• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
27
Fri, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଓଡ଼ିଆ ଚଳଚ୍ଚିତ୍ର "ନିୟତି" ର ଟ୍ରେଲର ଏବଂ ଅଡିଓ ଲୋକାର୍ପଣ

Details
Odia Ray Admin
ମନୋରଞ୍ଜନ / କ୍ରୀଡା
03 July 2023

ଭୁବନେଶ୍ୱର: ସମରେଶ ରାଉତରାୟ ଙ୍କ ପ୍ରସ୍ତୁତି, ଏସ ଥ୍ରୀ ମୁଭିଜ ପ୍ରଯୋଜିତ ଏବଂ ରିସା ଫିଲ୍ମସ ସହଯୋଗୀତା ରେ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର "ନିୟତି" ଆସନ୍ତା ୨୧ ଜୁଲାଇ ଶୁକ୍ରବାର ଦିନ ସାରା ଓଡିଶାରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଭୁବନେଶ୍ୱର ପ୍ରେସ କ୍ଲବ ଠାରେ ଚଳଚ୍ଚିତ୍ରର ଟ୍ରେଲର ରିଲିଜ ଏବଂ ଅଡିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ରେ ପ୍ରଯୋଜକ ତଥା ଅଭିନେତା ସମରେଶ ରାଉତରାୟ, ନିର୍ଦ୍ଦେଶକ ପିନାକୀ ଶ୍ରୀଚନ୍ଦନ, ଅଭିନେତା ସାନୁ, ଅଭିନେତ୍ରୀ ଦିବ୍ୟା, ପୁପୁଲ ଭୂୟାଁ, କେକେ, ସଙ୍ଗୀତ ନିର୍ଦ୍ଦେଶକ ଅନୁରାଗ ପଟ୍ଟନାୟକ ଏବଂ ମୋ କଲେଜ ଅଧ୍ୟକ୍ଷ ତଥା ଅଭିନେତା ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଓଡ଼ିଆ ଚଳଚ୍ଚିତ୍ର "ନିୟତି" ର ପ୍ରଯୋଜନା ପ୍ରେମଲତା ରାଉତରାୟ, ସମରେଶ ରାଉତରାୟ ଏବଂ ସୁଧାଂଶୁ ନାରାୟଣ କରିଥିବା ବେଳେ ଏକାଧାର ରେ କାହାଣୀ, ଚିତ୍ରନାଟ୍ୟ, ସଂଳାପ ସହିତ ନିର୍ଦ୍ଦେଶନା ଦାୟିତ୍ୱ ପିନାକୀ ଶ୍ରୀଚନ୍ଦନ ନେଇଛନ୍ତି l ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ପଟ୍ଟନାୟକ, ଚିତ୍ରତ୍ତୋଳନ - ଅକ୍ଷୟ କୁମାର ନାୟକ, ସମ୍ପାଦନା - କେଡ଼ି ସିପୁନ, ଡି.ଆଇ - ଅଧିକାରୀ ସାହୁ ଏବଂ ପ୍ରଡ଼କସନ୍ ଡିଜାଇନ୍ ରେ ଜେନା ବ୍ରଦର୍ସ ରହିଛନ୍ତି l ଚଳଚ୍ଚିତ୍ର "ନିୟତି" ର ମୁଖ୍ୟ ଭୂମିକା ରେ ଅଭିନେତା ସାନୁ, ଅଭିନେତ୍ରୀ ଦିବ୍ୟା ମହାନ୍ତି ଏବଂ ଆଗଧାଡିର ଅଭିନେତା ସମରେଶ ରାଉତରାୟ ଅଛନ୍ତି l ଅନ୍ୟ ସହଯୋଗୀ କଳାକାର ଭାବେ କେକେ, କାହ୍ନା, ପୁପୁଲ ଭୂୟାଁ, ଶୁଭ୍ରାଂଶୁ, ବିଷାନ, ଉଦିତ ଗୁରୁ, ଅଙ୍କିତ ପଟ୍ଟନାୟକ ଏବଂ ଅଭିଜିତ ପାତ୍ର ଅଭିନୟ କରିଛନ୍ତି l ଅନୁରାଗ ପଟ୍ଟନାୟକ ଙ୍କ ବଳିଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ରେ ବଲିଉଡ ତଥା ଓଲିଉଡ଼ ର ନାମୀ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି, ବିରାଜ, ସବିଶେଷ, ଅନ୍ତରା ଚକ୍ରବର୍ତ୍ତୀ, ଗୀତ୍ , ସ୍ମୃତି, ସଂଜୀବ, ଅନୁରାଗ, କ୍ରୀଷ୍ଣା ମିସ୍ତ୍ରୀ (ଉତ୍ସାଜ) ପ୍ରମୁଖ କଣ୍ଠଦାନ କରିଛନ୍ତି l ଓଡ଼ିଆ ଚଳଚ୍ଚିତ୍ର ଜଗତର ପୁନଃରୁଦ୍ଧାର ହୋଇଥିବା ବେଳେ ଚଳଚ୍ଚିତ୍ର ନିୟତି ର କାହାଣୀ ଓଡ଼ିଆ ଦର୍ଶକ ଙ୍କୁ ଏକ ଭିନ୍ନ ସ୍ୱାଦ ଦେବ l ଚଳଚ୍ଚିତ୍ର ର ଶୀର୍ଷକ ରୁ ଜଣା ପଡୁଛି ଏହା ନିଶ୍ଚିତ ଭାବେ ଏକ ମୌଳିକ କାହାଣୀ କୁ ନେଇ ନିର୍ମାଣ ହୋଇଛି l ଚଳଚ୍ଚିତ୍ର "ନିୟତି" କୁ ଓଡିଆ ଦର୍ଶକ ନିଶ୍ଚିତ ଭାବେ ଭଲ ପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ମତ ପ୍ରକାଶ କରିଛନ୍ତି l

powered by social2s

ଜୁଲାଇ ୭ ରେ ମୁକ୍ତିଲାଭ କରିବ ଓଡ଼ିଆ ସିନେମା "ଅଧୁରା ପ୍ରେମ କାହାଣୀ "

Details
Odia Ray Admin
ମନୋରଞ୍ଜନ / କ୍ରୀଡା
01 July 2023

ଭୁବନେଶ୍ୱର : ଆସନ୍ତା ଜୁଲାଇ ୭ ରେ ସାରା ଓଡ଼ିଶା ରେ ମୁକ୍ତିଲାଭ କରିବ ଓଡ଼ିଆ ସିନେମା ଅଧୁରା ପ୍ରେମ କାହାଣୀ । ଶୁଭାଶିଷ ଶର୍ମା , ପୁନମ୍ ଓ ସୂର୍ଯମୟୀ ଙ୍କ ଅଭିନୟ ତା ସାଙ୍ଗକୁ ଅଶ୍ରୁମୋଚନ ମହାନ୍ତି, ଶ୍ରୀତମ ଦାସ, ଜୀବନ ପଣ୍ଡା, ପ୍ରଜ୍ଞା ଖଟୁଆ, ଏମିତି ବହୁତ କଳାକାର ଙ୍କୁ ନେଇ ଅଧୁରା ପ୍ରେମ କାହାଣୀ ସିନେମା ଟି ରଜତ ଜ୍ୟୋତି ନିର୍ମାଣ କରିଛନ୍ତି। ନିକଟରେ ଆମର ମୁଜିକ ୟୁଟ୍ୟୁବରେ ଗୀତ ଗୁଡ଼ିକ ଓଡ଼ିଆ ସିନେ ପ୍ରେମୀ ଙ୍କୁ ମୁଗ୍ଧ କରିଛି ।

powered by social2s

ଆଜିଠୁ ଭୁବନେଶ୍ୱରରେ ଫୁଟବଲ ଫାଇଟ୍

Details
Odia Ray Admin
ମନୋରଞ୍ଜନ / କ୍ରୀଡା
09 June 2023

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଆରମ୍ଭ ହେବ ଇଣ୍ଟର-କଣ୍ଟିନେଣ୍ଟାଲ୍ କପ୍ ଟୁର୍ଣ୍ଣାମେଂଟ। ଏଥିରେ ଭାଗ ନେଉଛନ୍ତି ୪ ଦେଶର ଖେଳାଳୀ। ସନ୍ଧ୍ୟା ୭:୩୦ ରେ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଖେଳା ଯିବ ମ୍ୟାଚ୍।

powered by social2s

Greenlam Industries shows what a seed of love can do

Details
Odia Ray Admin
ମନୋରଞ୍ଜନ / କ୍ରୀଡା
18 January 2023

New Delhi: Greenlam Industries, India’s No. 1 surfacing solution brand, has launched a brand new film on sustainability, "The Gutli," to promote sustainability. The Titus Upputuru Company's new film depicts how the company believes in creating beautiful spaces without causing harm to our planet, while also producing better products using processes that are sustainable and have a gentle impact on people and the environment. Our vision is to create a balance between economic growth and positive social impact by embracing methods that promote environmental protection. Greenlam Industries promises that no matter what your choice might be, we use products that are sustainable and live by the mantra Reduce, Reuse, and Recycle. The new film "Gutli" (Seed) depicts a young girl named "Suguna" who is full of questions. After gaining knowledge that our planet is losing trees, she begins to worry about her father, who is a carpenter and relies on trees for a living. Suganaa then decides to plant trees to help not only her father but also the planet. At the end of the film, it showcases that, like the little girl, the company cares too, and hence "sources wood from sustainable forests." The film has a beautiful song that symbolises a tiny seed and correlates it with the heart of the little girl: Nanhi si gutli mori nikli Aasmaan ko chune chali titli Choti choti chotiyan Badi badi akhiyan Akhiyan mein sapne liye titli Phirni si meethi mori gutli O mori gutli… Commenting on the launch of the brand campaign, Ms. Parul Mittal, Director, Greenlam Industries, said – “At Greenlam, we are constantly improving our product portfolio to offer the best surfacing solutions while being committed to people and the planet. We monitor our resources in real-time, which has helped us substantially reduce our waste production. We also conduct Greenlam plantation drives from time to time spreading the message of promoting a sustainable environment and protecting our mother earth. Through this brand film, we want to convey the message that Greenlam sources wood from sustainable forests, and till date, we have successfully been able to prevent the felling of a minimum of 8,000 trees through our paper waste recycling initiatives." Commenting on the launch of the brand campaign, Mr Titus Upputuru, writer & director of brand film said – “The film shows that we don’t need giant plans and purposes to help the environment today. Like the little girl, we just need a handful of faith and love. We can move the mountains and make this a happier, greener planet. It was a wonderful opportunity to write and direct ‘Gutli’ for Greenlam Industries.” Please find the link to the film below : https://youtu.be/9V32GnE3k_k

powered by social2s

କ୍ଷୁଦ୍ର ଚଳଚ୍ଚିତ୍ର ‘ପାପଗର୍ଭ’ର ବୃହତ୍ ସଫଳତା

Details
Odia Ray Admin
ମନୋରଞ୍ଜନ / କ୍ରୀଡା
13 June 2023

ଭୁବନେଶ୍ୱର : ଏଫ୍ଏମ୍‌ଡି ଫିଲ୍ମ ଦ୍ୱାରା ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ‘ପାପଗର୍ଭ’ ବର୍ତ୍ତମାନ ୫୦ରୁ ଅଧ‌ିକ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ସମ୍ମାନର ଅଧିକାରୀ ହୋଇଛି। ୧୭ଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାରେ ୫୦ରୁ ଅଧିକ ପୁରସ୍କାରର ଅଧିକାରୀ ଭାବେ ମନୋନୀତ ହୋଇଛି କ୍ଷୁଦ୍ର ଚଳଚ୍ଚିତ୍ର ‘ପାପଗର୍ଭ’ । ଏହି ଚଳଚ୍ଚିତ୍ରରେ ଓଲିଉଡ୍‌ର ଆକ୍ସନ ଷ୍ଟାର ଚନ୍ଦନ କର ମୁଖ୍ୟ ଭୂମିକାରେ ଥ‌ିବା ବେଳେ ତାଙ୍କ ସହ ଅଭିନୟ କରିଥିଲେ ନବାଗତା ନାୟିକା ନିବେଦିତା ରାଉତ। ଏହାର କାହାଣୀ ରଚନା କରିଥିଲେ ଜଣାଶୁଣା ଲେଖକ ଏବଂ କବି ଶକ୍ତି ମହାନ୍ତି । ଏହାର ଚିତ୍ରନାଟ୍ୟ ଏବଂ ସଂଳାପ ପ୍ରସ୍ତୁତ କରିଥିଲେ ଓଲିଉଡ୍‌ର ଯୁବ ନିର୍ଦ୍ଦେଶକ ରାକେଶ ସାମଲ । ଏହି କ୍ଷୁଦ୍ର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ବରେ ସାଇ ପ୍ରସାଦ । ଆଗକୁ ଏହି ଚଳଚ୍ଚିତ୍ରର ଦ୍ବିତୀୟ ଭାଗ ମଧ୍ଯ ଆସିବାକୁ ଯାଉଛି।

powered by social2s

ରାଉରକେଲାରେ ଜିଲ୍ଲାସ୍ତରୀୟ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ; ଚାମ୍ପିୟନ ଓ ରନର୍ସଅପ୍‌ ଟିମକୁ ଆକର୍ଷଣୀୟ ପୁରସ୍କାର

Details
Odia Ray Admin
ମନୋରଞ୍ଜନ / କ୍ରୀଡା
19 January 2023

ରାଉରକେଲା: ହକି ବିଶ୍ୱକପ୍‌ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଜିଲ୍ଲାସ୍ତରୀୟ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶେ ଷ ହୋଇଛି। ଗୁରୁବାର ଦିନ ରାଉରକେଲାଠାରେ ପୁରୁଷ ଓ ମହିଳା ବର୍ଗରେ ହକି ଓ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳା ଯାଇଥିଲା। ଏଥିରେ ଚାମ୍ପିୟନ ଏବଂ ରନର୍ସଅପ୍‌ ଟିମକୁ ଆକର୍ଷଣୀୟ ଆର୍ଥିକ ପୁରସ୍କାର ସହ ଟ୍ରଫି ଓ ମାନପତ୍ର ଦିଆଯାଇ ଉତ୍ସାହିତ କରାଯାଇଛି। ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମଠାରେ ଫାଇନାଲ ମ୍ୟାଚ ଆୟୋଜନ କରାଯାଇଥିଲା। ଏଥିରେ ପୁରୁଷ ବର୍ଗରେ କୁତ୍ରା ଓ ସୁନ୍ଦରଗଡ଼ ଟିମ୍‌ ଭିତରେ ମ୍ୟାଚ ଖେଳାଯାଇଥିଲା। ସୁନ୍ଦରଗଡ଼କୁ ୪-୦ ଗୋଲରେ ପରାଜିତ କରି କୁତ୍ରା ଟିମ୍‌ ବିଜୟୀ ହୋଇଥିଲା। ସେହିପରି ମହିଳା ବର୍ଗରେ କୁତ୍ରା ଏବଂ ଲାଠିକଟା ଟିମ୍‌ ଭିତରେ ମ୍ୟାଚ ଖେଳାଯାଇଥିଲା। ଲାଠିକଟାକୁ ୫-୦ ଗୋଲରେ ପରାଜିତ କରି କୁତ୍ରା ଟିମ୍‌ ବିଜୟୀ ହୋଇଥିଲା। ଅନ୍ୟପଟେ ରାଉରକେଲା ଇସ୍ପାତ ଷ୍ଟାଡିୟମଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାର ଫାଇନାଲରେ ଚିତ୍ତାକର୍ଷକ ମ୍ୟାଚ ଦେଖିବାକୁ ମିଳିଥିଲା। ପୁରୁଷ ବର୍ଗରେ ସବଡେଗା ଚାମ୍ପିୟନ ଓ ଟାଙ୍ଗରପାଲି ବ୍ଲକ ରନର୍ସଅପ୍‌ ହୋଇଥିବା ବେଳେ ମହିଳା ବର୍ଗରେ ଲାଠିକଟା ଟିମ୍ ଚାମ୍ପିୟନ ଓ ସୁନ୍ଦରଗଡ଼ ଟିମ୍ ରନର୍ସଅପ୍ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଚାମ୍ପିୟନ ଏବଂ ରନର୍ସଅପ୍‌ ଟିମକୁ ଅଭିନନ୍ଦନ ଜଣାଇଛନ୍ତି। ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପୁରୁଷ ବର୍ଗରେ ଚାମ୍ପିୟନ ହୋଇଥିବା ଟିମକୁ ୧ ଲକ୍ଷ ଏବଂ ରନର୍ସଅପ୍‌ ଟିମକୁ ୭୫ ହଜାର ଟଙ୍କା ସହ ଟ୍ରଫି ଓ ମାନପତ୍ର ଦିଆଯାଇଛି। ସେହିପରି ମହିଳା ବର୍ଗରେ ଚାମ୍ପିୟନ ଟିମକୁ ୫୦ ହଜାର ଏବଂ ରନର୍ସଅପ୍‌ ଟିମକୁ ୩୦ ହଜାର ଟଙ୍କା ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି। ସେହିପରି ପୁରୁଷ ହକିରେ ଶ୍ରେଷ୍ଠ ଗୋଲ କିପର ଭାବେ ସୁନ୍ଦରଗଡ଼ ବ୍ଲକର ରଞ୍ଜିତ ଲାକ୍ରାଙ୍କୁ ପୁରସ୍କାର ଦିଆଯାଇଥିଲା। ସେହିପରି ଶ୍ରେଷ୍ଠ ଗୋଲ ସ୍କୋରର ଭାବେ କୁତ୍ରା ବ୍ଲକର ବିଜୟ କୁସୁମା ଏବଂ ପ୍ଲେୟର ଅଫ ଦି ମ୍ୟାଚ ଭାବେ ମୁକେଶ ଟେଟେଙ୍କୁ ପୁରସ୍କୃତ କରାଯାଇଥିଲା। ମହିଳା ହକିରେ ଶ୍ରେଷ୍ଠ ଗୋଲ କିପର ଭାବେ ଲାଠିକଟାର ମନୀଷା ତିର୍କୀ, ଶ୍ରେଷ୍ଠ ସ୍କୋରର ଭାବେ କୁତ୍ରା ବ୍ଲକର ଅଞ୍ଜଳି ମିଞ୍ଜ ଏବଂ ରେଶମା ଲାକ୍ରାଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା। ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପୁରୁଷ ବର୍ଗରେ ଶ୍ରେଷ୍ଠ ଗୋଲ କିପର ଭାବେ ସବଡେଗାର ଆକାଶ ଲାକ୍ରା, ଶ୍ରେଷ୍ଠ ସ୍କୋରର ଭାବେ ସବଡେଗା ବ୍ଳକର ଆକାଶ ଏକ୍କା ଏବଂ ପ୍ଲେୟର ଅଫ ଦି ମ୍ୟାଚ ଭାବେ ଟାଙ୍ଗରପାଲି ବ୍ଲକର ଜାମିର ଓରାମଙ୍କୁ ପୁରସ୍କାର ଦିଆଯାଇଥିଲା। ସେହିପରି ମହିଳା ବର୍ଗରେ ଶ୍ରେଷ୍ଠ ଗୋଲ କିପର ଭାବେ ଲାଠିକଟାର ଅନିତା ମୁଣ୍ଡାରୀ, ସର୍ବାଧିକ ଗୋଲ ସ୍କୋରର ତଥା ପ୍ଲେୟର ଅଫ ଦି ମ୍ୟାଚ ଭାବେ ଲାଠିକଟା ବ୍ଲକର ଅଞ୍ଜଳି ବରୁହାଙ୍କୁ ପୁରସ୍କାର ଦିଆଯାଇଥିଲା। ଏହି ମ୍ୟାଚରେ ବରିଷ୍ଠ ହକି ତାରକା ତଥା ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ଶ୍ରୀମତୀ ଶୁଭଦ୍ରା ପ୍ରଧାନ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ମ୍ୟାଚରେ ରାଉରକେଲାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ, ବଣାଇଁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା, ତଲସରାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭବାନିଶଙ୍କର ଭୋଇ, ବୀରମିତ୍ରପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଶଙ୍କର ଓରାମ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ଏବଂ ଉପାଧ୍ୟକ୍ଷ ଶ୍ରୀଯୁକ୍ତ କମଲ ଲାକ୍ରା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ, ରାଉରକେଲା ଷ୍ଟିଲ ପ୍ଳାଣ୍ଟର ଡିଆଇସି ଅତନୁ ଭୌମିକ ଏବଂ ଜେନେରାଲ ମ୍ୟାନେଜର ବିଜୟ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ। ହକି ବିଶ୍ୱକପ୍‌ ଲାଗି ସୁନ୍ଦରଗଡ଼ ଜିଲ୍ଲାର ଯୁବପିଢ଼ିଙ୍କ ଭିତରେ ବିଶେଷ ଉତ୍ସାହ ସୃଷ୍ଟି କରିବା ଲାଗି ଗ୍ରାମପଞ୍ଚାୟତ ସ୍ତରରୁ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ କରାଯାଇଥିଲା। ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ହକି ଲାଗି ୮୧୩ଟି ଟିମ୍‌ ପଞ୍ଜୀକରଣ କରିଥିଲେ। ସେହିପରି ଫୁଟବଲ ପ୍ରତିଯୋଗିତା ଲାଗି ୧୧୦୦ରୁ ଅଧିକ ଟିମ୍‌ ପଞ୍ଜୀକରଣ କରିଥିଲେ। ପଞ୍ଚାୟତ ସ୍ତରରେ ଭଲ ପ୍ରଦର୍ଶନ କରିଥିବା ଟିମକୁ ନେଇ ବ୍ଲକ ଏବଂ ପରେ ଜିଲ୍ଲାସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା। ସୁନ୍ଦରଗଡ଼ଠାରେ ଜିଲ୍ଲାସ୍ତରୀୟ ହକି ଏବଂ ଫୁଟବଲ ପ୍ରତିଯୋଗିତାର ପୁଲ ମ୍ୟାଚ ଖେଳା ଯାଇଥିଲା। ଏଥିରେ ଉଭୟ ପୁରୁଷ ଏବଂ ମହିଳା ବର୍ଗରୁ ୮ଟି ଲେଖାଏଁ ଟିମ୍‌ ସେମିଫାଇନାଲକୁ ଆସିଥିଲେ। ରାଉରକେଲାରେ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ଆୟୋଜନ କରାଯାଇଥିଲା।

powered by social2s

ସାଇ ୱାରିୟର ପ୍ରିମିୟର ଲିଗ ପକ୍ଷରୁ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Details
Odia Ray Admin
ମନୋରଞ୍ଜନ / କ୍ରୀଡା
08 January 2023

ଭୁବନେଶ୍ବର: ଆଜି ସହିଦ ସ୍ପୋର୍ଟିଙ୍ଗ୍ ପଡିଆ ସହିଦନଗର ଭୁବନେଶ୍ବର ଠାରେ ସାଇ ପ୍ରିମିୟର ଲିଗ ପକ୍ଷରୁ ଟେନିସ ବଲ କ୍ରିକେଟ ଅନୁଷ୍ଠତି ହୋଇଯାଇଛି। ପ୍ରଥମେ "ଉଇ ଫର ଭୁବନେଶ୍ବର" ପକ୍ଷରୁ ସାଇ ପ୍ରିମିୟର ଲିଗ ର କର୍ମକର୍ତ୍ତା ଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା। ପରେ ଟେନିସ କ୍ରିକେଟ ମ୍ଯାଚ ଆରମ୍ଭ ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ଉମାନାଥ ମିଶ୍ର, ରୁଦ୍ରନାରାୟଣ ସାମନ୍ତରାୟ, ନାରାୟଣ ମହାପାତ୍ର, ଜାଗା ମିଶନର ଉପଦେଷ୍ଟା ଶ୍ରୀମତୀ ସାସ୍ୱତୀ ମିଶ୍ର, ନରେନ ସାହୁ, ଶିବ ସୁଆର, ନିକୁଞ୍ଜ ମହାନ୍ତି, ରାମ ପ୍ରଧାନ, ମାନସ ମହାନ୍ତି, କୁମର ମହାନ୍ତି, ସୁନୀଲ ତାଡ ଓ ଅନୁଷ୍ଠାନର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଆଜିର କ୍ରିକେଟ ମ୍ଯାଚରେ ବିପିନ ଓ ତାଙ୍କର ଦଳ ଚମ୍ପିଆନ ହୋଇଥିଲେ।

powered by social2s

More Articles ...

  1. ମା ହନୁମନ୍ତ ନାରାୟଣୀ ଭଲିବଲ ଟୁର୍ନାମେଣ୍ଟର ପ୍ରଥମ ସେମି ଫାଇନାଲ, ଫାଇନାଲରେ ଗୁମ୍ମା
  2. ହକି ବିଶ୍ୱକପ ପାଇଁ ଭୁବନେଶ୍ବରରେ ପହଞ୍ଚିଲା ଭାରତୀୟ ଟିମ୍
  3. ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ
Page 2041 of 2255
  • Start
  • Prev
  • 2036
  • 2037
  • 2038
  • 2039
  • 2040
  • 2041
  • 2042
  • 2043
  • 2044
  • 2045
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.