ ଉ ପ୍ରସ୍ତୁତ କରିବା ଏକ ଦୁଃସାହାସିକ ପଦକ୍ଷେପ ନିଶ୍ଚୟ । ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ପ୍ରତିଭା ପଣ୍ଡା, ଅଙ୍କିତ, ପୂଜା, କୁନା ତ୍ରିପାଠୀ, ଜୀବନ ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା, ରତନ ମେହେର, ଅନନ୍ତ ଦାସ, ମମତା, ସ୍ବାଗତିକା, ସଂଜିତା, ଚକ୍ରଧର, ଶିଶୁକଳାକାର ଅଂଶୁମାନ, ତାପସ, ଭାଗ୍ୟଲକ୍ଷ୍ମୀ, ଶ୍ରେୟାନ୍ସ, ଦିବ୍ୟାଂଶୁ, ପ୍ରମୁଖ ।
ଓଡ଼ିଆ ଚଳଚିତ୍ର "ଚନ୍ଦ୍ରିକା" ର ଶୁଭ ମହୁରତ୍
କଟକ : ରୌଦ୍ରୀ ଟେଲିଆର୍ଟ ପ୍ରାଇଭେଟ ଲିମିଟେଡ଼ ର ପ୍ରଥମ ଅବଦାନ ଓଡ଼ିଆ ଚଳଚିତ୍ର "ଚନ୍ଦ୍ରିକା" ର ଶୁଭ ମହୁରତ୍ କଟକ ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆଜି ଅନୁଷ୍ଠିତ ହୋଇଯାଇଛି । ଚଳଚ୍ଚିତ୍ରଟି ପ୍ରେମ କାହାଣୀ ଉପରେ ଆଧାରିତ ।ଯେଉଁଥିରେ ମୁଖ୍ୟ ନାୟକ ଓ ନାୟିକା ଭାବରେ ଅଭିନୟ କରୁଛନ୍ତି ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର, ଅମ୍ଳାନ ଦାସ, ଏବଂ ନବାଗତ ନାୟିକା ଚନ୍ଦ୍ରିକା । ଅନ୍ୟାନ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ସରୋଜ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ବ୍ରଜ ସିଂ, ଲିଟୁ ଏବଂ ଅନ୍ୟ ପ୍ରମୁଖ କଳାକାରମାନେ । ଚନ୍ଦ୍ରିକା ଚଳଚିତ୍ର ର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ଚିନ୍ମୟ ଦାସପଟ୍ଟନାୟକ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ହିମାଂଶୁ ପରିଜା(ଚଣ୍ଡୀ), ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍ ମଜୁମଦାର । କାହ୍ନୁଚରଣ ନନ୍ଦ(ଶୁଭମ) DOP ରେ ଥିବାବେଳେ ପ୍ରଯୋଜନାରେ ଅଛନ୍ତି ଆଶିଶ୍ କୁମାର ସିହ୍ନା ।
ଖୁବ୍ ଶୀଘ୍ର "ଗ୍ୟାଙ୍ଗସ୍ ଅଫ୍ ପୁରୀ"
ଭୁବନେଶ୍ୱର: ଓଡିଶାର ପ୍ରିମିୟମ ଓଟିଟି ପ୍ଲାଟଫର୍ମ "କଞ୍ଚାଲଙ୍କା" ରେ ଷ୍ଟ୍ରିମିଂ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ୱେବ୍ ସିରିଜ୍ "ଗ୍ୟାଙ୍ଗ୍ସ ଅଫ୍ ପୁରୀ"। ଆସନ୍ତା ଜୁନ୍ ୨୪ ତାରିଖରୁ ଏହି ବ୍ୟୟ ବହୁଳ ୱେବ୍ ସିରିଜ୍କୁ ଆପଣ ବିଶ୍ଵର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ୍ଯ ଦେଖିପାରିବେ। "ଗ୍ୟାଙ୍ଗ୍ସ ଅଫ୍ ପୁରୀ'' : ଏହି ଶୀର୍ଷକ ହିଁ କହିଦେଉଛି କାହାଣୀଟି ପୁରୀ ସହର ଉପରେ ଆଧାରିତ । ପୁରୀ, ଐତିହ୍ୟ ଓ ସୁନ୍ଦର ବେଳାଭୂମି ପାଇଁ ସମଗ୍ର ବିଶ୍ଵରେ ଏକ ପବିତ୍ର ସହର ଭାବେ ବେଶ୍ ପରିଚିତ । ଅନ୍ୟପକ୍ଷରେ କିଛି ଅପରାଧିକ ଗ୍ୟାଙ୍ଗ ପୁରୀକୁ ନିଜ କବ୍ଜାରେ ରଖିବା ପାଇଁ ରକ୍ତର ହୋଲି ଖେଳୁଥାନ୍ତି, ଯେଉଁଥି ପାଇଁ ଗଡିଚାଲେ ଗୋଟିଏ ପରେ ଗୋଟିଏ ମୁଣ୍ଡ । ଏହି ସିରିଜ୍ ରେ ଉଭୟ ପାପ-ପୁଣ୍ୟ, ନ୍ୟାୟ-ଅନ୍ୟାୟ ଓ ଧର୍ମ ଅଧର୍ମ ପରି ପରସ୍ପର ପରିପୂରକ ସତ୍ୟକୁ ପ୍ରାଞ୍ଜଳ ଭାବେ ଦେଖେଇବାକୁ ଚେଷ୍ଟା କରାଯାଇଛି । କ୍ରାଇମ୍ ଓ ଆକ୍ସନ୍ ଭରା ଏହି ୱେବ୍ ସିରିଜ୍ରେ ପୁରୀର ସାହି ଗଳିରେ ଜନ୍ମ ନେଉଥିବା ଗ୍ୟାଙ୍ଗଷ୍ଟାର ମାନଙ୍କ ଜୀବନଯାତ୍ରାକୁ ଖୁବ୍ ନିଖୁଣ ଭାବେ ଦୃଶ୍ୟାୟନ କରାଯାଇଛି,ଯେଉଁଠି ଜମି ମାଫିଆଙ୍କ ଠାରୁ ଆରମ୍ଭ କରି ଭ୍ରଷ୍ଟ ରାଜନେତା ମାନେ ନୀରବ ହୋଇ ପଛପଟେ ଗୋଟି ଚଲଉଥିବା ଖଳନାୟକ ମାନଙ୍କ ପରି ଚରିତ୍ର, ଖୁବ୍ ସକ୍ରିୟ । ହେଲେ ସଂପୁର୍ଣ୍ଣ କାହାଣୀଟିରେ କେବଳ ରକ୍ତପାତ ନୁହେଁ, ପୁରୀ ସହରର ଆଧ୍ୟାତ୍ମିକତା, ସଂସ୍କୃତି, ପ୍ରଥା ପରଂପରା ଓ ବେଳାଭୂମି ର ନିସ୍ଥକ ଚିତ୍ର ସିରିଜ୍କୁ ଅଧିକ ଜୀବନ୍ତ କରି ଦେଇଛି । କାହାଣୀ ଆରମ୍ଭ ହୁଏ ଜନୈକ ବଙ୍ଗାଳୀ ହୋଟେଲ୍ ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡେ ପୁରୀ ବେଳାଭୂମିରେ ଥିବା ମତ୍ସ୍ୟଜିବୀ ମାନଙ୍କ ବସ୍ତି ଉପରେ । ମତ୍ସ୍ୟଜିବୀ ମାନଙ୍କୁ ବିସ୍ଥାପିତ କରି ସେଠାରେ ଏକ ହୋଟେଲ୍ ନିର୍ମାଣ କରିବା ପାଇଁ ସେ ଲୋଡନ୍ତି ସ୍ଥାନୀୟ ବିଧାୟକ ରାଜା ବାହିନୀପତିଙ୍କ ସହଯୋଗ । ହେଲେ ଏହି ଯୋଜନା କାର୍ଯ୍ୟକାରୀ ହେବାରେ ବାଧକ ହୁଏ ପୁରୀ ସହରର ଭଗବାନ ଭାବେ ପରିଚିତ ଗ୍ୟାଙ୍ଗଷ୍ଟାର ବାବୁ ଜେନା । ବସ୍ତି ବାସିନ୍ଦାଙ୍କ ସୁରକ୍ଷା ପାଇଁ ଛିଡା ହେଇଥିବା ବାବୁ ଜେନା ବିରୁଦ୍ଧରେ ଏକତ୍ର ହୁଅନ୍ତି ଅନ୍ୟ ଗ୍ୟାଙ୍ଗ୍ ଷ୍ଟାର ମାନେ । ବାବୁ ଜେନା ସହ ଆରମ୍ଭ ହୁଏ ଲୋକା ନନା ଆଉ ନିଲୁ ଗ୍ୟାଙ୍ଗର ଗ୍ୟାଙ୍ଗୱାର । ପବିତ୍ର କ୍ଷେତ୍ର ପୁରୀ ପରିଣତ ହୁଏ ଏକ ରକ୍ତାକ୍ତ ଯୁଦ୍ଧକ୍ଷେତ୍ରରେ । ଏହି ଯୁଦ୍ଧରେ କିଏ ଜିତେ କିଏ ହାରେ ଜଣା ପଡିବ "କଞ୍ଚାଲଙ୍କା" ରେ "ଗ୍ୟାଙ୍ଗସ ଅଫ ପୁରୀ" ର ସବୁତକ ଅଧ୍ୟାୟ ଦେଖିଲା ପରେ । କାହାଣୀକୁ ଆହୁରି ବାସ୍ତବବାଦୀ କରିବା ପାଇଁ ପୁରୀ ଓ ଭୁବନେଶ୍ୱର ରେ ସୁଟିଙ୍ଗ କରାଯାଇଛି ପୁରା ସିରିଜ୍ । ଭୁମିକାରେ ଅଛନ୍ତି କ୍ରିଷ୍ଣା କର,ଅମନ୍,ଚୌଧୁରୀ ଜୟ ପ୍ରକାଶ ଦାସ୍,ହର ରଥ,ରବି ମିଶ୍ର,ଅଙ୍କିତା ମହାନ୍ତି,ଭକ୍ତି ପ୍ରଣବ ରଥ,ଉଦିତ୍ ଗୁରୁ ଏବଂ ଆହୁରି ଅନେକ୍ କଳାକାର ମାନେ । ଚିତ୍ରୋତ୍ତଳନ କରିଛନ୍ତି ଦୀପକ୍ କୁମାର, ନିର୍ଦ୍ଦେଶନା ଦେଇଛନ୍ତି ଅନୁପମ ପଟ୍ଟନାୟକ ଓ ଜଗଦିଶ୍ ମିଶ୍ର! କାହାଣୀ ଲେଖିଛନ୍ତି ପ୍ରଣବ ରଥ, ଅମିତ୍ ଦାସ ଓ ଜଗଦିଶ୍ ମିଶ୍ର; ସାଉଣ୍ଡ ଡିଜାଇନ୍ କରିଛନ୍ତି ଶକ୍ତି ସ୍ୱରୁପ ଓ ସଂପାଦନା କରିଛନ୍ତି ରଶ୍ମିରଜନ ଦାସ୍ । ଟେକ୍ନୋଆର୍ଟ ପ୍ରଯୋଜିତ ଏହି ୱେବ୍ ସିରିଜ୍ରେ ପ୍ରଯୋଜକ ଅଛନ୍ତି ଅନୁପମ୍ ପଟ୍ଟନାୟକ ଓ ବର୍ଷା ପଟ୍ଟନାୟକ, କ୍ରିଏଟିଭ୍ ଦେଖିଛନ୍ତି ଭାଗ୍ୟଧର ପାଣି ! ଏହି ୱେବସିରିଜ୍ କୁ ନେଇ "କଞ୍ଚାଲଙ୍କା" ର ସହ ପ୍ରତିଷ୍ଠାତା ଏବଂ ଚେୟାରମ୍ୟାନ୍ ଶ୍ରୀଯୁକ୍ତ ଅକ୍ଷୟ କୁମାର ପରିଜା କୁହନ୍ତି : କ୍ରାଇମ ଓ ଆକ୍ସନ୍ ଉପରେ ଆଧାରିତ ଏହି ୱେବସିରିଜ୍ ଟି ଓଡ଼ିଆ ଦର୍ଶକ ମାନଙ୍କ ପାଇଁ କିଛି ନୁତନତ୍ୱ ଆଣିବ ବୋଲି ମୋର ଆଶା ଓ ଭରଷା । ସେ ଆଉ ମଧ୍ୟ କହିଛନ୍ତି : "କଞ୍ଚାଲଙ୍କା" ଦର୍ଶକ ମାନଙ୍କୁ ଦେଇଥିବା ପ୍ରତିଶୃତି, ଯଥା ଓଡିଶାର ମୂଳ କାହାଣୀ କୁ ନେଇ ଆମେ ଭେଟିଦେବୁ ଆମ ଦର୍ଶକ ମାନଙ୍କ ପାଖରେ, ଯୋଉଟା ଏବେ ଠାରୁ ଆରମ୍ଭ ହେଲା "ଗ୍ୟାଙ୍ଗସ୍ ଅଫ ପୁରୀ" । ଆଗକୁ ଅଛି ଆହୁରି ଅନେକ କାହାଣୀ ଆମ ମାଟିର, ଆମେ ନେଇ ଆସିବୁ ଖୁବ୍ ଶୀଘ୍ର ।
ବାରବାଟୀ ଯିବେ ସୌରଭ ଗାଙ୍ଗୁଲି
ଜୀ ସାର୍ଥକର ନୂଆ ସିନେମା ‘ମୋ ପଣତକାନିରେ ତୁ’ର ଓ୍ଵାର୍ଲଡ ଟିଭି ପ୍ରିମିୟର ଜୁନ୍ ୧୨
ଭୁବନେଶ୍ୱର : ଜୀ ସାର୍ଥକର ନୂଆ ସିନେମା ‘ମୋ ପଣତକାନିରେ ତୁ’ର ଅଡିଓ ରିଲିଜ୍ ହୋଇ ଯାଇଛି । ଜୁନ୍ ୧୨ ରେ ଫିଲ୍ମଟି ଜୀ ସାର୍ଥକ ରେ ଓ୍ଵାର୍ଲଡ ଟେଲିଭିଜନ ପ୍ରିମିୟର ହେଉଥିବା ବେଳେ ଏହାର ଗୀତଗୁଡିକ ଲୋକାଦୃତ ହେବ ବୋଲି ଜୀ ସାର୍ଥକ ଆଶା ପ୍ରକଟ କରିଛି । ଫିଲ୍ମର ଗୀତଗୂଡିକୁ ସଂଗୀତରେ ସଜାଇଛନ୍ତି ବୈଦ୍ୟନାଥ ଦାଶ । ଫିଲ୍ମର ସବୁ ଗୀତ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପୁରା ଟିମ୍ ଆଶାବାଦୀ । ଗୀତ ଗୁଡ଼ିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ଡ଼ ଶୁଭ ଦାସ, ସୂର୍ଯ୍ୟ ମହାପାତ୍ର, ନିହାର ପ୍ରିୟାଶିଷ୍, ଓ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ, ସୁଭାଶିଷ ସାହୁ , ଅସୀମା ପଣ୍ଡା, ସଞ୍ଜୁ, ଅର୍ପିତା ଚୈଧୁରୀ ।ମ୍ୟୁଜିକ ଆରେଞ୍ଜମେଣ୍ଟ କରିଛନ୍ତି ରାଜା ଅନୀଲ। ଜୀ ସାର୍ଥକ ଫିଲ୍ମସ ଓ ସାଇ ଶ୍ରଦ୍ଧା ପ୍ରଡକ୍ସନ୍ ବ୍ୟାନରରେ ନିର୍ମାଣ ହେଉଛି ନୂଆ ସିନେମା ‘ମୋ ପଣତକାନିରେ ତୁ’ । ଏହି ଚଳଚ୍ଚିତ୍ରରେ ଦର୍ଶକ ଦେଖିବେ ନୂଆ ଯୋଡ଼ି ଜ୍ୟୋତି ରଞ୍ଜନ ଓ ଶ୍ରଦ୍ଧାଙ୍କୁ । ଫିଲ୍ମର ଆକର୍ଷଣ ରହିଛି ଭେଟରାନ ଅଭିନେତ୍ରୀ ମହାଶ୍ୱେତାଙ୍କ ସୀତା ଦେବୀ ଭୂମିକାରେ ଅଭିନୟ । ଫିଲ୍ମର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଛନ୍ତି କମେଡିଆନ ହରିହର ମହାପାତ୍ର । ଅଭିନୟ ସାଙ୍ଗକୁ କାହାଣୀ ନିଜେ ହରିହର ଲେଖିଥିବା ବେଳେ ପିନୁ ନାଏକ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ପ୍ରଯୋଜନା କରିଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା ଓ ବିକ୍ରମ କେଶରୀ ବିଷୋୟୀ। ଚଳଚ୍ଚିତ୍ର ର କାହାଣୀ ସହ ସଙ୍ଗୀତ ମଧ୍ୟ ଲୋକାଦୃତ ହୋଇ ପାରିବ ବୋଲି ଜୀସାର୍ଥକ ପକ୍ଷରୁ ପ୍ରକାଶ କରାଯାଇଛି । ଜୀ ସାର୍ଥକ ପୂର୍ବରୁ "ଦିଦିନମସ୍କାର" , "ଡିଟେକଟିଭ୍ କରନ୍ ଅର୍ଜୁନ " ଭଳି ଚଳଚ୍ଚିତ୍ର ଭେଟି ଦେଇଥିବା ବେଳେ ଜୁନ୍ ୧୨ତାରିଖ ସଂଧ୍ୟା ସାଢ଼େ ପାଞ୍ଚଟାରେ ଫିଲ୍ମ ‘ମୋ ପଣତକାନିରେ ତୁ’ର ଓ୍ବାର୍ଲଡ ଟିଭି ପ୍ରିମିୟର ହେବ ।
